Hindi News >>Home >>Odisha Politics

Odisha Politics: ୪ ବିଜେଡି ବିଧାୟକଙ୍କୁ ନୋଟିସ

Odisha Politics: ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି।

Advertisement
Odisha Politics: ୪ ବିଜେଡି ବିଧାୟକଙ୍କୁ ନୋଟିସ
Stop
Soubhagya Ranjan Mishra|Updated: May 21, 2024, 07:12 PM IST

ଭୁବନେଶ୍ବର: ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି। ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନହେବ ସେନେଇ  ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି। 

ସୂଚନାଯୋଗ୍ୟ ଯେ ଉପରୋକ୍ତ ୪ ବିଧାୟକ ଦଳ ବଦଳ ନିରୋଧୀ ଆଇନ ଉଲ୍ଲଂଘନ କରିଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଚସ୍ପତି ପ୍ରମିଳା ମଲିକଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଧାନସଭା ସଚିବ ଏହି ନୋଟିସ ଜାରି କରିଛନ୍ତି ।

Also Read- ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ

Also Read- ସୁନା ପରେ ଚିନ୍ତା ବଢାଇଲା ରୁପା ଦର, ଗୋଟିଏ ଦିନରେ ୪୫୦୦ ବୃଦ୍ଧି

Read More
{}{}