Hindi News >>Home >>Odisha Politics

Odisha BJP: 'ସରକାରକୁ ଆସିଲେ ପ୍ରଥମ ଦିନରେ ମିଳିବ ଚିଟ୍‍ଫଣ୍ଡ ଟଙ୍କା'

Odisha Politics: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ମୁଖ୍ୟ ବିରୋଧି ଦଳ।    

Advertisement
Odisha BJP: 'ସରକାରକୁ ଆସିଲେ ପ୍ରଥମ ଦିନରେ ମିଳିବ ଚିଟ୍‍ଫଣ୍ଡ ଟଙ୍କା'
Stop
Zee Odisha Desk|Updated: Jan 04, 2024, 06:57 PM IST

Odisha BJP Modi Guarantee Card: ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରିବା ଆରମ୍ଭ କରିଦେଲାଣି ବିଜେପି। ଏହି କ୍ରମରେ ଗତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ଏବେ ଓଡ଼ିଶା ମୁହାଁ ହୋଇଛି ବିଜେପି। ଏନେଇ ଦଳ ରାଜ୍ୟରେ ମୋଦି ଗ୍ୟାରେଣ୍ଟି କାର୍ଡ ଦେବା ସମ୍ପର୍କରେ ଜଣାଇସାରିଛି।

ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଚାଷୀ, ଛାତ୍ର ତଥା ଯୁବବର୍ଗ ଏବଂ ଆର୍ଥିକ ଗରିବ ଶ୍ରେଣୀ ଉପରେ ନଜର ରଖିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ। ଯଦି ବିଜେପି ରାଜ୍ୟରେ ସରକାର ଗଠନ କରେ ତାହେଲେ ୨୪ ଘଣ୍ଟା ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ଲାଗି ବ୍ୟବସ୍ଥା କରାଯିବ। ଯାହାର ପକ୍କା ଘର ନାହିଁ ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଘର ଯୋଗାଇ ଦେବ। ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯିବ। କେବଳ ସେତିକି ନୁହେଁ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଯୁବ ଭୋଟରଙ୍କ ମନ ଜିଣିବା ଲାଗି ପ୍ରତିବର୍ଷ ଛାତ୍ର ସାଂସଦ ନିର୍ବାଚନ କରାଇବାକୁ ଦଳ ପ୍ରତିଶୃତି ପ୍ରଦାନ କରିବ।

ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ପଦାଧିକାରୀ ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟର ମୁଖ୍ୟ ବିରୋଧି ଦଳ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ନେଇ ଚର୍ଚ୍ଚା ହେଉଛି। ବିଜେପି ଯାହା କହେ ତାହାକୁ କାର୍ଯ୍ୟକାରୀ କରି ଦେଖାଏ। ମୋଦି ଗ୍ୟାରେଣ୍ଟି ମାଧ୍ୟମରେ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିକଟରେ ରାଜଧାନୀ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା ସମନ୍ୱୟ ବୈଠକ। ଯେଉଁ ବୈଠକରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ପୂର୍ବରୁ ଗତ ମାସରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲା ଓଡ଼ିଶା ବିଜେପି ବିଧାୟକ ଦଳ। 

ଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଦଳୀୟ ସମନ୍ୱୟ ବୈଠକରେ ଯୋଗ ଦେଇଥିଲେ। ସେହିପରି ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କୁ ନେଇ ହୋଇଥିବା ବୈଠକରେ କର୍ମକର୍ତ୍ତାଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଶେଷରେ ସଂଯୁକ୍ତ ମୋର୍ଚ୍ଚା ସହ ବୈଠକ କରିଥିଲେ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଦଳୀୟ ବୈଠକରେ ମହିଳା ଏବଂ ନୂତନ ମତଦାତାଙ୍କ ଉପରେ ଧ୍ୟାନକେନ୍ଦ୍ରୀତ କରାଯାଇଛି। ବିଜେଡ଼ି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାକୁ ମନ୍ତ୍ର ଦେଇଛନ୍ତି ସହ ପ୍ରଭାରୀ। ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟର ନୁହେଁ ବରଂ କେନ୍ଦ୍ର ସରକାରଙ୍କ ବୋଲି ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। 

ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ମହିଳାଙ୍କ ନିକଟରେ ପହଞ୍ଚାଇବା ଏବଂ ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରିବା ପାଇଁ କୁହାଯାଇଛି। ନୂତନ ମତଦାତାଙ୍କ ସହ ଯୋଡି ହେବାକୁ ଯୁବ ମୋର୍ଚ୍ଚାକୁ ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୪ ବର୍ଗରେ କୃଷକ ସର୍ବାଗ୍ରେ ରହିଥିବାରୁ ଜମିରୁ ମଣ୍ଡି ପର୍ଯ୍ୟନ୍ତ କୃଷକଙ୍କ ପାଖେ ରହିବାକୁ ଦଳର କୃଷକ ମୋର୍ଚ୍ଚାକୁ କୁହାଯାଇଛି। ପ୍ରାୟ ୩ ଦିନିଆ ମାନସ ମନ୍ଥନ ପରେ ଓଡ଼ିଶା ଦଖଲ ପାଇଁ ପୂରା ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା ହେବା ସହ ୨୪ ନିର୍ବାଚନରେ ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି ଜଣାଇ ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ। ପୁଣି ଏଥର ଲୋକସଭା ଅପେକ୍ଷା ବିଧାନସଭା ଉପରେ ଅଧିକ ଧ୍ୟା କେନ୍ଦ୍ରୀତ କରିଛି ଦଳ।

 

 

Read More
{}{}