Hindi News >>Home >>Odisha Politics

ବିଜେଡିର ୫ମ ତାଲିକାରେ ପରିବାରବାଦର ପ୍ରଭାବ: ୯ରୁ ୫ ପ୍ରାର୍ଥୀଙ୍କ ନିକଟ ସମ୍ପର୍କୀୟ ବିଧାୟକ ବା ସାଂସଦ

BJD Candidate 5th List 2024: ପାଞ୍ଚଥର କ୍ଷମତାରେ ରହିଥିଲେ ମଧ୍ୟ ବଂଶବାଦକୁ ଛାଡିପାରିନି ଦଳ। ମନ୍ତ୍ରୀ, ବିଧାୟକ ବା ସଂସଦଙ୍କ ଝିଅ, ପତ୍ନୀଙ୍କୁ ପ୍ରାର୍ଥୀ କରି ପୁଣିଥରେ ରାଜ୍ୟବାସୀଙ୍କ ଭୋଟ ଅକ୍ତିଆର କରିବାକୁ ଚାହିଁଛି। 

Advertisement
BJD Candidate 5th List 2024
Stop
Zee Odisha Desk|Updated: Apr 17, 2024, 03:59 PM IST

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ଆଜି ୫ମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦୁଇଟି ସ୍ଥାନରେ ପ୍ରାର୍ଥୀ ଅଦଳ ବଦଳ କରାଯାଇଛି। ୪ ଜଣ କାର୍ଯ୍ୟରତ ବିଧାୟକଙ୍କୁ ଟିକଟ ବାରଣ କରାଯାଇଛି ଏବଂ ୫ ଜଣ ନୂଆ ମୁହଁକୁ ବିଜେଡି ଲୋକଙ୍କ ସାମ୍ନାକୁ ଆଣିଛି। ସବୁଠାରୁ ବଡ଼ କଥା ହେଲେ ପରିବାରବାଦକୁ ଆଶ୍ରା କରିଛି ରାଜ୍ୟର ସବୁଠାରୁ ବଡ଼ ଦଳ। ପାଞ୍ଚଥର କ୍ଷମତାରେ ରହିଥିଲେ ମଧ୍ୟ ବଂଶବାଦକୁ ଛାଡିପାରିନି ଦଳ। ମନ୍ତ୍ରୀ, ବିଧାୟକ ବା ସଂସଦଙ୍କ ଝିଅ, ପତ୍ନୀଙ୍କୁ ପ୍ରାର୍ଥୀ କରି ପୁଣିଥରେ ରାଜ୍ୟବାସୀଙ୍କ ଭୋଟ ଅକ୍ତିଆର କରିବାକୁ ଚାହିଁଛି। 

ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ସେଥିରେ ୯ଟି ନାଁ ରହିଛି। ହେଲେ ଏସବୁଥିରେ କୌଣସି ନା କୌଣସି ସ୍ଥାନରେ ଦଳ ନେତାଙ୍କ ଅସନ୍ତୋଷକୁ  ପ୍ରଶମିତ କରିବାକୁ ଚାହିଁଛି। ଆହୁରି ମଧ୍ୟ କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତିଙ୍କ ପ୍ରାର୍ଥୀ ହେବା ସୂଚନା ଦେଉଛି ଯେ, ଦଳ ଏଠାରେ ଉଚିତ ପ୍ରାର୍ଥୀ ପାଇ ନାହିଁ ବା ବଡ଼ ଦ୍ୱନ୍ଦ୍ୱରେ ପଡ଼ିଛି। ଅପରପକ୍ଷରେ ଦଳ ପୁଣିଥା କ୍ଷମତାକୁ ଆସିବା ଲାଗି ପରିବାରବାଦ ଉପରେ ଯଥେଷ୍ଟ ଭରସା କରିଛି। ବିଧାୟକ ବା ପୂର୍ବତନ ମନ୍ତ୍ରୀଙ୍କ ଟିକଟ କାଟି ତାଙ୍କ ସ୍ଥାନରେ ତାଙ୍କୁ ଝିଅ ବା ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ପୁଣି ଅନ୍ୟ ଦଳରେ ଥିବା ପତିଙ୍କୁ ବିୋଧ କରୁଥିବା ପତ୍ନୀଙ୍କୁ ମଧ୍ୟ  ପ୍ରାର୍ଥୀ କରି ଦଳ ନିର୍ବାଚନ ବୈତରଣୀ ପାର ହେବାକୁ ଚାହିଁଛି। ଆସନ୍ତୁ ନଜର ପକାଇବା ଏହି ପ୍ରାର୍ଥୀ ତାଲିକାରେ ଥିବା ସେମିତି ୫ଟି ନାଁ ଉପରେ। 

ପ୍ରଥମେ ପଦ୍ମପୁର କଥା।  ଏଠାରେ ହୋଇଥିବା ଉପ ନିର୍ବାଚନ ସେତେବେଳେ ବିଜେଡି ପାଇଁ ଚ୍ୟାଲେଞ୍ଜ ଥିଲା। ଏହାକୁ ହାତେଇବା ଲାଗି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସଂହ ବରିହାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଥିଲା। ୪ ବର୍ଷ ଭିତରେ ମଧ୍ୟ ଏଠାରେ ନୂଆ ପ୍ରାର୍ଥୀଙ୍କୁ ଖୋଜିବାରେ ଦଳ ବିଫଳ ହୋଇଛି। ଏଣୁ ପୁଣିଥରେ ବର୍ଷାଙ୍କୁ ଦଳ ପ୍ରାର୍ଥୀ କରି ବଂଶବାଦକୁ ପୟୋତ୍ସାରହନ ଦେଇଛି। 

ସେହିପରି ପରିବାରବାଦକୁ ରାଜନୀତିରେ ସକ୍ରିୟ ରଖିବାକୁ ଯାଇ ବିଜୁ ଜନତା ଦଳ ଏହି ପ୍ରାର୍ଥୀ ତାଲିକାରେ ଆହୁରି ୪ଜଣଙ୍କୁ ସାମିଲ କରିଛନ୍ତି।  ସେମାନେ ହେଲେ, ଦେବଗଡ଼ର ଅରୁନ୍ଧତୀ କୁମାରୀ ଦେବୀ। ସେ ଦେବଗଡ଼ ରାଜପରିବାରରୁ ଆସିଛନ୍ତି। ତାଙ୍କ ସ୍ୱାମୀ ବିଜେପି ନେତା ତଥା ସମ୍ବଲପୁରର ସାଂସଦ ଥିଲେ। ଗଲା କିଛି ଦିନ ହେଲା ତାଙ୍କ ବିରୋଧ କରି ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ ଅରୁନ୍ଧତୀ। ଗତକାଲି ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। 

ଅନୁଗୁଳରେ ରଜନୀକାନ୍ତ ସିଂହଙ୍କ ପ୍ରାର୍ଥୀତ୍ୱକୁ ବ୍ରେକ୍‍ ମିଳିଛି। ତାଙ୍କ ସ୍ଥାନରେ ଦଳ ମହିଳା ଭୋଟ ଅକ୍ତିଆର କରିବା ଲାଗି ତାଙ୍କ ପତ୍ନୀ ସଞ୍ଜୁକ୍ତା ସିଂହଙ୍କୁ  ପ୍ରାର୍ଥୀ କରିଛି। ଏକ ଧାରାରେ  ଜୟପୁରରେ ବିଜେଡି ନେତା ରବି ନନ୍ଦଙ୍କୁ ଦଳ ଚୁପ୍‍ କରିଛି। ତାଙ୍କ ପତ୍ନୀ ଇନ୍ଦିରା ନନ୍ଦ ଏଥର ଜୟପୁରର ବିଜେଡି ପ୍ରାର୍ଥୀ ହେବେ। 

ସାନ ଖେମୁଣ୍ଡିରେ ମଧ୍ୟ ରହିଛି ପରିବାରବାଦ। ରାଣୀ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ଗୀତାଞ୍ଜଳୀଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେଡି। ମହିଳା ପୁଣି ଯୁବା ବର୍ଗ ହୋଇଥିବାରୁ ସେ ଭୋଟରଙ୍କୁ ଆକୃଷ୍ଟ କରିବେ ବୋଲି ଆଶା କରିଛି ବିଜେଡି। ଅପରପକ୍ଷେ  ବର୍ତ୍ତମାନର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଟିକଟ ଦିଆଯାଇ ନାହିଁ।

Read More
{}{}