Hindi News >>Home >>Odisha Politics

Political Clash: ଶିବସେନା ପରେ ଅଧ୍ୟକ୍ଷ ପଦକୁ ନେଇ ଦୁଇ AIADMK ଗୋଷ୍ଠୀ ମୁହାଁମୁହିଁ

Tussle in AIADMK: ପଲାନୀସ୍ୱାମୀଙ୍କ ଗୋଷ୍ଠୀ ପକ୍ଷରୁ ଆୟୋଜନ କରାଯାଉଥିବା ଦଳୀୟ ବୈଠକକୁ ସ୍ଥଗିତ ରଖିବା ଲାଗି ପନୀରସେଲଭମଙ୍କ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ମାଡ୍ରାସ ହାଇକୋର୍ଟ। 

Advertisement
Political Clash: ଶିବସେନା ପରେ ଅଧ୍ୟକ୍ଷ ପଦକୁ ନେଇ ଦୁଇ AIADMK ଗୋଷ୍ଠୀ ମୁହାଁମୁହିଁ
Stop
Subhramjit Ray|Updated: Jul 11, 2022, 03:46 PM IST

Tussle in AIADMK: ତାମିଲନାଡ଼ୁରେ ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାର ପୁନରାବୃତ୍ତି। ତାମିଲନାଡୁ ବିଧାନସଭାରେ ବିରୋଧି ଦଳ ଆସନରେ ବସିଥିବା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ ଅଧ୍ୟକ୍ଷ ପଦକୁ ନେଇ ଦଳର ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ଦଳର ଅଧ୍ୟକ୍ଷ ପଦକୁ ନେଇ ମୁହାମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ.ପନୀରସେଲଭମ ଏବଂ ଇ.ପଲାନୀସ୍ୱାମୀଙ୍କ ଗୋଷ୍ଠୀ। ଏହି ଲଢେଇରେ ପନୀରସେଲଭମଙ୍କ ଗୋଷ୍ଠୀକୁ ମାଡ୍ରାସ ହାଇକୋର୍ଟ ପକ୍ଷରୁ ମିଳିଛି ଝଟକା। ଦଳର ଭବିଷ୍ୟତର ନେତୃତ୍ୱ ଗଠନ ସ୍ଥିର କରିବାକୁ ସୋମବାର ଏକ ଦଳୀୟ ସାଧାରଣ ପରିଷଦ ବୈଠକକୁ କୋର୍ଟ ଅନୁମୋଦନ କରିଛନ୍ତି।

ପଲାନୀସ୍ୱାମୀଙ୍କ ଗୋଷ୍ଠୀ ପକ୍ଷରୁ ଆୟୋଜନ କରାଯାଉଥିବା ଦଳୀୟ ବୈଠକକୁ ସ୍ଥଗିତ ରଖିବା ଲାଗି ପନୀରସେଲଭମଙ୍କ ଗୋଷ୍ଠୀ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ମଧ୍ୟବର୍ତ୍ତୀକାଳୀନ ମହାସଚିବ ପଦକୁ ପୁନର୍ଜୀବିତ କରିବାକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି। ସୋମବାର ସକାଳ ୯ଟା ୧୫ ମିନିଟରେ ଏହି ବୈଠକ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ କୋର୍ଟ ସକାଳ ୯ଟାରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଅନୁଯାୟୀ ଏହି ବୈଠକ ଅନୁଷ୍ଠିତ ହୋଇପାରିବ ବୋଲି କହିଛନ୍ତି ମାଡ୍ରାସା କୋର୍ଟ।

ସୋମବାର ଆୟୋଜିତ ହୋଇଥିବା ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ (All India Anna Dravida Munnetra Kazhagam) ଏଆଇଏଡିଏମକେ (AIADMK) ଦଳୀୟ ସାଧାରଣ ପରିଷଦ ବୈଠକରେ ସାଧାରଣ ମହାସଚିବ ପଦବୀର ପୁନରୁଦ୍ଧାର ସହ ପଲାନୀସ୍ୱାମୀ ମଧ୍ୟବର୍ତ୍ତୀକାଳୀନ ମହାସଚିବ ଭାବେ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ସାଧାରଣ ସଚିବଙ୍କ ବରିଷ୍ଠ ଦଳୀୟ ପଦବୀକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରସ୍ତାବ ପାଲାନିସ୍ୱାମୀଙ୍କ ସପକ୍ଷରେ ନିଆଯାଇଛି। ଏଆଇଏଡିଏମକେ ସଂଯୋଜକ ଏବଂ ମିଳିତ ସଂଯୋଜକ ପଦକୁ ରଦ୍ଦ କରିଦିଆଯାଇଛି। ଏହି ବୈଠକରେ ପଲାନୀସ୍ୱାମୀଙ୍କ ଗୋଷ୍ଠୀର ୨୫ ଶହରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ। ଏହା ପୂର୍ବରୁ ନୀରସେଲଭମଙ୍କ ଗୋଷ୍ଠୀ ଯୁକ୍ତି କରିଥିଲା ​​ଯେ ଆଇନ ଅନୁଯାୟୀ କେବଳ ସଂଯୋଜକ ଏବଂ ମିଳିତ ସଂଯୋଜକ ଏହି ବୈଠକ ଡକାଇ ପାରିବେ ଏବଂ ନୂତନ ଭାବେ ନିଯୁକ୍ତ ପ୍ରେସିଡିୟମ ଅଧ୍ୟକ୍ଷଙ୍କ ଦ୍ୱାରା ଡକାଯାଇଥିବା ଅବୈଧ।

ଏହି ସମୟରେ ରାଜଧାନୀ ଚେନ୍ନାଇ ଠାର ପଲାନୀସ୍ୱାମୀ-ପନୀରସେଲଭମ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ​ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ସୋମବାର ଆୟୋଜିତ ହେଉଥିବା ଦଳୀୟ ବୈଠକ ପୂର୍ବରୁ ପନୀରସେଲଭମଙ୍କ ସମର୍ଥକ ଦଳୀୟ କାର୍ଯ୍ୟାଳୟ କବାଟ ଭାଙ୍ଗି ଦେଇଥିଲେ। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଏଆଇଏଡିଏମକେ ସମର୍ଥକ ନାରାବାଜି କରିଥିଲେ। ଦଳରେ ଏକକ ନେତୃତ୍ୱ କାର୍ଯ୍ୟକାରୀ କରିବାକୁ ନେଇ ପଲାନୀସ୍ୱାମୀ-ପନୀରସେଲଭମ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ଦଳର ମଙ୍ଗୁଆଳ କିଏ ହେବ ସେ ନେଇ ଦୁଇ ଉଭୟ ଗୋଷ୍ଠୀର ଏଆଇଏଡିଏମକେ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

Also Read: Maharashtra Politics: ସିନ୍ଦେ ଗୋଷ୍ଠୀ ସହ ଆରପାର ଲଢେଇ ପାଇଁ ପ୍ରସ୍ତୁତ ଠାକରେ ଗୋଷ୍ଠୀ

 

 

 

 

Read More
{}{}