Hindi News >>Home >>Odisha Politics

Parliament Session : ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ଆରମ୍ଭରୁ ବିରୋଧି ଦଳଙ୍କୁ ପ୍ରସଙ୍ଗ ହିଁ ପ୍ରସଙ୍ଗ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ। ସ୍ୱଥନ୍ତ୍ର ଅଧିବେଶନ ଭାବେ ଲୋକସଭା ଗଣତାନ୍ତ୍ରିକ ଆଲୋଚନା, ପର୍ଯ୍ୟାଲୋଚନା ଓ କ୍ଷମତାର ତରଜୁରେ ସାମ୍ୟ ଆଣିବାକୁ ସୁଯୋଗ ଉନ୍ମୁକ୍ତ କରିବ। ଏହିକ୍ରମରେ ପ୍ରଥମ ଦିନ ହିଁ ବିରୋଧିଙ୍କୁ ସରକାରୀ ଦଳର ନିଷ୍ପତ୍ତିକୁ ସମାଲୋଚନା କରିବାକୁ କ୍ଷେତ୍ର ଯୋଗାଇଛି। ଏହାପରେ ଗୋ

Advertisement
Parliament Session : ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ଆରମ୍ଭରୁ ବିରୋଧି ଦଳଙ୍କୁ ପ୍ରସଙ୍ଗ ହିଁ ପ୍ରସଙ୍ଗ
Stop
Prabhudatta Moharana|Updated: Jun 24, 2024, 08:48 AM IST

Parliament Session: ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ। ସ୍ୱଥନ୍ତ୍ର ଅଧିବେଶନ ଭାବେ ଲୋକସଭା ଗଣତାନ୍ତ୍ରିକ ଆଲୋଚନା, ପର୍ଯ୍ୟାଲୋଚନା ଓ କ୍ଷମତାର ତରଜୁରେ ସାମ୍ୟ ଆଣିବାକୁ ସୁଯୋଗ ଉନ୍ମୁକ୍ତ କରିବ। ଏହିକ୍ରମରେ ପ୍ରଥମ ଦିନ ହିଁ ବିରୋଧିଙ୍କୁ ସରକାରୀ ଦଳର ନିଷ୍ପତ୍ତିକୁ ସମାଲୋଚନା କରିବାକୁ କ୍ଷେତ୍ର ଯୋଗାଇଛି। ଏହାପରେ ଗୋଟିକ ପରେ ଗୋଟିଏ ପ୍ରସଙ୍ଗକୁ ନେଇ  ମୁଖ୍ୟ ବିରୋଧି କଂଗ୍ରେସ ସରକାରଙ୍କୁ ଘେରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦିଓ ଏହି ଅଧିବେଶନରେ ଆଲୋଚନା ଲାଗି ସୁଯୋଗ ନାହିଁ କିନ୍ତୁ ବିରୋଧୀ ଦଳଙ୍କୁ ନିଜ ପ୍ରସଙ୍ଗ ଜନତାଙ୍କ ସାମନାରେ ରଖିବାକୁ ଅନେକ ସୁଯୋଗ ରହିଛି। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ: 

1. ରାଷ୍ଟ୍ରପତି ପ୍ରଥମେ କଟକର ସାଂସଦ  ଭର୍ତ୍ତୃହରି ମହତାବ ଅସ୍ଥାୟୀ ତଥା କାମଚଳା ବାଚସ୍ପତି ଭାବେ ଶପଥ ପାଠ କରିବେ। ତା’ ପରେ ସେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଶପଥ ଦେବେ। ଶ୍ରୀ ମହତାବ ଗୃହକୁ କ୍ରମାଗତ ଭାବେ ସାତଥର  ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଆଠଥର ସଦସ୍ୟ ହୋଇଥିବା କଂଗ୍ରେସ ସଦସ୍ୟ କୁଡ଼ିକୁନିଲ ସୁରେଶଙ୍କୁ ପ୍ରୋଟେମ୍‍ ସ୍ପିକର ଭାବେ ଚୟନ କରିବାକୁ ଦଳ ଦାବି କରି ଆଜି ବିରୋଧ କରିପାରେ। 

2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମ୍ପରା ଅନୁସାରେ ପ୍ରଥମେ ସଦସ୍ୟ ଭାବେ ଶପଥପାଠ କରିବା ପରେ ଅନ୍ୟ ସୌଦସ୍ୟମାନେ ଶପଥ ଗ୍ରହଣ କରିବେ। ପ୍ରଥମ ଦିନରେ ରାହୁଲ ଗାନ୍ଧୁଙ୍କୁ ମିଶାଇ ୨୬୪ ସଦସ୍ୟ ଶପଥ ପାଠ କରିବା ବ୍ୟବସ୍ଥା କରାଯାଇଛି। ବାକି ସଦସ୍ୟଙ୍କୁ ଆସନ୍ତାକାଲି ଶପଥ ପାଠ କରାଯିବ। 

