Hindi News >>Home >>Odisha Politics

Bihar Politics: ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ନୀତିଶ କୁମାର

Bihar Politics: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ପୁଣି ଥରେ ଆରଜେଡି ସମର୍ଥନରେ ଜେଡିୟୁ ସରକାର ଗଠନ କରିବାକୁ ଯାଉଛି ବୋଲି ବିହାର ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

Advertisement
Bihar Politics: ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ନୀତିଶ କୁମାର
Stop
Subhramjit Ray|Updated: Aug 09, 2022, 05:07 PM IST

 
Nitish Kumar Leaves Bihar CM Post: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣକ୍ରମ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ଜେଡିୟୁ ନେତା ନୀତିଶ କୁମାର। ମଙ୍ଗଳବାର ଅପରାହ୍ନରେ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି  ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ ସେ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ପୁଣି ଥରେ ଆରଜେଡି ସମର୍ଥନରେ ଜେଡିୟୁ ସରକାର ଗଠନ କରିବାକୁ ଯାଉଛି ବୋଲି ବିହାର ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଛନ୍ତି ସେ। 

ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ମଧ୍ୟରେ ଆରଜେଡି ବିଧାୟକ ତଥା ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ ଘରେ ଅନୁଷ୍ଠିତ ହୋଇଯାଇଛି ମହାଗଠବନ୍ଧନ ବୈଠକ। ଇସ୍ତଫା ଦେବା ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଡାକି ରାଜ୍ୟପାଳଙ୍କୁ ଭେଟିବା ପାଇଁ ମଧ୍ୟ ସମୟ ମାଗିଥିଲେ ନୀତିଶ କୁମାର। ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିବା ଅବସରରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବା ସହ ମେଣ୍ଟ ସରକାର ଗଠନ କରିବା ପାଇଁ ମହାଗଠବନ୍ଧନ ନେତା ତାଙ୍କର ସମର୍ଥନ ପତ୍ର ପ୍ରଦାନ କରିଥିବା କୁହାଯାଉଛି।
ଏନେଇ ଜେଡିୟୁ କିମ୍ବା ଆରଜେଡି ପକ୍ଷରୁ ଔପଚାରିକ ଭାବେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। 

ପୂର୍ବରୁ କୁହାଯାଉଥିଲା ଯେ ନୀତୀଶ କୁମାର (Nitish Kumar) ବିହାର ମୁଖ୍ୟମନ୍ତ୍ରୀ ପଦରୁ (Bihar CM Post) ଇସ୍ତଫା ଦେବେ ନାହିଁ। ସେ ତାଙ୍କ ମନ୍ତ୍ରୀମଣ୍ଡଳରୁ ବିଜେପି ମନ୍ତ୍ରୀଙ୍କୁ ବରଖାସ୍ତ କରିବେ। ଅନ୍ୟପଟେ ଜେଡିୟୁ ସଂସଦୀୟ ବୋର୍ଡ (JDU Parliamentary Board) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା (Upendra Kushwaha) ନୀତୀଶ କୁମାରଙ୍କ ନେତୃତ୍ୱରେ ଆଗକୁ ବଢିବା କଥା କହିଛନ୍ତି। ଏନେଇ ସେ କହିଛନ୍ତି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଚାଲନ୍ତୁ କିଛି କରିବା, ଏକ ନୂତନ ଆରମ୍ଭ କରିବା ପାଇଁ କ୍ରାନ୍ତି ଦିବସରୁ ପ୍ରେରଣା ନେବା। ବିହାରବାସୀ  ଦେଶକୁ ଏକ ନୂଆ ଦିଗ ଦେବା ପାଇଁ ନୀତୀଶ କୁମାରଙ୍କ ନେତୃତ୍ୱରେ ପର୍ଯ୍ୟାୟ କ୍ରମେ ଆଗକୁ ବଢିବା।

Also Read: Bihar Politics: ଭାଙ୍ଗିଲା BJP-JDU ମେଣ୍ଟ, ନୂତନ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ

 

ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ଅଧିକାଂଶ ଜେଡିୟୁ ସାଂସଦ ଏବଂ ବିଧାୟକ (JDU MLA and MP) ଯୋଗ ଦେଇଛନ୍ତି। ଜେଡିୟୁ ଏମଏଲସି ବୀରେନ୍ଦ୍ର ନାରାୟଣ ସିଂ କହିଛନ୍ତି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗ୍ରହଣ କରାଯିବ। ଜେଡିୟୁ ନେତା ତଥା ପୂର୍ବତନ ମନ୍ତ୍ରୀ ନୀରଜ କୁମାର କହିଛନ୍ତି ଯେ ଆମ ନେତା ନୀତୀଶ କୁମାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଯାହା ଗ୍ରହଣୀୟ ନୁହେଁ।

