Hindi News >>Home >>Odisha Politics

Odisha Assembly Session: ନୁପୂର ଶର୍ମାଙ୍କ ପାଇଁ ବିଧାନସଭା ହୁଲୁସ୍ତୁଲୁ, କଂଗ୍ରେସ-ବିଜେପି ମୁହାଁମୁହିଁ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, 'ନୁପୂର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଟ। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 02, 2022, 01:43 PM IST

Odisha Assembly Session: ଶନିବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗୃହରେ ବହିସ୍କୃତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠିଛି। ଯାହାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି। ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ହୋହାଲ୍ଲା ସହ ନାରାବାଜି କରିଛନ୍ତି। 

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, 'ନୁପୂର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଟ। ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।' ତେବେ ନରସିଂହ ମିଶ୍ର ପୁଣି ଥରେ ଏହା କହିବା ବେଳେ ଗୃହରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। 

Also Read: ଦେଶରେ ଯାହା ଘଟୁଛି ସେଥିପାଇଁ ନୁପୂର ଶର୍ମା ଦାୟୀ: ସୁପ୍ରିମକୋର୍ଟ

ସେପଟେ, ନରସିଂହଙ୍କୁ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଜବାବ ଦେଇଛନ୍ତି। କଂଗ୍ରେସର ଶିରୋ ନାସ୍ତି ଶିରୋ ପୀଡା। ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି। କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁଙ୍କ ପ୍ରଶ୍ନ ପାଲଟା ପ୍ରଶ୍ନ କରିଛନ୍ତି। ଗୃହରେ ନୁପୂର ଶର୍ମା ସଦସ୍ୟ ନୁହଁନ୍ତି, କାହିଁକି ସେ ବିଷୟରେ ଆଲୋଚନା ହେବ। ବିଜେପି ନୁପୂରଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ବିରୋଧୀ ଦଳର ଉପନେତା କହିବା ସହ କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି।

ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରଶ୍ନକାଳ ସ୍ବଭାବିକ ଭାବେ ଚାଲିଛି। ନୂଆ ମନ୍ତ୍ରୀମାନେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ବିଭିନ୍ନ ପର୍ଯଟନସ୍ଥଳିର ବିକାଶ ପାଇଁ କାମ ଦାବି କରିଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡ଼ମ୍ୟାପକୁ ଗୁରୁତ୍ଵ ଦେବାକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଦାବି କରିଥିଲେ। କୋରୋନା ଯୋଗୁଁ  ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

Also Read: 'ଉଦୟପୁର ହତ୍ୟାକାଣ୍ତ ପାଇଁ ନୁପୂର ଶର୍ମା କ୍ଷମା ମାଗିବା ଆବଶ୍ୟକ ନାହିଁ...'

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ବିଜେପି ଉପନେତା ବିଷ୍ଣୁ ସେଠୀ ଟାସ୍କ ଫୋ୍ସ ଗଠନ କରିବାକୁ ଦାବି କରିଛନ୍ତି। ଗୃହରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ଘମାଘୋଟ ଆଲୋଚନା ହେବାପରେ ରାଜ୍ୟ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୃହରେ ବିସ୍ତୃତ ଉତ୍ତର ରଖିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ ବୋଲି ମନ୍ତ୍ରୀ କହିବା ସହ ବିଧାୟକଙ୍କ ସହ ଆଲୋଚନା କରି ପର୍ଯ୍ୟଟନ କ୍ଷେତ୍ରର ଅଧିକ ବିକାଶ କରାଯିବ ବୋଲି ଗୃହକୁ ଅବଗତ କରିଥିଲେ।

 

Read More
{}{}