Hindi News >>Home >>Odisha Politics

Rahul Gandhi: ମୋଦୀଙ୍କ ସହିତ ହାତ ମିଳାଇଲେ ରାହୁଲ, ହେଲେ କାହିଁକି ପଢନ୍ତୁ ପୂରା ରିପୋର୍ଟ

ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆପଣ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବରେ ମନୋନୀତ ହେବା ସମ୍ମାନର ବିଷୟ। ମୁଁ ଆପଣଙ୍କୁ ପୂରା ଗୃହ ତରଫରୁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଗାମୀ ପାଞ୍ଚ ବର୍ଷ ପାଇଁ ତୁମର ମାର୍ଗଦର୍ଶନକୁ ଅପେକ୍ଷା କରିଛି ବୋଲି କହିଥିଲେ। 

Advertisement
Rahul Gandhi: ମୋଦୀଙ୍କ ସହିତ ହାତ ମିଳାଇଲେ ରାହୁଲ, ହେଲେ କାହିଁକି ପଢନ୍ତୁ ପୂରା ରିପୋର୍ଟ
Stop
Prabhudatta Moharana|Updated: Jun 26, 2024, 03:38 PM IST

Rahul Gandhi:  ନୂଆଦିଲ୍ଲୀ: ବିଜେପି ସାଂସଦ ଓମ ବିର୍ଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ମଧ୍ୟ ପରସ୍ପର ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଓମ ବିର୍ଲାଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀ ବାଚସ୍ପତିଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଗୋଟିଏ ଦିନ ପୂର୍ବରୁ ଇଣ୍ଡିଆ ମେଣ୍ଟ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା ଭାବେ ମନୋନୀତ କରିଛନ୍ତି। ସେ ଗାନ୍ଧୀ ପରିବାରର ତୃତୀୟ ନେତା ଯିଏକି ବିରୋଧୀଦଳର ନେତା ଭାବରେ ଗୃହରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ପିତା ରାଜୀବ ଗାନ୍ଧୀ ଗୃହରେ ବିରୋଧୀ ଦଳର ନେତା ରହିସାରିଛନ୍ତି।

ଲଗାତାର ତୃତୀୟ ଥର ପାଇଁ ଅଷ୍ଟାଦଶ ଲୋକସଭା ପାଇଁ ରାଜସ୍ଥାନର କୋଟା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ଦଳର ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ କେ ସୁରେଶଙ୍କୁ ଭଏସ୍ ଭୋଟ୍ ମାଧ୍ୟମରେ ପରାସ୍ତ କରିଛନ୍ତି। ଏହା ପରେ ବିରୋଧୀ ଦଳର ନେତା ଭାବରେ ରାହୁଲ ଗାନ୍ଧୀ ଏବଂ ଗୃହର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପର ସହ ହାତ ମିଳାଇଥିଲେ। ଓମ ବିର୍ଲାଙ୍କୁ ସ୍ୱାଗତ କରିବାକୁ ଉଭୟ ନେତା ଏକାଠି ହୋଇଥିଲେ। ରାହୁଲ ଗାନ୍ଧୀ ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ଯିଏକି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ପୂର୍ବରୁ ତାଙ୍କ ମା ସୋନିଆ ଗାନ୍ଧୀ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ତାଙ୍କ ପିତା ରାଜୀବ ଗାନ୍ଧୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିଲେ।

ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ବାଚସ୍ପତିଙ୍କ ଆସନ ପର୍ଯ୍ୟନ୍ତ ନେଇଯାଇଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆପଣ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବରେ ମନୋନୀତ ହେବା ସମ୍ମାନର ବିଷୟ। ମୁଁ ଆପଣଙ୍କୁ ପୂରା ଗୃହ ତରଫରୁ ଅଭିନନ୍ଦନ ଜଣାଉଛି ଏବଂ ମୁଁ ଆଗାମୀ ପାଞ୍ଚ ବର୍ଷ ପାଇଁ ତୁମର ମାର୍ଗଦର୍ଶନକୁ ଅପେକ୍ଷା କରିଛି ବୋଲି କହିଥିଲେ। 

{}{}