Hindi News >>Home >>Odisha Politics

PM Modi: ବୟାନ ପାଇଁ ବିବାଦରେ ଆପ ନେତା ଗୋପାଳ ଇଟାଲିଆ, ଜାଣନ୍ତୁ କାରଣ

NCW Notice to Gopal Italia: ବିବାଦୀୟ ବୟାନ ମାମଲାରେ ଆପ୍ ନେତା ଗୋପାଳ ଇଟାଲିଆଙ୍କୁ ନୋଟିସ ଜାରି କରିଛି ଜାତୀୟ ମହିଳା ଆୟୋଗ

Advertisement
PM Modi: ବୟାନ ପାଇଁ ବିବାଦରେ ଆପ ନେତା ଗୋପାଳ ଇଟାଲିଆ, ଜାଣନ୍ତୁ କାରଣ
Stop
Zee Odisha Desk|Updated: Oct 10, 2022, 07:16 PM IST

AAP Leader Gopal Italia: ବୟାନ ପାଇଁ ବିବାଦକୁ ଟଣା ହୋଇଛନ୍ତି ଆପ ନେତା ଗୋପାଳ ଇଟାଲିଆ। ଅକ୍ଟୋବର ୧୩ ତାରିଖରେ ତାଙ୍କୁ କମିଶନ ନିକଟରେ ହାଜର ହେବାକୁ ନୋଟିସ ଜାରି କରିଛନ୍ତି ଜାତୀୟ ମହିଳା ଆୟୋଗ। ସଦ୍ୟ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି। ରବିବାର ବିଜେପି ନେତା ତେଜିନ୍ଦର ବଗ୍ଗା ଏହି ଭିଡ଼ିଓ ଟ୍ୱିଟ କରିଥଲେ। 

ଏହା ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାତୀୟ ମହିଳା ଆୟୋଗ (National Women Commission)। ଏନେଇ ଆପ ନେତା ଗୋପାଳ ଇଟାଲିଆଙ୍କୁ (AAP Leader Gopal Italia) କମିଶନ ପାଖରେ ହାଜର ହେବା ଲାଗି ନୋଟିସ ଜାରି କରିଛନ୍ତି ଆୟୋଗ। ଏନେଇ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଆପ ନେତା ବ୍ୟବହାର କରୁଥିବା ଭାଷା ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଅଶୋଭନୀୟ।

ଏହି ଘଟଣାରେ ଆପ୍ ନେତା ଗୋପାଳ ଇଟାଲିଆଙ୍କ ସମର୍ଥନରେ ଆସିଛନ୍ତି ଦଳର ରାଜସଭା ସାଂସଦ (AAP Rajyasabha MP) ତଥା ଗୁଜୁରାଟ ସହ ପ୍ରଭାରୀ (Gujarat AAP Co Convener) ରାଘବ ଚଢା (Raghav Chadha)। ଏନେଇ ସେ ଯେ ଯଦି ଇଟାଲିଆ କୌଣସି ଭୁଲ କରିଛନ୍ତି, ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କିନ୍ତୁ ପ୍ରକୃତ କଥା ହେଉଛି ଯେ ବିଜେପି (BJP) ଏହା ଅନୁଭବ କରୁଛି ଯେ ସେମାନେ ଗୁଜୁରାଟ ହରାଉଛନ୍ତି। ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏବଂ ଆପ୍ (AAP) ର ଲୋକପ୍ରିୟତା ଦିନକୁ ଦିନ ବଢୁଥିବାରୁ ଶାସକ ଦଳ ମୁଖ୍ୟ ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ଦେବା ସ୍ଥିତିରେ ନାହାଁନ୍ତି। ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହା କରାଯାଉଛି। ଆପ୍ ନେତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ  ପୁରୁଣା ଭିଡିଓ କ୍ଲିପ୍ ବ୍ୟବହାର କରାଯାଉଛି।    

ଅନ୍ୟପଟେ ବିବାଦୀୟ ବୟାନ ମାମଲାରେ ବିଜେପି ମିଡ଼ିଆ ସଂଯୋଜକ (Gujarat BJP Media Convenor) ୟାଗ୍ନେଶ ଡ଼ାଭେ (Yagnesh Dave) ଏହି ପ୍ରସଙ୍ଗରେ ଗୋପାଳ ଇଟାଲିଆଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ସେ କହିଛନ୍ତି ଯେ ଏହା ଆପ୍ ଏବଂ ତାଙ୍କ ଦଳର ସଂସ୍କୃତିକୁ ଦର୍ଶାଉଛି। ଏପରି ବ୍ୟକ୍ତିଙ୍କ ଦେଶରେ ରହିବାର କୌଣସି ଅଧିକାର ନାହିଁ। ଯିଏ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଛି। ଗୋପାଳ ଇଟାଲିଆଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଆମ ଆଦମୀ ପାର୍ଟିକୁ (Aam Adami Party) ଘେରିଛି ବିଜେପି। 

ନିକଟରେ ଗୁଜୁରାଟ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି (PM Modis Guajrat Tour)। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଥିଲେ ଗୁଜୁରାଟ ଆପ୍ ସଂଯୋଜକ ଗୋପାଳ ଇଟାଲିଆ (Gujarat AAP Convennor Gopal Italia)। ଏହାକୁ ସେ ନାଟକ ବୋଲି ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଛୋଟ ଲୋକ ବୋଲି କହି କଟାକ୍ଷ କରିଥିଲେ। ଏପରି ବୟାନ ଦେଇ ସେ ସମସ୍ତ ମର୍ଯ୍ୟଦା ଲଂଘି ଯାଇଥିଲେ। 

Read More
{}{}