Hindi News >>Home >>Odisha National-International

Pakistan Politics: ଗଜବ କାମ ପାଇଁ ପୁଣି ଚର୍ଚ୍ଚାକୁ ଆସିଲା ଅଜବ ପାକିସ୍ତାନ

Pakistan Govt New Decision: ଅର୍ଥ ବିଶେଷଜ୍ଞଙ୍କୁ ପ୍ରଥମେ ବୈଦେଶିକ ମନ୍ତ୍ରୀ କରିବା ବର୍ତ୍ତମାନ ତାଙ୍କୁ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ପାକିସ୍ତାନ ସରକାର।

Advertisement
Pakistan Politics: ଗଜବ କାମ ପାଇଁ ପୁଣି ଚର୍ଚ୍ଚାକୁ ଆସିଲା ଅଜବ ପାକିସ୍ତାନ
Stop
Zee Odisha Desk|Updated: Apr 28, 2024, 10:46 PM IST

Pakistan Deputy PM Ishaq Dar: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ସରକାର। ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ଦେଶର ସରକାର। ପାକିସ୍ତାନ କ୍ୟାବିନେଟ ଡିଭିଜନ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଏହି ନିଯୁକ୍ତି ଦେଇଛନ୍ତି। ଏହି ବିଜ୍ଞପ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। 

ତାଙ୍କ ପୂର୍ବରୁ ଦେଶର ଶେଷ ଉପପ୍ରଧାନମନ୍ତ୍ରୀ ଥିଲେ ଚୌଧୁରୀ ପରଭେଜ ଇଲାହି। ତାଙ୍କୁ ୨୦୧୨ ଜୁନ୍ ମାସରେ ଉପ-ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ସେ ଦୀର୍ଘ ଦିନ ଧରି ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ୍ ଦଳର ଅର୍ଥନୈତିକ ବିଶେଷଜ୍ଞ ରହିଆସିଛନ୍ତି। ଗତ ମାର୍ଚ୍ଚ ମାସରେ ଯେତେବେଳେ ଶାହୱାଜ ସରିଫ ତାଙ୍କ କ୍ୟାବିନେଟ ଗଠନ କରିଥିଲେ, ସେତେବେଳେ ସେ ଇଶାକ ଡାରଙ୍କୁ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ଯେତେବେଳେ ତାଙ୍କର ପସନ୍ଦୀୟ ଅର୍ଥ ମନ୍ତ୍ରଣାଳୟ ମହମ୍ମଦ ଔରଙ୍ଗଜେବଙ୍କୁ ପ୍ରଦାନ କରାଯାଇଥିଲା।

ପୂର୍ବରୁ ରହି ସାରିଛନ୍ତି ଅର୍ଥମନ୍ତ୍ରୀ
ସରିଫ ପରିବାରର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଇଶାକ ଡାର। ଯିଏ ପୂର୍ବର ୨ ସରକାରରେ ଅର୍ଥମନ୍ତ୍ରୀ ରହି ସାରିଛନ୍ତି। ପୂର୍ବରୁ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ମିଳିତ ସରକାରରେ ଚତୁର୍ଥ ତଥା ଶେଷ ଥର ପାଇଁ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ସମସ୍ତ ଅର୍ଥନୈତିକ ସମସ୍ୟା ଉପରେ ଦଳର ଜବାବ ରଖୁଥିଲେ। ଗତ ମାସରେ ସେ ପାକିସ୍ତାନ ସଂସଦର ଉଚ୍ଚ ସିନେଟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପାକିସ୍ତାନ ମୁସଲିମ୍ ଲିଗ୍ (ନୱାଜ) ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୂଟ୍ଟୋ ଜରଦାରୀଙ୍କ ନେତୃତ୍ୱାଧିନ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ବୁଝାମାଣା କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ  ଇଶାକ ଡାର ସିନେଟ ଅଧ୍ୟକ୍ଷ ପଦ ଦୌଡ଼ରୁ ହଟିଯାଇଥିଲେ। ପାକିସ୍ତାନ ମୁସଲିମ୍ ଲିଗ୍ ଦେଶର ସଂସଦର ଉଭୟ ସଦନର ଅଧ୍ୟକ୍ଷ ପଦ ପାକିସ୍ତାନ ପିପୁଲ୍ସ ପାର୍ଟି ପାଇଁ ଛାଡ଼ିବାକୁ ରାଜି ହୋଇଥିଲେ। ଯାହା ସରକାରରେ ଅନ୍ୟ କିଛି ଭୂମିକା ଗ୍ରହଣ କରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

ଇଶାକ ଡାରଙ୍କ ପାଖରେ ରହିଛି ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ୱ
ସାମା ଟିଭି ରିପୋର୍ଟ ଅନୁଯାୟୀ ଦଳର ନେତୃତ୍ୱରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଶାହୱାଜ ସରିଫ ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗଦେବା ପାଇଁ ସାଉଦି ଆରବ ଗସ୍ତରେ ଅଛନ୍ତି। ଇଶାକ ଡାର ବର୍ତ୍ତମାନ ଶାହୱାଜ ସରିଫ ମନ୍ତ୍ରୀମଣ୍ଡଳରେ ବୈଦେଶିକ ମନ୍ତ୍ରୀ ଅଛନ୍ତି। ସେ ମଧ୍ୟ କାଉନସିଲ୍ ଅଫ କମନ୍ ଇଣ୍ଟ୍ରେଷ୍ଟ୍ (Council of Common Interest Pakistan) ସିସିଆଇ (CCI)  ସଦସ୍ୟ ଅଛନ୍ତି।

ଗତ ମାର୍ଚ୍ଚ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଏହାର (କାଉନସିଲ୍ ଅଫ କମନ୍ ଇଣ୍ଟ୍ରେଷ୍ଟ୍) ପୁର୍ନଗଠନ କରିଥିଲେ। ସେ ଇଶାକ ଡାରଙ୍କ ଅର୍ଥ ମନ୍ତ୍ରଣାଳୟରୁ ହଟାଇ ତାଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସମ୍ବିଧାନର ଧାରା ୧୫୩ ଅନୁଯାୟୀ ୮ ଜଣ ସଦସ୍ୟଙ୍କ ସହ ସିସିଆଇ ଗଠନ କରିଥିଲେ। ଯେଉଁଥିରେ ଶାହୱାଜ ସରିଫଙ୍କ ସହ ସମସ୍ତ ୪ ମୁଖ୍ୟମନ୍ତ୍ରୀ ସିସିଆଇ  ସଦସ୍ୟ ଅଛନ୍ତି। ଜିଓ ନ୍ୟୁଜ୍ ଏହି ବିଜ୍ଞପ୍ତି ସୂତ୍ରରୁ କହିଛି ଯେ ବର୍ତ୍ତମାନ ଇଶାକ ଡାର, ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏବଂ ରାଜ୍ୟ ତଥା ସୀମାନ୍ତ ଅଞ୍ଚଳ ମନ୍ତ୍ରୀ ଆମୀର ମୁକାମ୍ ସିସିଆଇ ସଦସ୍ୟ ହୋଇଛନ୍ତି। 

Read More
{}{}