Hindi News >>Home >>Odisha Politics

ଦ୍ରୌପଦୀ ମୁର୍ମୁଙ୍କ ଉପରେ କାହିଁକି ଏତେ 'ମମତା' ଦେଖାଉଛନ୍ତି ଦିଦି, ଭରସା ଓ ନେରେଟିଭର ସଙ୍କଟରେ ଫସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Presidential Election 2022: ୨୦୧୯ ସାଧାରଣ ନିର୍ବାଚନରେ ​​ଅଧିକାଂଶ ଦଳିତ ଓ ଆଦିବାସୀ ଅଞ୍ଚଳରେ ବିଜେପି ବଡ଼ ବିଜୟ ହାସଲ କରିଥିଲା । ଏହି ତଥ୍ୟ ମମତା ବାନାର୍ଜୀଙ୍କ ଚିନ୍ତାକୁ ମଧ୍ୟ ବଢ଼ାଇଛି ।

Advertisement
ଦ୍ରୌପଦୀ ମୁର୍ମୁଙ୍କ ଉପରେ କାହିଁକି ଏତେ 'ମମତା' ଦେଖାଉଛନ୍ତି ଦିଦି, ଭରସା ଓ ନେରେଟିଭର ସଙ୍କଟରେ ଫସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Jul 12, 2022, 04:49 PM IST

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ଜୁଲାଇ ୧୮ରେ  ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହା ପୂର୍ବରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜନୈତିକ ଦଳଗୁଡ଼ିକ ସହ ସାକ୍ଷାତ କରୁଛନ୍ତି ଓ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ନିର୍ବାଚନର ପ୍ରଚାର କରିବାକୁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ପ୍ରାର୍ଥୀ ମୁର୍ମୁ ଆଜି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । 
 
ଏହି ସମୟରେ ସେ ବିଜେପି ସାଂସଦ (BJP MPs) ଓ ବିଧାୟକ (MLAs) ଙ୍କ ସହ ସାକ୍ଷାତ କରିବେ । ଏହି ସମୟରେ କୋଲକାତାର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, ନିଶିଥ ପ୍ରେମାଣିକ, ଜି କିଶାନ ରେଡ୍ଡୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ସୁକାନ୍ତ ମଜୁମଦାର ତାଙ୍କୁ ସମ୍ମାନିତ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଟିଏମସି ନେତା (TMC Leaders) ଙ୍କୁ ଭେଟିବା ପାଇଁ ତାଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ଦଳର କିଛି ବିଧାୟକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​କ୍ରୋସ ଭୋଟିଂ କରିପାରନ୍ତି । ଏହି କାରଣରୁ ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ନରମ ଷ୍ଟାଣ୍ଡ ଦେଖାଇଛନ୍ତି । ତାଙ୍କର ଏହି ଆଭିମୁଖ୍ୟ ଟିକେ ଚକିତ କରିପାରେ କାରଣ ଟିଏମସି ନେତା ଯଶୱନ୍ତ ସିହ୍ନାଙ୍କୁ ବିରୋଧୀଦଳ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି ।

ଯେଉଁମାନେ ବଙ୍ଗଳାର ରାଜନୀତିକୁ ବୁଝନ୍ତି ସେମାନେ କୁହନ୍ତି ଯେ ମମତା ଦ୍ୱନ୍ଦ୍ୱରେ ପଡ଼ିବାର କାରଣ ହେଉଛି ଉଭୟ ଭୋଟ୍ ଓ ନେରେଟିଭ । ଗୋଟିଏ ପଟେ ସେ ନିଜକୁ ମହିଳା ନେତା ଭାବରେ ପ୍ରୋଜେକ୍ଟ କରୁଛନ୍ତି । ଏପରି ପରିସ୍ଥିତିରେ ଯଦି ସେ ଜଣେ ମହିଳାଙ୍କୁ ବିରୋଧ କରନ୍ତି ଓ ସେ ମଧ୍ୟ ଜଣେ ଆଦିବାସୀ ପ୍ରାର୍ଥୀ, ତେବେ ତାଙ୍କୁ ନିଜ ପରସେପ୍ଶନ ଖରାପ ହେବାର ଭୟ ରହିଛି । ମମତା ନିଜେ କହିଛନ୍ତି ଯେ, ସେ ମହିଳାମାନଙ୍କୁ ନେଇ ଅଧିକ ଆଗ୍ରହୀ । ଏହା ବ୍ୟତୀତ ପଶ୍ଚିମବଙ୍ଗ ବିଧାନସଭାରେ ୮୪ଟି ସଂରକ୍ଷିତ ଆସନ ଅଛି, ସେଥିମଧ୍ୟରୁ ୧୬ଟି ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ । ବଙ୍ଗଳାରେ ୬ ପ୍ରତିଶତ ଭୋଟର ଆଦିବାସୀ ଅଟନ୍ତି ଓ ଯଦି ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନକରନ୍ତି ତେବେ ଏହି ଭୋଟ ବ୍ୟାଙ୍କ ହାତରୁ ଯିବାର  ଆଶଙ୍କା ରହିଛି ।

