Hindi News >>Home >>Odisha Politics

Odisha Politics ବିଜେଡିର ପ୍ରଥମ ପ୍ରସ୍ତୁତି: ସାମ୍ନାକୁ ଆସିଲା କିଏ ହେବେ ପୁରୀ ଓ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ

2024 Election in Odisha: 2024 Election in Odisha: ଚଳିତ ବର୍ଷ ରାଜ୍ୟରେ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ କିଏ କେଉଁ ଆସନରୁ ହେବେ ଦଳୀୟ ପ୍ରାର୍ଥୀ ସେ ନେଇ ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।  

Advertisement
Odisha Politics ବିଜେଡିର ପ୍ରଥମ ପ୍ରସ୍ତୁତି: ସାମ୍ନାକୁ ଆସିଲା କିଏ ହେବେ ପୁରୀ ଓ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ
Stop
Updated: Mar 18, 2024, 11:00 PM IST

BJD Candidate for 2024 Election (ଭୁବନେଶ୍ୱର): ମେଣ୍ଟ ଚର୍ଚ୍ଚା ଓ ସମ୍ଭାବନା ଭିତରେ ବିଜେଡି ପୁରୀ ଓ କେନ୍ଦ୍ରାପଡ଼ାରୁ ସମ୍ଭାବ୍ୟ ପ୍ରାର୍ଥୀ କିଏ ହେବେ ତାହାର ଏକ ତାଲିକା ସାମ୍ନାକୁ ଆଣିଛି। ଯଦିଓ ଦଳ ପକ୍ଷରୁ ଏ ବିଷୟରେ ବିଧିବଦ୍ଧ ଭାବେ ସ୍ପଷ୍ଟ କରାଯାଇ ନାହିଁ କିନ୍ତୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ବିଜେଡିର ପ୍ରମୁଖ ରଣନୀତି ନିର୍ଦ୍ଧାରକ ଭିକେ ପାଣ୍ଡିଆନ୍‍ ଦଳୀୟ ନେତାଙ୍କ ସହ ପୃଥକ ପୃଥକ ବୈଠକରେ ପୁରୀ ଓ କେନ୍ଦ୍ରାପଡ଼ା ଲାଗି ପ୍ରାର୍ଥୀ ସ୍ପଷ୍ଟ କରିଛନ୍ତି। ଏଥିରେ ରହିଛି ଦୁଇ ସାଂସଦ ପ୍ରାର୍ଥୀଙ୍କ ସମେତ ୧୪ ବିଧାୟକ ପ୍ରାର୍ଥୀଙ୍କ ନାଁ। ଆସନ୍ତୁ ନଜର ପକାଇବା ଏହି ସମ୍ଭାବ୍ୟ ତାଲିକା ଅନୁସାରେ କିଏ ହେବେ କେଉଁଠୁ ପ୍ରାର୍ଥୀ।

ବିଜେଡି ସୂତ୍ରର ସୂଚନା ଅନୁସାରେ ଦଳର ସବୁଠାରୁ ଦୁଇ ଦୁର୍ବଳ ନିର୍ବାଚନ ମଣ୍ଡଳୀକୁ ପ୍ରଥମେ ଅନୁଶୀଳନ କରିଛି ବିଜେଡି। ପୁଣି ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ପୂର୍ବ ବିଜିତ ସାଂସଦଙ୍କୁ ପ୍ରାର୍ଥୀତ୍ୱରୁ ବାହାରେ ରଖି ନୂଆ ପ୍ରାର୍ଥୀଙ୍କ ମାଧ୍ୟମରେ ବିଜୟ ଲାଭ ହାସଲ କରିବାକୁ ଆଶା ରଖିଛି। 

ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଜେଡି ଜିତିଥିଲା। ଚତୁର୍ଥ ଥର ପାଇଁ ଦଳ ସାଂସଦ ପଦ ହାତେଇଥିଲେ। କଂଗ୍ରେସରୁ ଆସିଥିଲେ ମଧ୍ୟ ବିଜେଡି ତାଙ୍କ ଉପରେ ୩ ଥର ଭରସା କରି ଟିକଟ ଦେଇଥିଲା। ହେଲେ ଏଥର ତାଙ୍କ ଉପରୁ ଭରସା ତୁଟାଇଛି। ପୂର୍ବ ଥର ବିଜେପିର ସମ୍ବିତ ପାତ୍ର ଏଠାରେ ଯେଉଁଭଳି ଭାବେ ତାଙ୍କୁ ଟକ୍କର ଦେଇଥିଲେ ସେଥିରେ ହୁଏତ ଭୟଭୀତ ହୋଇ ବିଜେଡି ଏଭଳି ନିଷ୍ପତ୍ତି ନେଇଥାଇପାରେ।  ଠିକ୍‍ ସେହିଭଳି କେନ୍ଦ୍ରାପଡ଼ାରେ ବିଜେଡି ପ୍ରତିଥର ନୂଆ ନୂଆ ପ୍ରାର୍ଥୀଙ୍କୁ ଦେଇ ବିଜୟ ଲାଭ କରୁଛି। ଅନୁଭବ ମହାନ୍ତି ପୂର୍ବଥରର ବିଜେଡିର ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ଏଥର ପ୍ରାର୍ଥୀ କରାଯାଇ ନାହିଁ। ପୂର୍ବରୁ ତାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। 

ତେବେ ବିଜେଡି ସୂତ୍ର ଅନୁସାରେ ପୁରୀରୁ ଏଥର ବିଜେଡିର ସାଂସଦ ପ୍ରାର୍ଥୀ ଯିଏ ହେବେ ସେ ହେଉଛନ୍ତି ପୂର୍ବତନ ଆଇପିଏସ୍‍ ତଥା ୨୦୧୯ ନିର୍ବାଚନରେ ଭୁବନେଶ୍ୱର ହାରିଥିବା ଅରୂପ ପଟ୍ଟନାୟକ। ଏହା ଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି (ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ) ଙ୍କୁ ଦଳୀୟ ସଙ୍ଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଙ୍କେତ ଦିଆଯାଇଛି।

ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପ୍ରସନ୍ନ ପାଟ୍ଟଶାଣୀଙ୍କ ପାଇଁ ଏକ ଆହ୍ୱାନ ହେବ। ସେହିପରି ସତ୍ୟବାଦୀ ଓ ବ୍ରହ୍ମଗିରିରେ ପ୍ରାର୍ଥୀ ପରିବର୍ତ୍ତନ ବିଜେଡିର ବିଜୟ ସମ୍ଭାବନାରେ ସାମାନ୍ୟ ଚର୍ଚ୍ଚା ସୃଷ୍ଟି ପାଇଁ ବାଧ୍ୟ କରିବ। 

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବୈଠକ ଡାକି ଦଳ କଂଗ୍ରେସରୁ ଆଗତ ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିବ। କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା, ସାଲେପୁରରୁ ପ୍ରଶାନ୍ତ ବେହେରା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପାଟକୁରାରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ କେଶରୀ ଦେବ ଏବଂ ରାଜନଗରରୁ ଧ୍ରୁବ ସାହୁଙ୍କୁ ନିଜ ନିଜ ଅଞ୍ଚଳରେ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି।

ଏହିଭଳି ଭାବେ ଦୁଇ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀକୁ ଆଗ ଟାର୍ଗେଟ୍‍ କରିଛି ବିଜେଡି। ଅପରପକ୍ଷେ ମେଣ୍ଟ ପାଇଁ ଚର୍ଚ୍ଚା କରୁଥିବା କିଛି ରାଜନୀତିକ ସମୀକ୍ଷକଙ୍କ ଅନୁସାରେ ଏହି ଦୁଇ ଆସନ ବିଜେପି ପାଇଁ ସ୍ଥିର ହୋଇଥିବାରୁ ବିଜେଡି ଅଧିକ ଚିନ୍ତା କରି ନାହିଁ। ମେଣ୍ଟ ହେଲେ ନା ଅରୂପ ନାଁ ଅଂଶୁମାନ ପ୍ରାର୍ଥୀ ହେବେ ବୋଲି ସେମାନେ କହିଛନ୍ତି। 

 

Read More
{}{}