Hindi News >>Home >>Odisha Politics

Bihar Politics: ସରକାର ଗଠନକୁ ନେଇ ଆସିଲା ବଡ଼ ଖବର

New Govt Formation in Bihar: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ନୂତନ ସରକାର ଗଠନ କରିବାକୁ ନେଇ  ଆସିଛି ଏକ ବଡ଼ ଖବର। ବିହାରର ବିଜେପି ସମର୍ଥିତ ଏନଡିଏ ସରକାର ଗାଦିଚ୍ୟୁତ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। 

Advertisement
Bihar Politics: ସରକାର ଗଠନକୁ ନେଇ ଆସିଲା ବଡ଼ ଖବର
Stop
Subhramjit Ray|Updated: Aug 09, 2022, 11:19 PM IST

New Govt Formation in Bihar: ବିଜେପି ସହ ଜେଡିୟୁ ନେତା ମେଣ୍ଟ ଭାଙ୍ଗିବା ପରେ ବିହାରରେ କ୍ଷମତାସୀନ ଏନଡିଏ ସରକାରର ହୋଇଛି ପତ୍ତନ। ଏହା ପରେ ଜେଡିୟୁ ବିହାର ରାଜନୀତିରେ ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ ସମର୍ଥନ ନେଇ ରାଜ୍ୟରେ ପୁନର୍ବାର ସରକାର ଗଢିବାକୁ ଅଣ୍ଟାଭିଡ଼ିଛି। ଏହି ସରକାର କେଉଁ କେଉଁ ଦଳଙ୍କୁ ନେଇ ଗଠିତ ହେବ ତାହା ସ୍ଥିର ହୋଇସାରିଛି।

ବିହାର ରାଜନୀତିରେ (Bihar Politics) ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ନୂତନ ସରକାର ଗଠନ କରିବାକୁ ନେଇ  ଆସିଛି ଏକ ବଡ଼ ଖବର। ଏହି ସରାକରରେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ବିଧାୟକ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ ପୁନର୍ବାର ସରକାର ଗଠନ କରିବାକୁ ନେଇ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ଦାବି ଜଣାଇଥିଲେ ଜେଡିୟୁ ନେତା। 

ମଙ୍ଗଳବାର ବିହାର ରାଜଭବନ ଠାରେ ରାଜ୍ୟପାଳଙ୍କୁ ଭେଟିବା ସମୟରେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ (JDU Leader Nitish Kumar) ଏବଂ ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav), ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (Hindustani Awam Morcha) ହାମ ଅଧ୍ୟକ୍ଷ (HAM President) ଜିତନ ରାମ ମାଞ୍ଚି (Jitan Ram Manjhi) ପ୍ରମୁଖ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ଅର୍ଥାତ ବୁଧବାର ଅପରାହ୍ନ ଚାରିଟା ସମୟରେ ବିହାର ଫାଗୁ ଚୌହାନ ଜେଡିୟୁ ନେତା ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇବେ। 

Also Read: Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ

ରାଜ ଭବନ ଛାଡିବା ପରେ ସରକାର ଗଠନ କରିବା ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନୀତୀଶ କୁମାର କହିଛନ୍ତି ଯେ ତାଙ୍କ ପାଖର ୧୬୪ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବର୍ତ୍ତମାନ ସାତୋଟି ଦଳ ଏକାଠି ବିହାରର ବିକାଶ କରିବେ ଏବଂ ରାଜ୍ୟରେ ସେବା କରିବେ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର କୌଣସି ଜବାବ ରଖିନାହାଁନ୍ତି ସେ। ଏହି ସରକାରକୁ ହିନ୍ଦୁସ୍ତାନୀ ଆୱାମୀ ମୁଖ୍ୟ ଜିତନରାମ ମାଞ୍ଝି ନିସର୍ତ୍ତ ସମର୍ଥନ ପ୍ରଦାନ କରିଛନ୍ତି। 

Also Read: Bihar Politics: ରାଜ୍ୟରେ ଗଠିତ ୭ ଦଳିଆ ମେଣ୍ଟ ସରକାର

ବିହାରର ବିଜେପି ସମର୍ଥିତ ଏନଡିଏ ସରକାର (BJP led NDA Govt in Bihar) ଗାଦିଚ୍ୟୁତ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ରାଜ୍ୟରେ ସାତୋଟି ଦଳଙ୍କୁ ନେଇ ଏକ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଏହି ସରକାରରେ ସାତୋଟି ସାମିଲ ହୋଇଛନ୍ତି ସେମାନେ ହେଉଛନ୍ତି, ଆରଜେଡି (RJD), ଜେଡିୟୁ (JDU), କଂଗ୍ରେସ (Congress), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ((Hindustani Awam Morcha), ସିପିଆଇଏମଏଲ (CPIML), ସିପିଆଇ (CPI), ସିପିଏମ (CPM) ଏବଂ ଜଣେ ସ୍ୱାଧିନ ବିଧାୟକ। ଏହି ସମସ୍ତ ଦଳ ପାଖରେ ମୋଟ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Also Read: Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ

ମୋଟ ୨୪୩ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କୌଣସି ଦଳକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ବହୁମତ ସାବ୍ୟସ୍ତ କରିବା ଲାଗି ଆବଶ୍ୟକୀୟ ବିଧାୟକ ସଂଖ୍ୟା ଠାରୁ ମହାଗଠବନ୍ଧନ ପାଖରେ ଅଧିକ ୪୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ମହାଗଠବନ୍ଧ ସରାକରରେ ସାମିଲ ହେବାକୁ ଯାଉଥିବା ଦଳ ଏବଂ ସେମାନଙ୍କ ବିଧାୟକ ସଂଖ୍ୟା ହେଉଛି

ଆରଜେଡି: ୭୯
ଜେଡିୟୁ: ୪୫
କଂଗ୍ରେସ: ୧୯
ସିପିଆଇଏମଏଲ: ୧୨
ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା: ୪
ସିପିଆଇ:  ୨
ସିପିଏମ: ୨
ସ୍ୱାଧିନ:  ୧ 
ମୋଟ: ୧୬୪ 

 

 

 

 

 

 

Read More
{}{}