Hindi News >>Home >>Odisha Politics

Odisha Politics: ନିର୍ବାଚନମଣ୍ଡଳୀ ବଦଳାଇବେ କି ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ରହିଛି ଏହି ଆସନ

Naveen Patnaik MLA Seat: ଆଗାମୀ ବିଧାନସଭା ନିର୍ବାଚନରେ ନିଜର ଆସନ ବଦଳାଇବେ କି ନବୀନ ପଟ୍ଟନାୟକ? କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ ନିଜର ପାରମ୍ପରିକ ହିଞ୍ଜିଳିକାଟୁ ଆସନ ସହ ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜେଡି଼ ସୁପ୍ରିମୋ।    

Advertisement
Odisha Politics: ନିର୍ବାଚନମଣ୍ଡଳୀ ବଦଳାଇବେ କି ମୁଖ୍ୟମନ୍ତ୍ରୀ? ଚର୍ଚ୍ଚାରେ ରହିଛି ଏହି ଆସନ
Stop
Zee Odisha Desk|Updated: Oct 10, 2023, 09:43 PM IST

Odisha CM Naveen Patnaik: ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ନିଜର ନିର୍ବାଚନମଣ୍ଡଳୀ ବଦଳାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନରେ (Odisha Assembly Election 2024) ହିଞ୍ଜିଳିକାଟୁ (Hinjili Assembly Constituency) ବଦଳରେ ଅନ୍ୟ ଏକ ନିର୍ବାଚନଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ମୁଖ୍ୟମନ୍ତ୍ରୀ (Odisha CM Naveen Patnaik) ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ (BJD Supremo Naveen Patnaik)। ଆଉ ଏହି ବିଧାନସଭା ଆସନର ନାଁ ହେଉଛି ପୁରୀ (Puri Assembly Constituency)। ଯଦିଓ ଗତ ୨୦୧୯ ବିଧାନସଭା ନିର୍ବାଚନରେ (Odisha Assembly Election 2019) ନିଜର ପାରମ୍ପରିକ ହିଞ୍ଜିଳିକାଟୁ ସହ ବିଜେପୁର (Bijepur Assembly Constituency) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ନବୀନ ପଟ୍ଟନାୟକ। ହେଲେ ଏଥର ପୁରୀରୁ ପ୍ରାର୍ଥୀ ହେବେ କି ବିଜେଡ଼ି ସୁପ୍ରିମୋ? ପୁରୀ ବିକାଶରେ କାହିଁକି କୋଟି କୋଟି ଟଙ୍କା ବିନିଯୋଗ କରିବାକୁ ପଛାଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ? ଆଉ ପୁରୀ ପ୍ରକଳ୍ପର ଦ୍ରୁତ ଅଗ୍ରଗତି ପାଇଁ ଖୋଦ୍ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ (5T Secretary VK Pandian) କରିଛନ୍ତି କି ନିଯୁକ୍ତି? ହେଲେ ବିଜେଡ଼ି ମୁଖିଆଙ୍କୁ ନେଇ ପୁରୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଛି ସରଗରମ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଆଉ ପୁରୀ ଆସନରୁ ପ୍ରାର୍ଥୀ ହେବେନି ତ?

ସେପଟେ ଏଭଳି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ବରିଷ୍ଠ ବିଜେଡ଼ି ନେତା ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। ସେପଟେ ପୁରୀକୁ ବିଶ୍ୱ ଐତିହ୍ୟ ସହର (World Heritage City Puri) ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱପ୍ନ ଦେଖିଥିଲେ। ଆଉ କିଛି ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନ ପୁରଣ ହେବାକୁ ଯାଉଛି। ପ୍ରାୟ ୩୩୧ କୋଟି ୨୮ ଲକ୍ଷ ଟଙ୍କା ବ୍ଯୟରେ ଶ୍ରୀସେତୁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମଲ୍ଟି ପାର୍କିଂ, ବଡଦାଣ୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତି କରଣ, ମଲ୍ଟି ମାର୍କେଟ କମ୍ପ୍ଲେକ୍ସ ସହ ଚାଲିଛି ବହୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ। 

ସେପଟେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନବୀନ ପଟ୍ଟନାୟକଙ୍କୁ ନେଇ ସରଗରମ ହୋଇଛି ପୁରୀ ରାଜନୀତି। ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକ ପୁରୀରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି ଖୋଦ ଦଇତାପତି ନିଯୋଗ ସମ୍ପଦକ। ତାଙ୍କ କହିବା କଥା ହେଉଛି ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ଉତ୍ସର୍ଗୀକୃତ ମନୋଭାବ ପୋଷଣ କରିଛନ୍ତି। ଛୋଟ ସହର ହେଲେ ମଧ୍ୟ ଆନ୍ତର୍ଜାତୀୟ ବିମାନ ବନ୍ଦର, ପାଞ୍ଚ ଥାକିଆ ରାସ୍ତା, ବେଳାଭୂମି ରାସ୍ତାର ପ୍ରଶସ୍ତି କରଣ ସହ ସୌନ୍ଦର୍ଯ୍ଯ କରଣ ଆଦି କାର୍ଯ୍ଯକୁ ଆଗେଇ ନେଇଛନ୍ତି। 

ଏହାସହିତ ଚାରି ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ତାଙ୍କ ପାଇଁ ସଫଳ ହୋଇପାରିଛି। ପୁରୀ ସହରର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ମହାପ୍ରଭୁଙ୍କ ପ୍ରତି ତାଙ୍କର ରହିଥିବା ନିଷ୍ଠା ଏବଂ ସମର୍ପଣ ଭାବ କାରଣରୁ ପୁରୀ ପ୍ରତି ଥିବା ଅନେକ ପରିକଳ୍ପନା ଆଜି ସଫଳ ହୋଇପାରିଛି। ଯଦି ସେ ପୁରୀ ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି ତାହେଲେ ପୁରୀବାସୀ ତାଙ୍କୁ ଅକୁଣ୍ଠ ସମର୍ଥନ ଯୋଗାଇଦେବେ। ଗତ ୨୦୧୯ ନିର୍ବାଚନରେ ମଧ୍ୟ ପୁରୀ ଆସନରୁ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ଥାବ ଦେଇଥିଲେ ବୋଲି କହିଛନ୍ତି ବିଜେଡି ନେତା ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। 

Read More
{}{}