Hindi News >>Home >>Odisha Politics

Modi Cabinet 3.0: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଜାଣନ୍ତୁ ସମସ୍ତ ତଥ୍ୟ

Modi Cabinet 3.0: ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଳାୟ ମିଳିଥିବା ସମୟରେ ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ନିର୍ମାଣ ବିଭାଗ ମିଳିଛି । ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ୍‌. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲ୍‌ଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି । 

Advertisement
Modi Cabinet 3.0: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଜାଣନ୍ତୁ ସମସ୍ତ ତଥ୍ୟ
Stop
Soubhagya Ranjan Mishra|Updated: Jun 10, 2024, 07:47 PM IST

Modi Cabinet 3.0: ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ନୂଆ ସରକାରଙ୍କ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଶପଥ ପାଠ କରିଥିଲେ ଏହା ପରେ ଆଜି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟା ଯାଇଛି । ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ ।

ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଳାୟ ମିଳିଥିବା ସମୟରେ ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ନିର୍ମାଣ ବିଭାଗ ମିଳିଛି । ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ୍‌. ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର, ମନୋହର ଲାଲ୍‌ଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି । ଅଶ୍ବିନୀ ବୈଷ୍ଣବଙ୍କୁ ରେଳ ଏବଂ ସୂଚନା ଓ ପ୍ରସାରଣ, ଶିବରାଜ ସିଂ ଚୌହାନଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ ବିଭାଗ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା, ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ, ଗିରିରାଜ ସିଂହଙ୍କୁ ବୟନ ଶିଳ୍ପ, ଚିରାଗ ପାଶ୍ବାନଙ୍କୁ କ୍ରୀଡ଼ା, ଏଚ୍‌.ଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରାଳୟ ମିଳିଛି । ସେହିପରି କେ. ରାମ ମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ, ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, ଗଜେନ୍ଦ୍ର ଶେଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ସର୍ବାନନ୍ଦ ସୋନୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ ବିଭାଗ ମିଳିଛି । କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର, ପ୍ରହ୍ଲାଦ ଯୋଶୀଙ୍କୁ ଖାଦ୍ୟ ଓ ଖାଉଟି କଲ୍ୟାଣ, ଜେ.ପି ନଡ୍ଡାଙ୍କୁ ସ୍ବାସ୍ଥ୍ୟ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ୍‌, ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି ।

Also Read- Sahara Refund: ନିର୍ବାଚନ ଋତୁ ସରିଲା, ଏବେ ଖାତାକୁ ଆସିବ ସାହାରା ଟଙ୍କା ?

{}{}