Hindi News >>Home >>Odisha Politics

By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି

Padampur Bypoll 2022: ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପାଗଭିଡା। ପଦମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇ ଉଠିଛନ୍ତି।

Advertisement
By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି
Stop
Zee Odisha Desk|Updated: Nov 11, 2022, 11:11 PM IST

Padampur Byelection 2022: ପଦମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା ପରେ ସରଗରମ ହୋଇଉଠିଛି ରାଜନୀତି। ଏହି ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେପି ଏଠାକାର ପୂର୍ବତନ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡ଼ି ପକ୍ଷରୁ କିଏ ହେବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବାବେଳେ କଂଗ୍ରେସ ମଧ୍ୟ ଦୋଛକିରେ ରହିଛି। ସେପଟେ ଚାଷୀ ବହୁଳ ପଦମପୁର ବିଧାନସଭା ଆସନରେ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ପରସ୍ପର ଉପରେ ବର୍ଷିଛନ୍ତି।

ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପାଗଭିଡା। ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ନେଇ ସ୍ପଷ୍ଟ କରିଛି। ଅନ୍ୟପଟେ କଂଗ୍ରେସ ଏହି ଆସନରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପ୍ରାର୍ଥୀ କରିବାରେ ବୋଲି ଚର୍ଚ୍ଚା ହେଉଛି। ଏହି ନିର୍ବାଚନ ପାଇଁ ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଯାହା ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। 

ପଦମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇ ଉଠିଛନ୍ତି। ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ଚୁଡ଼ାନ୍ତ ହୋଇଛି। ଆସନ୍ତ ୧୪ ତାରିଖରେ ବିଜେପି ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଦଳର ବରିଷ୍ଠ ନେତା ତଥା ପଦମପୁର ଆସନର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାଁ  ଆଗରେ ରହିଛି।

Also Read: Padampur Bypoll 2022: ପଦମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଥର କିଏ ପିନ୍ଧିବେ ବିଜୟ ମୁକୁଟ?

ବରିଷ୍ଠ ବିଜେଡ଼ି ନେତା ତଥା ୫ ଥର ବିଧାୟକ ବିଜୟ ରଞ୍ଜନ ସିଂହହ ବରିହାଙ୍କ ଦେହାନ୍ତ ହେବା ପରେ ପଦମପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ଡ଼ିସେମ୍ବର ୫ ତାରିଖରେ ପଦମପୁରବାସୀ ତାଙ୍କର ନୂତନ ବିଧାୟକ ନିର୍ବାଚିତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ପଦମପୁରବାସୀଙ୍କ ସ୍ବର୍ଗତ ବିଜୟ ରଞ୍ଜନ ସିଂହ ବରିହାଙ୍କ ପ୍ରତି ଭଲ ପାଇବା ଦଳକୁ ବଡ଼ ବିଜୟ କରାଇବ ବୋଲି ବିଜେଡ଼ି କହିଛି। ହେଲେ ଧାମନଗର ଉପନିର୍ବାଚନରେ ପରାଜୟ ବରଣ କରିବା ପରେ ପଦମପୁରରେ ବିଜେଡି କେତେଦୂର ବିଜୟ ଲାଭ କରିବ ତାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି। ଏପରିକି ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ଏହି ଉପନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ସେ ନେଇ ଜାରି ରହିଛି ଛକାପଞ୍ଝା। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପତ୍ନୀ ତିଲୋତ୍ତମା ସିଂହ ବରିହା ଏବଂ ପୁତୁରା ବୋହୁ ମାଧବୀ ସିଂହ ବରିହା ଦୌଡ଼ରେ ରହିଛନ୍ତି। ସେହିପରି ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ, ଯୁବ ବିଜେପି ନେତା ପ୍ରିତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ରହିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସୁନୀଲ ଅଗ୍ରୱାଲ ପ୍ରମୁଖ ଟିକେଟ ପାଇଁ ଦାବିଦାର ଅଛନ୍ତି। 

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପଦମପୁର ଆସନରେ ରାଜନୈତିକ ଉଷ୍ମତା ସେତେ ବଢିବାରେ ଲାଗିଛି। ଏବେ ଠାରୁ କେଉଁ ଦଳ କେଉଁ ପ୍ରସଙ୍ଗକୁ ନେଇ ମତଦାତାଙ୍କ ପାଖକୁ ଯିବ ସେ ନେଇ ଦଳୀୟ ରଣନୀତି ପ୍ରସ୍ତୁତ କରିଦେବା ଆରମ୍ଭ କରିଦେଲେଣୀ।ଗତ ୧୦ ନଭେମ୍ବରରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ନିର୍ବାଚନ ବିଜ୍ଞପ୍ତି। ଏହା ପର ଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ନଭେମ୍ବର ୨୧ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଆସନ୍ତା ୫ ଡିସେମ୍ବରରେ ଏହି ଉପନିର୍ବାଚନ ପାଇଁ ଅନୁଷ୍ଠିତ ହେବ ମତଦାନ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 

Read More
{}{}