ଅନ୍ୟପଟେ କଂଗ୍ରେସ ବିଧାୟକ ଶକିଲ ଅହମ୍ମଦ (Congress MLA Shakeel Ahmed) ଦାବି କରି କହିଛନ୍ତି ଯେ ଜେଡିୟୁ-ବିଜେପି ସରକାର ପତନ ହୋଇଛି। ସମସ୍ତ କଂଗ୍ରେସ ବିଧାୟକ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଛନ୍ତି। ବିହାର କଂଗ୍ରେସ ସଭାପତି ମଦନ ମୋହନ ଝା କହିଛନ୍ତି ଯେ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ଥିର କରାଯିବ। ହେଲେ ଏ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ।

ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ଉପରେ ପ୍ରତିକ୍ରିୟା ରଖି ଲୋକ ଜନଶକ୍ତି ପାର୍ଟି ରାମ ବିଳାସ (Lok Janshakti Party Ram Vilas) ଅଧ୍ୟକ୍ଷ ଚିରାଗ ପାଶ୍ୱାନ (Chirag Paswan) କହିଛନ୍ତି ଯେ ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଁ ଚେତାବନୀ ଦେଇଥିଲି ଯେ ନିର୍ବାଚନ ପରେ ନୀତୀଶ କୁମାର କୌଣସି ସମୟରେ ପଟ ପରିବର୍ତ୍ତନ କରିପାରନ୍ତି। ବର୍ତ୍ତମାନ ସେହି ଦିନ ଆସିଯାଇଛି। ଯଦି ବିହାର ରାଜନୀତିରେ ନୀତୀଶ କୁମାରଙ୍କୁ କେହି ଭଲ ଭାବେ ଜାଣନ୍ତି ତାହେଲେ ସେ ହେଉଛି ମୁଁ। ବର୍ତ୍ତମାନ ମୁଁ ଦାବି କରି କହୁଛି ଯେ ମୁଁ ତାଙ୍କୁ ବହୁତ ଭଲ ଭାବେ ଜାଣିଛି। ତାଙ୍କର ଅହଂକାର କାରଣରୁ ବିହାର କ୍ଷତି ସହିଛି। ନୀତୀଶ କୁମାର ଯେ କୌଣସି ପ୍ରକାରେ କ୍ଷମତାରେ ରହିବାକୁ ଚାହାଁନ୍ତି। ମୁଁ ବିଜେପି ଉଦ୍ଦେଶ୍ୟରେ କହିସାରିଛି ମୁଁ ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। କାରଣ ମୁଁ ନୀତୀଶ କୁମାରଙ୍କ ସହିତ କୌଣସି ମୂଲ୍ୟରେ କାମ କରିପାରିବି ନାହିଁ। ନୀତିଶ କୁମାର କେବଳ ମୋ ବାପାଙ୍କୁ ଅପମାନିତ କରିନାହାଁନ୍ତି ବରଂ ସମଗ୍ର ବିହାରକୁ ଅନ୍ଧାରକୁ ଠେଲି ଦେଇଛି।

Also Read: Opinion Beat: ହରଡ଼ଘଣାରେ ନୀତିଶ କୁମାର, ବଢୁଛି ତେଜସ୍ୱୀ ଯାଦବଙ୍କ ତେଜ

 

ବିହାରରେ ସରକାର ଗଠନ କରିବା ପାଇଁ ଜେଡିୟୁ (JDU) ଉଦ୍ଦେଶ୍ୟରେ ସମର୍ଥନ ଦେଇପାରେ ଆରଜେଡି (RJD)। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ। ଏନେଇ ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav) କହିଛନ୍ତି ଯେ ତାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ କିମ୍ବା ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବାକୁ ଚେଷ୍ଟା କରେ ତାହେଲେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ।

ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ୪୩ ଆସନ ପାଇଥିବା ଜେଡିୟୁ ନେତା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପରେ ତାଙ୍କ ପ୍ରତି ବିଜେପି ପକ୍ଷରୁ ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ତାହାକୁ ଗ୍ରହଣ କରିପାରି ନଥିଲେ ସେ। ବିଜେପି-ଜେଡିୟୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଇସ୍ତଫା ପରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଯେଉଁ ଚିରାଗ ମଡେଲ କଥା କହିଥିଲେ ତାହା ଦର୍ଶାଉଥଲା ୟେ ଜେଡିୟୁ ଏକ ଭିନ୍ନ ରାସ୍ତାରେ ଯିବାକୁ ସ୍ଥିର କରି ସାରିଛି।

Read More
{}{}