Hindi News >>Home >>Odisha Politics

Uttar Pradesh Politics: ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

Uttar Pradesh Fisheries Minister Sanjay Nishad:  ଅଗଷ୍ଟ ୧୦ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଗିରଫ କରି  ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ଆଦେଶ ପାଳନ କରିବାର ଦାୟିତ୍ୱ ଶାହପୁର ପୋଲିସକୁ ଦିଆଯାଇଛି।

Advertisement
Uttar Pradesh Politics: ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା
Stop
Subhramjit Ray|Updated: Aug 07, 2022, 05:32 PM IST

NBW against UP Minister Sanjay Nishad: ଉତ୍ତର ପ୍ରଦେଶ ସରକାରଙ୍କ ମତ୍ସ୍ୟ ପାଳନ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଲାଗି ବଢିଯାଇଛି ସମସ୍ୟା। ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। ଅଗଷ୍ଟ ୧୦ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଗିରଫ କରି  ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ଆଦେଶ ପାଳନ କରିବାର ଦାୟିତ୍ୱ ଶାହପୁର ପୋଲିସକୁ ଦିଆଯାଇଛି। ଉତ୍ତର ପ୍ରଦେଶ ମତ୍ସ୍ୟ ବିଭାଗ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କୁ ଗିରଫ କରିବାକୁ ସିଜେଏମ୍ ଜଗନ୍ନାଥ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କ ମତ୍ସ୍ୟ ପାଳନ ବିଭାଗ ମନ୍ତ୍ରୀ (Uttar Pradesh Fisheries  Department) ସଞ୍ଜୟ ନିଷାଦଙ୍କ (Sanjay Nishad) ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ତାହା ପ୍ରାୟ ୭ ବର୍ଷ ପୂର୍ବର ମାମଲା। ଗତ ୨୦୧୫ ଜୁନ ୭ ତାରିଖରେ ସାହାଜନୱା ଥାନାର କସରୱାଲ ଠାରେ ସରକାରୀ ଚାକିରିରେ ନିଷାଦ ସମ୍ପ୍ରଦାୟ (Nishad Community) ପାଇଁ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଏକ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ କରିବା ବେଳେ ଆନ୍ଦୋଳନକାରୀ ରେଳ ଧାରଣା ଉପରେ ବସିଥିଲେ। ଆନ୍ଦୋଳନ ସମୟରେ ବିବାଦ ବଢିଯିବା ସହ ପୋଲିସ ଲାଠି ଚାର୍ଜ କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

Also Read: Uttar Pradesh: ମନ୍ତ୍ରୀଙ୍କୁ ଏପରି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ପରେ ପୋଲିସ ଗୁଳି ଚଳାଇବା କାରଣରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି କାରଣରୁ ଆନ୍ଦୋଳନ ଉଗ୍ର ହୋଇଉଠିବା ସହ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ସେମାନେ ଅନେକ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏନେଇ ହୋଇଥିବା ହିଂସାକାଣ୍ଡରେ ୨୪ ଜଣପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଏହି ଘଟଣାରେ ସାହାଜନୱା ଥାନା ଅଧ୍ୟକ୍ଷ ଶ୍ୟାମଲାଲ ନିଷାଦ ପାର୍ଟି ମୁଖ୍ୟ (Nishad Party Chief) ସଞ୍ଜୟ ନିଷାଦଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଦଙ୍ଗା, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ବିଭାଗ ବିରୋଧରେ ମାମଲା ଦାଏର କରିଥିଲେ।

Also Read: Uttar Pradesh: ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଦୀନେଶ ଖଟୀକ

ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି (BJP) ନେତୃତ୍ୱାଧିନ ମେଣ୍ଟ ସରକାରରେ ନିଷାଦ ପାର୍ଟି (Nishad Party Chief) ହେଉଛି ସହଯୋଗୀ ଦଳ। ଗତ ୨୦୧୯ ଲୋକସଭା ନିର୍ବାଚନ 2019 ଉଭୟ ଦଳ ମେଣ୍ଟ କରିଥିଲେ। ସଞ୍ଜୟ ନିଷାଦଙ୍କ ଜଣେ ପୁଅ ସାଂସଦ ଏବଂ ଅନ୍ୟ ଜଣେ ପୁଅ ହେଉଛନ୍ତି ବିଧାୟକ। ଏହା ବ୍ୟତୀତ ନିଜେ ନିଷାଦ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ନିଷାଦ ନିଜେ ଉତ୍ତର ପ୍ରଦେଶ ବିଧାନ ପରିଷଦ ସଦସ୍ୟ ଅଛନ୍ତି।

 

 

Read More
{}{}