Hindi News >>Home >>Odisha Politics

Presidential Election 2022: କେବଳ ୧୦ ପ୍ରତିଶତ ମହିଳା ଜନପ୍ରତିନିଧି କରିବେ ମତଦାନ

Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୭୫୯ ସାଂସଦ ଏବଂ ବିଧାୟକ ମତଦାନ କରିବେ। ସେମାନଙ୍କ ମଧ୍ୟରୁ କେବଳ ୪୭୭ ଜଣ ମତଦାତା ହେଉଛନ୍ତି ମହିଳା। ଯେଉଁମାନଙ୍କ ସଂଖ୍ୟା ମୋଟ ମତଦାତା ସଂଖ୍ୟାର ୧୦ ପ୍ରତିଶତ। 

Advertisement
Presidential Election 2022: କେବଳ ୧୦ ପ୍ରତିଶତ ମହିଳା ଜନପ୍ରତିନିଧି କରିବେ ମତଦାନ
Stop
Subhramjit Ray|Updated: Jul 13, 2022, 09:16 PM IST

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଜାରି ରହିଛି ଚର୍ଚ୍ଚା। ଏଭଳି ପରିସ୍ଥିତିରେ ଉଭୟ ଶାସକ ଏନଡିଏ ମେଣ୍ଟ ଏବଂ ବିରୋଧ ଦଳର ପ୍ରାର୍ଥୀଙ୍କ ଉପରେ ରହିଛି ନଜର। ଚଳିତ ବର୍ଷ ୧୮ ଜୁଲାଇରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା ୨୯ ଜୁନ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ଜୁନ ୩୦ ତାରିଖରେ ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା ୨ ଜୁଲାଇ। ୨୧ ଜୁଲାଇରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେଉଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧ ଦଳର ପ୍ରାର୍ଥୀ ଜସୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହେବ। ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪୭୫୯ ସାଂସଦ ଏବଂ ବିଧାୟକ ମତଦାନ କରିବେ। ସେମାନଙ୍କ ମଧ୍ୟରୁ କେବଳ ୪୭୭ ଜଣ ମତଦାତା ହେଉଛନ୍ତି ମହିଳା। ଯେଉଁମାନଙ୍କ ସଂଖ୍ୟା ମୋଟ ମତଦାତା ସଂଖ୍ୟାର ୧୦ ପ୍ରତିଶତ। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (Association for Democratic Reforms) ଏଡିଆର (ADR) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି।

ଏନେଇ କୁହାଯାଇଛି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଥିବା ସାଂସଦ ଏବଂ ବିଧାୟକଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୧୦ ଲକ୍ଷ ୭୪ ହଜାର ୩୬୪। ସଂଖ୍ୟା ଦୃଷ୍ଟିରୁ ୧ ଲକ୍ଷ ୩୦ ହଜାର ୩୦୪ ଭୋଟ ହେଉଛି ମହିଳା ଜନପ୍ରତିନିଧିଙ୍କ ମତ। ଯେଉଁମାନଙ୍କ ସଂଖ୍ୟା ୧୩ ପ୍ରତିଶତ। ଲୋକସଭ  ସଦସ୍ୟଙ୍କ ମୋଟ ଭୋଟ୍ ମୂଲ୍ୟ ହେଉଛି ୩ ଲକ୍ଷ ୭୯ ହଜାର ୪୦୦। ସେମାନଙ୍କ ମଧ୍ୟରୁ ୮୧ ଜଣ ହେଉଛନ୍ତି ମହିଳା ସଦସ୍ୟ। ଯାହାଙ୍କ ମୋଟ ଭୋଟ ମୂଲ୍ୟ ହେଉଛି ୫୬ ହଜାର ୭୦୦। ସେମାନଙ୍କ ସଂଖ୍ୟା ମୋଟ ମତଦାତା ସଂଖ୍ୟାର ୧୫ ପ୍ରତିଶତ। 

ସେହିପରି ରାଜ୍ୟସଭା ସଦସ୍ୟଙ୍କ ମୋଟ ୧ ଲକ୍ଷ ୫୮ ହଜାର ୨୦୦ ଭୋଟ୍ ମଧ୍ୟରୁ ୨୧ ହଜାର ୭୦୦ ହେଉଛି ମହିଳା ସାଂସଦଙ୍କ ଭୋଟ। ଯେଉଁମାନଙ୍କ ସଂଖ୍ୟା ପ୍ରାୟ ୧୪ ପ୍ରତିଶତ। ADR ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶ ବିଧାନସଭାରେ ସର୍ବାଧିକ ମହିଳା ଭୋଟର ରହିଥିବାବେଳେ ଯାହାଙ୍କ ମତ ସଂଖ୍ୟା ହେଉଛି ୯୭୭୬। ରାଜ୍ୟର ମୋଟ ଭୋଟ ମୂଲ୍ୟ ହେଉଛି ୮୩ ହଜାର ୮୨୪। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୪୭ ଜଣ ହେଉଛନ୍ତି ମହିଳା। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗ ଏବଂ ତୃତୀୟ ସ୍ଥାନରେ ବିହାର ରହିଛି।

Also Read: Presidential Election 2022: ଏନଡିଏ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ନେଇ ଅଣ୍ଟା ଭିଡିଲା ବିଜେପି

Also Read: President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

 

 

Read More
{}{}