Hindi News >>Home >>Odisha Politics

Odisha Election 2024: 'ଓଡ଼ିଶାରେ ଏକାଠି ହୋଇଛନ୍ତି ବିଜେପି-ବିଜେଡି '

Odisha Election 2024:  ନିର୍ବାଚନ ପାଇଁ ସରଗରମ୍ ରାଜ୍ୟ ରାଜନୀତି । ବାଲେଶ୍ବରରେ ନିର୍ବାଚନୀ ସଭା କରି ଉଭୟ କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। 

Advertisement
Odisha Election 2024: 'ଓଡ଼ିଶାରେ ଏକାଠି ହୋଇଛନ୍ତି ବିଜେପି-ବିଜେଡି '
Stop
Abhaya mohanty|Updated: May 19, 2024, 11:00 AM IST

Odisha Election 2024: ଏବେ ଚାରିଆଡେ ନିର୍ବାଚନୀ ଚର୍ଚ୍ଚା। ନିର୍ବାଚନ ପାଇଁ ସରଗରମ୍ ରାଜ୍ୟ ରାଜନୀତି ।  ଏହି କ୍ରମରେବାଲେଶ୍ବର ସହରର ମିଶନ ପଡିଆରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବର ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଯୋଗ ଦେଇ ସମାବେଶକୁ ଉଦବୋଧନ ଦେଇଥିଲେ । ଏହି ସମାବେଶର ମୁଖ୍ୟ ଆକର୍ଷଣ ଥିଲେ ଏଆଇସିସିର ତାରକା ପ୍ରଚାରକ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। 

ସଚିନ୍ ପାଇଲଟ ନିଜ ଅଭିଭାଷଣରେ ସିଧାସଳଖ ଏନଡିଏ ସରକାର ଙ୍କୁ ଟାର୍ଗେଟ କରିଥିଲେ । ଏହା ସହିତ ଓଡ଼ିଶାରେ କଂଗ୍ରେସ୍ ର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିବ । ୧୦ବର୍ଷ ହେବ କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି । ସରକାର କ୍ଷମତାକୁ ଆସିବା ପୂର୍ବରୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବେରୋଜଗାର, କଳାଧନ , ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା । କିନ୍ତୁ ଲୋକଙ୍କୁ ଦେଖାଇବା ପାଇଁ ଏବେ ଏମାନଙ୍କ ପାଖରେ ରିପୋର୍ଟ କାର୍ଡ ନାହିଁ ବୋଲି ସଚିନ ପାଇଲଟ କହିଛନ୍ତି । 

୧୦ ବର୍ଷ ହେବ କେନ୍ଦ୍ରରେ ଏନଡିଏ ସରକାର ଅଛି ଓଡ଼ିଶା ପାଇଁ ବିଶେଷ ପଦକ୍ଷେପ ନେଇ ନାହାନ୍ତି । ଯେତେବେଳେ କଂଗ୍ରେସ ସରକାର ଥିଲା ବଡ଼ ବଡ଼ ଶିଳ୍ପ ,କାରଖାନା ଓ ବଡ଼ ବଡ଼ ଉଦ୍ୟୋଗ କରାଯାଇଥିଲା । ଓଡ଼ିଶା ଏଭଳି ଏକ ରାଜ୍ୟ ଖଣିଜ ସମ୍ପଦରେ ଭରପୁର କିନ୍ତୁ ଏଠାକାର ଲୋକେ ଗରିବ । ଆମେ ଏଠି ପରିବର୍ତ୍ତନ ଦେଖି ପାରୁଛୁ ସାରାଦେଶରେ ମଧ୍ୟ ପରିବର୍ତ୍ତନର ମାହୋଲ ଦେଖିବାକୁ ମିଳୁଛି । ଏଠାକାର ସାଂସଦ ପ୍ରାର୍ଥୀ ବହୁ ଭୋଟରେ ବିଜୟୀ ହେବେ । ବିଜେପିର ନେତା ମାନେ କେବଳ ଧର୍ମ , ହିନ୍ଦୁ ,ମୁସଲମାନ ଓ ମନ୍ଦିର ଓ ମସଜିଦର କେବଳ କଥା କହୁଛନ୍ତି । ବିକାଶର କଥା କିମ୍ବା ଜନତାଙ୍କ ସମସ୍ୟା ବୁଝୁ ନାହାଁନ୍ତି। 

ସେପଟେ, ବିଜେଡିକୁ ମଧ୍ୟ ଟାର୍ଗେଟ୍ କରିଥିଲେ ସଚିନ୍ ପାଇଲଟ୍।  ରାଜ୍ୟରେ ୨୫ବର୍ଷ ସରକାରରେ ଥିବା ବିଜେଡି ସରକାର  ଓଡିଶାର ବିକାଶ କେତେ କରିଛି ବୋଲି ପ୍ରଶ୍ନ ଉଠାଇଥିଲେ। ଗରିବଙ୍କ ସମସ୍ୟା ନେଇ ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ସମାଲୋଚନା କରିଥିଲେ। ପରେ ଭୋଗରାଇ ନିର୍ବାଚନ ମଣ୍ଡଳୀର ଥାନା ଛକ ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ପାଇଁ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି କାଯ୍ୟକ୍ରମ ରେ କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି,ସଦର ବିଧାୟକ ପ୍ରାର୍ଥିନୀ ମୋନାଲିସା ସାମଲ,ରେମୁଣା ବିଧାୟକ ପପ୍ରାର୍ଥୀ ସୁର୍ଦଶନ ଜେନା, ଭୋଗରାଇ ପ୍ରାର୍ଥୀ ସତ୍ୟଶିବ ଦାସ ଅନ୍ୟ ବିଧାୟକ ପ୍ରାର୍ଥୀ ବରିଷ୍ଠ ତଥା ଯୁବ ନେତା ମାନେ ସାମିଲ ହୋଇଥିଲେ।

{}{}