୨୦୧୯ ସାଧାରଣ ନିର୍ବାଚନରେ ​​ଅଧିକାଂଶ ଦଳିତ ଓ ଆଦିବାସୀ ଅଞ୍ଚଳରେ ବିଜେପି ବଡ଼ ବିଜୟ ହାସଲ କରିଥିଲା । ଏହି ତଥ୍ୟ ମମତା ବାନାର୍ଜୀଙ୍କ ଚିନ୍ତାକୁ ମଧ୍ୟ ବଢ଼ାଇଛି । ତେବେ ତାଙ୍କ ପାଇଁ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ତାଙ୍କ ଭାବମୂର୍ତ୍ତିର ପ୍ରଶ୍ନ ପାଲଟିଛି । ଯଦି ସେ ଯଶୱନ୍ତ ସିହ୍ନାଙ୍କ ସମର୍ଥନରେ ପଛକୁ ଯାଆନ୍ତି, ତେବେ ସେ ବିରୋଧୀଙ୍କ ମଧ୍ୟରେ ନିଜର ବିଶ୍ୱସନୀୟତା ହରାଇବେ । ନିଜ ନେତାଙ୍କୁ ମୈଦାନରେ ଓହ୍ଲାଇବା ପରେ ମଧ୍ୟ ପ୍ରତ୍ୟାହାର ଯୋଗୁଁ ମମତା ବାନାର୍ଜୀ ବିରୋଧୀଙ୍କ ମଧ୍ୟରେ ଅବିଶ୍ୱସନୀୟ ହୋଇପାରନ୍ତି । ଜାତୀୟ ସ୍ତରରେ ରାଜନୀତି କରିବାର ତାଙ୍କର ଆଶା ଉପରେ ଏହା ପ୍ରଭାବ ପକାଇବ ।

ଏହା ବି ପଢ଼ନ୍ତୁ:-ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ

ଏହା ବି ପଢ଼ନ୍ତୁ:-ରାଜନୈତିକ ଅସ୍ଥିରତା ମଧ୍ୟରେ ସଞ୍ଜୟ ରାଉତ କଲେ ଟ୍ୱିଟ୍, ଶିବସେନା ନେବାକୁ ଯାଉଛି ବଡ଼ ପଦକ୍ଷେପ!

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନକୁ ନେଇ ଶିବସେନା କଲା ବଡ଼ ଘୋଷଣା

 

ରାଷ୍ଟ୍ରପତି ନିର୍ବାଚନରେ ମମତା ବାନାର୍ଜୀ ନିଜର ଦଳର ନେତା ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି କିନ୍ତୁ ସେ ନିଜେ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ପହଞ୍ଚି ନାହାଁନ୍ତି । ସେବେଠାରୁ ତାଙ୍କ ଷ୍ଟାଣ୍ଡକୁ ନେଇ ପ୍ରଶ୍ନ ଉଠିଛି । କିନ୍ତୁ ଅତୀତରେ ସେ ନିଜେ କହିଥିଲେ ଯେ ଯଦି ବିଜେପି ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ କଥା ହୋଇଥାନ୍ତା ତେବେ ଆମେ ଭାବିଥାନ୍ତୁ । ମମତା ବାନାର୍ଜୀ କହିଥିଲେ, ଯଦି ଆମେ ଜାଣିଥାନ୍ତୁ ଯେ ସେ ଜଣେ ଆଦିବାସୀ ମହିଳା କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ଯାଉଛନ୍ତି, ତେବେ ଆମେ ଏହାକୁ ବିଚାର କରିଥାନ୍ତୁ । ଆଦିବାସୀ ଓ ମହିଳାମାନଙ୍କ ପ୍ରତି ଆମର ବହୁତ ସମ୍ମାନ ଅଛି । ଆମେ ଅବଦୁଲ କଲାମଙ୍କ ଉପରେ ସହମତ ହୋଇଥିଲୁ । ଆମର ମେଣ୍ଟରେ ୧୬-୧୭ ଦଳ ଅଛି ଓ ମୁଁ ଏକପାଖିଆ ଭାବରେ ପଛକୁ ହଟି ପାରିବି ନାହିଁ ।

{}{}