Hindi News >>Home >>Odisha Politics

Odisha Election 2024: ବିଜେଡିର ଗଡ଼ ରକ୍ଷା କରିବେ ତ ଗୀତାଞ୍ଜଳି !

Odisha Election 2024: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏ-ନେଇ ସରଗରମ୍ ରହିଛି ରାଜ୍ୟ ରାଜନୀତି। ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ରାଉତରାୟଙ୍କ ପାରାଦୀପ ଗ୍ରସ୍ତ। କାଲି ଯିଏ ନିର୍ବାଚନ ମୈଦାନରେ ପରସ୍ପର ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିଲେ ଆଜି ସେମାନେ ଏକାଠି । 

Advertisement
Odisha Election 2024: ବିଜେଡିର ଗଡ଼ ରକ୍ଷା କରିବେ ତ ଗୀତାଞ୍ଜଳି !
Stop
Narayan Behera|Updated: Apr 18, 2024, 09:46 AM IST

Odisha Election 2024: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏ-ନେଇ ସରଗରମ୍ ରହିଛି ରାଜ୍ୟ ରାଜନୀତି। ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ରାଉତରାୟଙ୍କ ପାରାଦୀପ ଗ୍ରସ୍ତ। କାଲି ଯିଏ ନିର୍ବାଚନ ମୈଦାନରେ ପରସ୍ପର ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିଲେ ଆଜି ସେମାନେ ଏକାଠି । ନିର୍ବାଚନକୁ ଏକାଠି ଲଢିବା ପାଇଁ ଗୋଟିଏ ଛାତ ତଳେ ବସି କରୁଛନ୍ତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ଏକାଠି ହୋଇ କିଭଳି ବିଜେଡିକୁ ବାଜିମାତ କରାଇବେ ସେ ନେଇ ଚାଲିଛି ରଣ କୌଶଳ।

ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପରେ । ନିର୍ବାଚନ ପାଇଁ ବାପି ସର୍ଖେଲ ଆଜି ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ଧର୍ମପତ୍ନୀ ତଥା ବିଜେଡି ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟଙ୍କୁ ନିଜ ନୂଆବଜାର ସ୍ଥିତ କାର୍ଯ୍ୟାଳୟକୁ ଡାକି ତାଙ୍କ ଦ୍ଵାରା ଗଠିତ ହୋଇଥିବା ଆମ ପାରାଦୀପ ଆମ ପ୍ରଗତିର କର୍ମକର୍ତ୍ତାମାନଙ୍କ ସହ କାଉନସିଲର ମାନଙ୍କୁ ପରିଚିତ କରାଇଥିବା ଦେଖିବାକୁ ମିଳିଛି।

କିଭଳି ଅଧିକରୁ ଅଧିକ ଭୋଟ ଗୀତାଞ୍ଜଲିଙ୍କ ସପକ୍ଷରେ ଯିବ । ସେ-ନେଇ ସେ ତାଙ୍କ କର୍ମୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି । ବାପି ସର୍ଖେଲଙ୍କ ଧର୍ମପତ୍ନୀ ମୋନି ଦୀପା ସର୍ଖଲେ ବିଜେଡିରେ ଯୋଗ ଦେଇଥିବା ବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ସାରିଛନ୍ତି । ବାପି ସର୍ଖେଲ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇ ନଥିବା ବେଳେ ଏବେ କିନ୍ତୁ ନିଜ ସଂଗଠନକୁ ନେଇ ବିଜେଡିକୁ ସମର୍ଥନ କରିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିବା ବେଳେ ସମ୍ବିତ ରାଉତରାୟ ମଧ୍ୟ ଏହାକୁ ନେଇ ବେଶ୍ ଆଶାବାଦୀ ଥିବା ବେଳେ ଚଳିତ ନିର୍ବାଚନ ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ସହିତ ପାରାଦୀପ ବିଧାୟିକା ପାର୍ଥିନୀ ଗିତାଞ୍ଜଳୀ ରାଉତରାୟ ଙ୍କୁ ବହୁ ଭୋଟ୍ ଦେଇ ଜିତାଇବା ପାଇଁ ଶପଥ ପାଠ କରିଥିଲେ।

Read More
{}{}