Hindi News >>Home >>Odisha Politics

President Election 2022: ଯଶୱନ୍ତଙ୍କ ଜିତିବା ଆଶା କ୍ଷୀଣ, ଦ୍ରୌପଦୀଙ୍କ ସମର୍ଥନରେ ବାହାରିଲେ ଏହି ସବୁ ଦଳ

ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମିଳିତ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା (Jayant Sinha) ଙ୍କୁ ପ୍ରାର୍ଥୀ କରିଛନ୍ତି। ଯଶୱନ୍ତଙ୍କ ବିପକ୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏ, ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ମଇଦାନକୁ ଓହ୍ଲାଇଛି। 

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: Jun 24, 2022, 09:27 AM IST

President Election 2022: ସ୍ୱାଧିନ ହେବା ପରେ ଦେଶର ସର୍ବଶ୍ରେଷ୍ଠ ପଦବୀ ରାଷ୍ଟ୍ରପତି ପାଇଁ ଜଣେ ଆଜିବାସୀ ମହିଳାଙ୍କୁ ମନୋନିତ କରି ଏନଡିଏ ଗୋଟିଓ ତୀରରେ ଦୁଇଟି ଶିକାର କରିଛି। ସମଗ୍ର ଦେଶରେ ୧୨ କୋଟିରୁ ଊର୍ଦ୍ଧ୍ୱ ଆଦିବାସୀ ଅଛନ୍ତି, ଯେଉଁମାନଙ୍କର ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଭାଗିଦାରୀ ଅନ୍ୟ ସମ୍ପ୍ରଦାୟ ତୁଳନାରେ ବହୁତ କମ। କିନ୍ତୁ ଏନଡିଏ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଦେଶବାସୀଙ୍କୁ ସବକା ସାଥ, ସବକା ବିକାଶର ସନ୍ଦେସ ଦେବାକୁ ଚାହୁଁଛି। ଆଉ ଏନଡିଏର ଏହି ଏଜେଣ୍ଡା ଅନେକାଂଶରେ ସଫଳ ମଧ୍ୟ ହୋଇଛି।

ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମିଳିତ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା (Jayant Sinha) ଙ୍କୁ ପ୍ରାର୍ଥୀ କରିଛନ୍ତି। ଜୟନ୍ତଙ୍କ ବିପକ୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏ, ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ମଇଦାନକୁ ଓହ୍ଲାଇଛି। ଦ୍ରୌପଦୀଙ୍କୁ କେବଳ ଏନଡିଏ ନୁହଁ, ଏକାଧିକ ଆଞ୍ଚଳିକ ଦଳ ମଧ୍ୟ ଖୋଲା ସମର୍ଥନ ଜଣାଇଛନ୍ତି। ଏପରି କି କଂଗ୍ରେସ (Congress) ସହ ମେଣ୍ଟ କରିଥିବା ହେମନ୍ତ ସୋରେନ ଦ୍ରୌପଦୀଙ୍କ ସମର୍ଥନ କରିପାରନ୍ତି। ଏହିଭଳି ପରିସ୍ଥିତିରେ ବିରୋଧି ମେଣ୍ଟ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବିଜୟ ଆଶା କ୍ଷୀଣ ହୋଇଛି। 

Also Read: President Election 2022: ଦ୍ରୌପଦୀଙ୍କ ଦେବଦୂତ ନବୀନ! ବିଡେଜି ମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ନାମାଙ୍କନ

ପ୍ରଥମ ଦଳ ଭାବେ ବିଜେଡି, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ (President Candidate) ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଥିଲା। ଗୁରୁବାର ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ, ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବ ପତ୍ରରେ ଦସ୍ତଖତ କରିଛନ୍ତି। ଶୁକ୍ରବାର ନାମାଙ୍କନ ଦାଖଲବେଳେ ମଧ୍ୟ ସେମାନେ ଦ୍ରୌପଦୀଙ୍କ ସହ ଉପସ୍ଥିତ ରହିବେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ କରି କହିଛନ୍ତି, 'ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୀ ମୋତେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନାମାଙ୍କନ ବିଷୟ କହିଥିଲେ। ମୋ କ୍ୟାବିନେଟର ସହଯୋଗୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ତାଙ୍କ ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବେ ଏବଂ ଆସନ୍ତାକାଲି କାର୍ଯ୍ୟକ୍ରମରେ ସାମିଲ ହେବେ।' 

ଏହା ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, 'ଓଡିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ମୁଁ ଅପିଲ କରୁଛି ଯେ, ଦଳିୟ ମତଭେଦ ଛାଡ଼ି ବିନାସର୍ତ୍ତରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବଶ୍ରେଷ୍ଠ ପଦବୀ ପାଇଁ ସମର୍ଥନ କରନ୍ତୁ।' କିନ୍ତୁ ଦ୍ରୌପଦୀଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ କରିବାକୁ ମନା କରିଦେଇଛି। ଅନ୍ୟପଟେ ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କର ସହ ଓଡିଶାର ୧୦ ଜଣ ବିଜେପି ବିଧାୟକ ମଧ୍ୟ ଉପସ୍ଥିତ ରହିବ।

Also Read: Crisis in Shiv Sena: କାହିଁକି ଚର୍ଚ୍ଚାକୁ ଆସିଲେ ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବ?

ଓଡିଆ ଝିଅ ବୋଲି ବିଜେଡି, ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛି। ବିଜେଡି ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡି(ୟୁ), ଚିରାଗ ପାଶୱାନଙ୍କ ଲୋକ ଜନ ଶକ୍ତି ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ୱାଇଏସଆରସି କଂଗ୍ରେସ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ମୁଖ୍ୟମନ୍ତ୍ର ଜଗନ ଘୋଷଣା କରିଛନ୍ତି ଯେ, ଦ୍ରୌପଦୀଙ୍କ ନାମାଙ୍କନ ବେଳେ ୱାଇଏସଆରସିର ଦୁଇ ଜଣ ସାଂସଦ ଉପସ୍ଥିତ ରହିବେ। ଜେଡି(ଏସ୍) ନେତା ଏଚଡି ଦେବ ଗୌଡା କହିଛନ୍ତି ଯେ, ରାଷ୍ଟ୍ରପତି ପାଇଁ ଦ୍ରୌପଦୀ ମୁର୍ମୁ ଜଣେ ଉଚିତ ପ୍ରାର୍ଥୀ।

Read More
{}{}