Hindi News >>Home >>Odisha Politics

BJP ପ୍ରସ୍ତୁତ କଲା ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍

Odisha Assembly Election 2024: ରାଜ୍ୟରେ ମହିଳା ଭୋଟରଙ୍କ ପାଇଁ ବିଜେଡି ଅନେକ ଆକର୍ଷକ ପ୍ରତିଶୃତି କରିସାରିଛି । ଦଳ ଲୋକସଭା ତଥା ପୌର ତଥା ପଞ୍ଚାୟତ ନିର୍ବାଚନରେ ​​ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ୍ ଦେଇଛି । ବର୍ତ୍ତମାନ ବିଜେପି ମଧ୍ୟ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ନିର୍ବାଚନୀ ପ୍ରତିଶ୍ରୁତି ଉପରେ କାର୍ଯ୍ୟ କରୁଛି ।

Advertisement
BJP ପ୍ରସ୍ତୁତ କଲା ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍
Stop
Zee Odisha Desk|Updated: Aug 02, 2022, 10:49 AM IST

ନୂଆଦିଲ୍ଲୀ: Odisha Assembly Election 2024: ୨୦୨୪ ଲୋକସଭା (Lok Sabha Election 2024) ସହିତ ଓଡିଶାରେ ବିଧାନସଭା ନିର୍ବାଚନ (Odisha Assembly Election 2024) ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀୟ ଜନତା ପାର୍ଟି (BJP) ଆକ୍ଟିଭ ମୋଡକୁ ଆସିଯାଇଛି । ଏଥର ବିଜେପି ବିଶେଷ ଭାବରେ ଓଡିଶାର ଆଦିବାସୀ ବହୁଳ ଅଞ୍ଚଳ (Tribal Areas) ଉପରେ ଧ୍ୟାନ କେନ୍ଦ୍ରିତ କରିବ । ସୂଚନା ଅନୁଯାୟୀ, ଆଦିବାସୀ ଓ ମହିଳାଙ୍କୁ ଆକର୍ଷିତ କରିବା ଉପରେ ଦଳର ଫୋକସ ରହିବ । ବିଜେପି ଦ୍ରୌପଦୀ ମୁର୍ମୁ (Draupadi Murmu) ଭାବରେ ଓଡ଼ିଶାକୁ ପ୍ରଥମ ଥର ରାଷ୍ଟ୍ରପତି (First Odia President) ଦେଇଛି । ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି (First Woman Tribal President) । ବିଜେପି ରଣନୀତିଜ୍ଞମାନେ ମନେ କରନ୍ତି ଯେ, ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ​​ମୁର୍ମୁ ଫ୍ୟାକ୍ଟର୍ (Murmu Factor) ସେମାନଙ୍କ ସପକ୍ଷରେ କାମ କରିପାରେ ।

ବାସ୍ତବରେ, ଓଡିଶାରେ ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଅଛନ୍ତି । ରାଜ୍ୟରେ ଅତି କମରେ ୧୫ଟି ବିଧାନସଭା ଆସନରେ ଆଦିବାସୀଙ୍କ ଜନସଂଖ୍ୟା ୫୫ ପ୍ରତିଶତରୁ ଅଧିକ ରହିଛି । ପ୍ରାୟ ୩୫ଟି ଆସନରେ ୩୦ ପ୍ରତିଶତରୁ ଅଧିକ ଆଦିବାସୀ ଭୋଟର ଅଛନ୍ତି । ରାଜ୍ୟରେ ଜନସଂଖ୍ୟାର ମାତ୍ର ୧୭ ପ୍ରତିଶତ ଲୋକ ସହରରେ ରହୁଥିବାବେଳେ ୮୩ ପ୍ରତିଶତ ଲୋକ ଗ୍ରାମରେ ରୁହନ୍ତି । ରାଜ୍ୟର ୧୪୭ଟି ଆସନ ମଧ୍ୟରୁ ୨୪ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ସେଥିରୁ ବର୍ତ୍ତମାନ ଶାସକ ବିଜୁ ଜନତା ଦଳ (BJD) ପାଖରେ ୨୦ଟି ଆସନ ରହିଛି, ସେଥିମଧ୍ୟରୁ ୩ ମହିଳା ବିଧାୟକ ଅଛନ୍ତି । ରାଜ୍ୟରେ ମୋଟ ୩.୨୬ କୋଟି ଭୋଟରଙ୍କ ମଧ୍ୟରୁ ୧.୫୪ କୋଟି ମହିଳା ଭୋଟର ଅଛନ୍ତି ।

ବିଜେପି ରଣନୀତିଜ୍ଞମାନେ ମନେ କରନ୍ତି ଯେ ମହିଳା ଓ ଆଦିବାସୀ ଫ୍ୟାକ୍ଟର ଉପରେ ଫୋକସ କରି ନିର୍ବାଚନ ଜିତି ହେବ । ଓଡିଶାରେ ବିଜେପିର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ବିଜେପି ଚ୍ୟାଲେଞ୍ଜ କରିପାରେ । ଗତ ଲୋକସଭା ନିର୍ବାଚନରେ ​​ବିଜେପି ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟି ଜିତିଥିଲା । ଅନ୍ୟପକ୍ଷେ ବିଧାନସଭାରେ ବିଜେପିକୁ ୨୩ଟି ଆସନ ମିଳିଥିଲା ।

ଗତ ନିର୍ବାଚନରେ ​​ବିଜେପିର ଭୋଟରେ ବହୁତ ବୃଦ୍ଧି ଘଟିଥିଲା । ବିଜେପିର ୧୪.୫ ପ୍ରତିଶତ ଭୋଟରେ ବୃଦ୍ଧି ଘଟି ୩୨.୪ ପ୍ରତିଶତରେ ପହଞ୍ଚିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଖରାପ ହେଉଥିବାବେଳେ ବିଜେପିକୁ ଏହାର ଲାଭ ମିଳୁଛି । ବିଜେଡି ସାମ୍ନାରେ ବିଜେପି ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବରେ ପ୍ରତିଷ୍ଠିତ କରିବାକୁ ପ୍ରୟାସ କରୁଛି ।

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା

ଏହା ବି ପଢ଼ନ୍ତୁ:-ଗୁରୁଙ୍କ ଘରେ କିପରି ମୁକାବିଲା କରିବେ ଏକନାଥ? ସିନ୍ଦେଙ୍କ ଗଡ଼ରେ ଉଦ୍ଧବ ଠାକରେ ଖେଳିଲେ ଏହି ଚାଲ୍

 

ରାଜ୍ୟରେ ମହିଳା ଭୋଟରଙ୍କ ପାଇଁ ବିଜେଡି ଅନେକ ଆକର୍ଷକ ପ୍ରତିଶୃତି କରିସାରିଛି । ଦଳ ଲୋକସଭା ତଥା ପୌର ତଥା ପଞ୍ଚାୟତ ନିର୍ବାଚନରେ ​​ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ୍ ଦେଇଛି । ବର୍ତ୍ତମାନ ବିଜେପି ମଧ୍ୟ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ନିର୍ବାଚନୀ ପ୍ରତିଶ୍ରୁତି ଉପରେ କାର୍ଯ୍ୟ କରୁଛି । ଏଥିରେ ମହିଳାଙ୍କୁ ଚାକିରି ଓ ସ୍ଥାନୀୟ ସଂସ୍ଥାରେ ସଂରକ୍ଷଣ, ସୁରକ୍ଷା, ଆଇନ ଏବଂ ଶୃଙ୍ଖଳା ସଂସ୍କାର ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି ।

Read More
{}{}