3. ଏହି ଅଧିବେଶରେ ଲୋକସଭା ବାଚସ୍ପତିଙ୍କୁ ନିର୍ବାଚିତ କରିବ। ୨୬ ତାରିଖ ଦିନ ବାଚସ୍ପତି ନିର୍ବାଚିତ ହେବା ଯାଏ କାମଚଳା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗୃହ କାର୍ଯ୍ୟ ପରିଚାଳନା କରାଯିବ। ପରମ୍ପରା ଅନୁସାରେ ବରିଷ୍ଠ ସଦସ୍ୟଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥାଏ। 

4. ଏଯାଏ କିଏ ବାଚସ୍ପତି ହେବେ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସାଧାରଣତଃ ଶାସକ ଦଳ ପକ୍ଷରୁ ହିଁ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଥାଏ। ଏଥର କିନ୍ତୁ ମେଣ୍ଟ ସରକାର ହୋଇଥିବାରୁ ମେଣ୍ଟର ଆବଶ୍ୟକତାନୁ ଗ୍ରହଣ କରି ଗୃହର ନେତା ତଥା ପ୍ରଧାନମନ୍ତ୍ରୀ ଏହି ପଦବୀ ଲାଗି ନାମ ଘୋଷଣା କରିବେ। ଆସନ୍ତା କାଲି ସୁଦ୍ଧା ଏହି ନାଁ ସାମ୍ନାକୁ ଆସିପାରେ। ତାପରେ ନାମାଙ୍କନ ଏବଂ ନିର୍ବାଚନ ଅନୁଷ୍ଠିତ ହେବ। 

5. ବାଚସ୍ପତିଙ୍କ ସହ ଉପ ବାଚସ୍ପତିଙ୍କ ନାଁ ବି ଘୋଷଣା କରାଯିବ। ନିର୍ବାଚନ ପରେ ବାଚସ୍ପତିଙ୍କୁ କାମଚଳା ବାଚସ୍ପତି ଦାୟିତ୍ୱ ହସ୍ତାନ୍ତର କରିବେ। ଏଥର ବାଚସ୍ପତିଙ୍କ ପଦବୀ ଲଗି ପୂର୍ବତନ ବାଚସ୍ପତି ଓମ୍‍ ବିର୍ଲାଙ୍କ ସହ ଆନ୍ଧ୍ର ପ୍ରଦେଶ ବିଜେପି ଅଧ୍ୟକ୍ଷ ଡି ପୁରନ୍ଦେଶ୍ୱରୀଙ୍କ ନାଁ ବି ଚର୍ଚ୍ଚରାକୁ ଆସିଛି। 

6. ବାଚସ୍ପତିଙ୍କ ନିର୍ବାଚନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସଦସ୍ୟମାନେ ଧନ୍ୟବାଦ ପ୍ରସ୍ତାବରେ ନିଜ ନିଜର ମନ୍ତବ୍ୟ ରଖିବେ। 

7. ଯଦିଓ କୌଣସି ସରକାରୀ ବା ଘରୋଇ ବିଲ୍‍ ବା କାର୍ଯ୍ୟ ଦିବସ ଏହି ସ୍ୱତନ୍ତ୍ର ଅଧିବେଶନରେ ଯୋଡ଼ା ଯାଇ ନାହିଁ କିନ୍ତୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରଦାନ ଅବସରରେ ବିରୋଧୀ ବର୍ତ୍ତମାନର କିଛି ପ୍ରସଙ୍ଗକୁ ଉଠାଇପାରନ୍ତି। ଏହି ପ୍ରସଙ୍ଗଗୁଡ଼ିକ ଭିତରେ ରହିଛି ନିଟ୍‍, ଓ ନେଟ୍‍ ପରୀକ୍ଷାରେ ଅନିୟମିତତା। ଅବଶ୍ୟ କେନ୍ଦ୍ର ସରକାର ଏନ୍‍ଟିଏର ଡିଜିଙ୍କୁ ବରଖାସ୍ତ କରିବା ସହ ଏକ ୭ ଜଣିଆ ବିଶେଷଜ୍ଞ ପ୍ୟାନେଲ୍‍କୁ ଏହାର ଅନୁଧ୍ୟାନ ପାଇଁ ନିଯୁକ୍ତ କରିଛନ୍ତି କିନ୍ତୁ ଏନ୍‍ଟିଏ ପ୍ରସଙ୍ଗ ଏଥର ସଭାରେ ଆଲୋଚନା ହୋଇପାରେ। 

8. ସରକାରଙ୍କ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ା କଡ଼ି ଭାବେ ପାଳନ କରିବାକୁ ନିୟମ କରାଯାଇଛି। ଏହିକ୍ରମରେ ଉଲ୍ଲଂଘନକାରୀଙ୍କୁ ୧୦ ବର୍ଷର ଦଣ୍ଡ ସହ ୧ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। 

9. ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କଂଗ୍ରେସ ଦାବି କରିଛି। ସାଂସଦ ରାହୁଲ ଗାନ୍ଧି ଏହି ଅନିୟମିତତା ଲାଗି ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି। 

10. ଏହି ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ। ପୁଣିଥରେ ଜୁଲାଇ ୨୨ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ସମ୍ଭାବନା ରହିଛି।

{}{}