Hindi News >>Home >>Odisha Politics

୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ

ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

Advertisement
୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ
Stop
Soubhagya Ranjan Mishra|Updated: Jun 09, 2024, 05:32 PM IST

ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଓଡ଼ିଶା ଇତିହାସରେ ଯୋଡି ହେବ ଆଉ ଏକ ରାଜନୈତିକ ପୃଷ୍ଠା । ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଜନତା ମୈଦାନରେ ଶପଥ ନେବେ ଜଣେ ଓଡ଼ିଆ ପୁଅ । ତେବେ ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଚଳଚଞ୍ଚଳ ହୋଇପଡିଛି ବିଜେପି ରାଜ୍ୟ କାର୍ଯ୍ୟାଳୟ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଶପଥଗ୍ରହଣ ସଭାକୁ ଯିବା ପୂର୍ବରୁ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Also Read- Recharge Plan: କରିନିଅନ୍ତୁ ଏହି କାମ, ଦିନକୁ 1.5GB ଚାଟା ମିଳିବ ମାଗଣା

Also Read- ୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି

{}{}