Hindi News >>Home >>Odisha Politics

National Herald corruption case : EDର ଜେରା ପୂର୍ବରୁ ଦିଲ୍ଲୀରେ ଲାଗିଲା 'ରାହୁଲ ଗାନ୍ଧୀ ଝୁକେଗା ନେହିଁ' ପୋଷ୍ଟର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀ ଝୁକେଗା ନେହିଁ, ସତ୍ୟ ଝୁକେଗା ନେଇଁ ପରି ସ୍ଲୋଗାନ ଲେଖାହୋଇଥିବା ପୋଷ୍ଟର ଲାଗିଛି। ତେବେ ସୋମବାର National Herald corruption case କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ। 

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 13, 2022, 08:42 AM IST

National Herald case : ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ପଲିଟିକାଲ ଲିଡର ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ପୁଷ୍ପା କ୍ରେଜ୍ ମତୁଆଲା କରିଛି। ଯାହାର ଏକ ସଦ୍ୟ ଉଦାହରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀ ଝୁକେଗା ନେହିଁ, ସତ୍ୟ ଝୁକେଗା ନେଇଁ ପରି ସ୍ଲୋଗାନ ଲେଖାହୋଇଥିବା ପୋଷ୍ଟର ଲାଗିଛି। ତେବେ ସୋମବାର National Herald corruption case କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ। ଆଉ ତାହାର ଦିନକ ପୂର୍ବରୁ ରାହୁଲ ସମର୍ଥକ ମାନେ ଏଭଳି ପୋଷ୍ଟର ଲଗାଇ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିଛନ୍ତି। 

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲା (National Herald case) କୁ ନେଇ ଏବେ କେନ୍ଦ୍ରୀୟ ସଂସ୍ଥା ତନାଘନା ଆରମ୍ଭ କରିଛନ୍ତି। ସୋମବାର ସକାଳ ସାଢେ ୧୦ଟାରେ କଂଗ୍ରେସ ନାତା ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟାଳୟରେ ହାଜର ହେବେ। ତାଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଜେରା କରିବ। ପିଏମଏଲଏର ଅପରାଧିକ ଧାରା ଅଧିନରେ ରାହୁଲଙ୍କ ବୟାନ ରେକର୍ଡ କରାଯିବ। କିନ୍ତୁ ଏହାର ପୂର୍ବରୁ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ମିଳିବା ପରେ ରବିବାର ଦଳ (Congress) ପକ୍ଷରୁ ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସୋମବାର ଦେଶର ୨୫ଟି ଇଡି ଅଫିସ ଆଗରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Also Read: Prophet Muhammad row : ନୁପୁର ଶର୍ମାଙ୍କ ସମର୍ଥନରେ ବିଜେପି ସାଂସଦ ଗୌତମ ଗମ୍ଭୀର

ସେପଟେ ଶୀର୍ଷ ନେତୃତ୍ୱର ଗିରଫ ଆଶଙ୍କାରେ ଥିବା କଂଗ୍ରେସ ସମର୍ଥକମାନେ ଦିଲ୍ଲୀର ସ୍ଥାନେ ସ୍ଥାନେ ଫିଲ୍ମ ପୁଷ୍ପାର ଡାଇଲଗ ଉଲ୍ଲେଖ ହୋଇଥିବା ପୋଷ୍ଟର ଲଗାଇଛନ୍ତି। 'ମାନନୀୟ ମୋଦି ଓ ଶାହା, ସେ ରାହୁଲ ଗାନ୍ଧୀ ନଇଁବେ ନାହିଁ', 'ସତ୍ୟ ନଇଁବ ନାହିଁ', 'ମୁଁ ସବରକର ନୁହଁ, ମୁଁ ରାହୁଲ ଗାନ୍ଧୀ' ଏବଂ 'ରାହୁଲ ଜୀ ଆପଣ ସଙ୍ଘର୍ଷ କରନ୍ତୁ ଆମେ ଆପଣଙ୍କ ସାଥୀରେ ଅଛୁ' ଏଭଳି ସ୍ଲୋଗାନ ଲେଖା ହୋଇଥିବା ପୋଷ୍ଟର ଦିଲ୍ଲୀରେ ଲାଗିଛି। ରାହୁଲ ଗାନ୍ଧୀଙ୍କ ବାସଭବନ ଓ ଇଡି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କଂଗ୍ରେସ ମୁଖ୍ୟାଳୟରେ ପ୍ରଦର୍ଶନ କରୁଥିବା କିଛି ଦଳୀୟ ନେତାଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି।

ଅପରପକ୍ଷରେ ମିଥ୍ୟା ମନି ଲଣ୍ଡ୍ରିଂ ମାଲାରେ ସୋନିଆ ଗାନ୍ଧୀ (Sonia Gandhi) ଏବଂ ରାହୁଲ ଗାନ୍ଧୀଙ୍କୁ ଫସାଇବାକୁ ବିଜେପି ଚକ୍ରାନ୍ତ କରୁଥିବା କଂଗ୍ରେସ କହିଛି। ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ମଧ୍ୟ ନାମ ରହିଛି। ସେ କୋରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଇଡି ତାଙ୍କୁ ଏକ ନୂଆ ସମନ ଜାରି କରିଛି। ଆସନ୍ତା ୨୩ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସୋନିଆଙ୍କୁ କୁହାଯାଇଛି।

Read More
{}{}