Hindi News >>Home >>Odisha Politics

Odisha News: ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ଡିପ୍‍ ଫେକ୍‍ ଭିଡିଓ ବ୍ୟବହାର କରୁଛି ବିଜେଡି’

ଭୁବନେଶ୍ୱର: ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଛି। ଏହା ଚିନ୍ତାର ବିଷୟ। ଓଡ଼ିଶାର ଜନସାଧାରଣ ଯାହାଙ୍କୁ ଭୋଟ୍‍ ଦେଇଥିଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ବନ୍ଦୀ କରାଯାଇଛି। ତାଙ୍କୁ କଣ୍ଢଇ ଭଳି ନିୟନ୍ତ୍ରଣ କରାଯାଉଛି।  କେବଳ ସେତିକି ନୁହେଁ, ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଡିପ୍‍ ଫେକ୍‍ ଭିଡିଓ  ବ୍ୟବହାର କରାଯାଉଛି େବାଲି ଅଅ

Advertisement
Odisha News: ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ, ଡିପ୍‍ ଫେକ୍‍ ଭିଡିଓ ବ୍ୟବହାର କରୁଛି ବିଜେଡି’
Stop
Zee Odisha Desk|Updated: May 13, 2024, 11:19 AM IST

Odisha News: ଭୁବନେଶ୍ୱର: ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଛି। ଏହା ଚିନ୍ତାର ବିଷୟ। ଓଡ଼ିଶାର ଜନସାଧାରଣ ଯାହାଙ୍କୁ ଭୋଟ୍‍ ଦେଇଥିଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ବନ୍ଦୀ କରାଯାଇଛି। ତାଙ୍କୁ କଣ୍ଢଇ ଭଳି ନିୟନ୍ତ୍ରଣ କରାଯାଉଛି।  କେବଳ ସେତିକି ନୁହେଁ, ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଡିପ୍‍ ଫେକ୍‍ ଭିଡିଓ  ବ୍ୟବହାର କରାଯାଉଛି େବାଲି ଅଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପିର ଉପସଭାପତି ବୈଜୟନ୍ତ ପଣ୍ତା। 

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କେବଳ ଜଣେ ଲୋକଙ୍କୁ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳୁଛି। ହେଲିକପ୍ଟର ହେଉ ବା କ୍ୟାମେରା ବା ମଞ୍ଚ। ଆମକୁ ପ୍ରଶ୍ନ ପଚାରିବା ଉଚିତ ଯେ କାହିଁକି ତାଙ୍କ ଦଳର ଅନ୍ୟ ନେତା ବା ଓଡ଼ିଶାର ପୁଅ ଝିଅଙ୍କୁ ଦେଖିବାକୁ ମିଳୁନି, ଏହା ଏକ ଚିନ୍ତାର ବିଷୟ। ଯଦି ମୁଖ୍ୟମନ୍ତ୍ରୀ ଟିଭିରେ କହୁଥିବା ବିଷୟକୁ କୌଣସି ମଞ୍ଚ ଉପରେ କହିବେ ତେବେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। 

ଆମେ ହି ଡିପ୍‍ ଫେକ୍‍ ଭିଡିଓକୁ ବୈଷୟିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରୁଛୁ। ତାହାକୁ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆଣିବୁ ବୋଲି କହିଛନ୍ତି ଶ୍ରୀ ପଣ୍ଡା। 
ମୋ ପାଇଁ ଏହା ଏକ ଦୁଃଖର ବିଷୟ। ମୋ ପରିବାର ଏବଂ ବିଜୁ ବାବୁଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିଲା। ୨୦୧୮ ପୂର୍ବରୁ ନବୀନ ଏପରି ନଥିଲେ। ଓଡ଼ଆ ଅସ୍ମିତାକୁ ଆଘାତ ପହଞ୍ଚିଛି ଏହି ସମୟ ଭିତରେ। ନବୀନ ବାବୁ ବନ୍ଦୀ ହେବା ପରେ। ଏହି ସମୟରେ ହିଁ ମହାପ୍ରଭୁ ଜଗନ୍ନାଥଙ୍କ ଚାବି ହଜିଛି। ଏହି ସମୟରେ ଓଡ଼ିଆ ଅସ୍ମିତାକୁ ଆଘାତ ପହଞ୍ଚିଛି ବୋଲି ସେ ବିଜେପିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
-----------------------

{}{}