Hindi News >>Home >>Odisha Politics

Maharashtra Politics: ଶିବସେନା ବିଦ୍ରୋହକୁ ନେଇ ସତର୍କ ହୋଇଉଠିଲେ ଏନସିପି ସୁପ୍ରିମୋ ଶରଦ ପାୱାର

Maharashtra Politics: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ପତ୍ତନ ହେବାର ୩ ସପ୍ତାହ ପରେ ଏନସିପି ସୁପ୍ରିମୋ ଶରଦ ପାୱାର ଏପରି ନିଷ୍ପତ୍ତି ନେଇଛନ୍ତି।

Advertisement
Maharashtra Politics: ଶିବସେନା ବିଦ୍ରୋହକୁ ନେଇ ସତର୍କ ହୋଇଉଠିଲେ ଏନସିପି ସୁପ୍ରିମୋ ଶରଦ ପାୱାର
Stop
Subhramjit Ray|Updated: Jul 21, 2022, 06:47 PM IST

Maharashtra Politics: ଶିବସେନାରେ ହୋଇଥିବା ବିଦ୍ରୋହ ପରେ ସତର୍କ ହୋଇଉଠିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ତତ୍କାଳ ପ୍ରଭାବରେ ସେ ଦଳର ସମସ୍ତ ସାଙ୍ଗଠନିକ ସେଲ ସହ ବିଭାଗକୁ ବିଲୋପ କରିଛନ୍ତି। ଏନସିପି ରାଷ୍ଟ୍ରୀୟ ମହାସଚିବ ପ୍ରଫୁଲ୍ଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ଅନୁମୋଦନ କ୍ରମେ ଦଳର ସମସ୍ତ ସାଙ୍ଗଠନିକ ବିଭାଗକୁ ତତ୍କାଳ ପ୍ରଭାବରେ ଭଙ୍ଗ କରାଯାଉଛି। ହେଲେ ