Hindi News >>Home >>Odisha Politics

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ନାମାଙ୍କନ ଦାଖଲ କଲେ ସପ୍ତଗିରି

Saptagiri Sankar Ulaka: କୋରାପୁଟରେ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ସପ୍ତଗିରି ସଙ୍କର ଉଲାକା ନାମାଙ୍କନ ଦାଖଲ କରିଛନ୍ତି। ୨୦୧୯ ନିର୍ବାଚନରେ ସେ ଏକମାତ୍ର କଂଗ୍ରେସ ପ୍ରତିନିଧି ଭାବେ ଓଡ଼ିଶାରୁ ଲୋକସଭାରୁ ନିର୍ବାଚିତ ହୋଇଥିଲେ।   

Advertisement
Saptagiri Sankar Ulaka filed nomination
Stop
Zee Odisha Desk|Updated: Apr 19, 2024, 08:42 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସାଂସଦ ସପ୍ତଗିରି ଉଲାକା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୋରାପୁଟରେ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ୨୦୧୯ ନିର୍ବାଚନରେ ସେ ଏକମାତ୍ର କଂଗ୍ରେସ ପ୍ରତିନିଧି ଭାବେ ଓଡ଼ିଶାରୁ ଲୋକସଭାରୁ ନିର୍ବାଚିତ ହୋଇଥିଲେ। 

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖକୁ ଏକ ଶୋଭାଯାତ୍ରା ମାଧ୍ୟମରେ ଆସି ସେ ନିଜର ନାମାଙ୍କନ ଦାଖଲ କରିଥିଲେ। ନାମାଙ୍କନ ସମୟରେ ସେ କହିଛନ୍ତି, ତାଙ୍କ ନିର୍ବାଚନ ମଣ୍ଡଳୀର ଶିକ୍ଷିତ, ମହିଳା ଏବଂ ଯୁବ ଗୋଷ୍ଠୀ କାହାକୁ ନିର୍ବାଚିତ କରିବେ ତାହା ଭଲ ଭାବେ ଜାଣିଛନ୍ତି। ଏଣୁ ତାଙ୍କର ଆଉଥରେ ନିର୍ବାଚିତ ହେବ ସୁନିଶ୍ଚିତ। 

ତାଙ୍କ ସହ କୋରାପୁଟର କଂଗ୍ରେସ ବିଧାୟକ ପୟାର୍ଥୀ କୃଷ୍ଣ କୁଳଦୀପ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ପଟାଙ୍ଗୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

Read More
{}{}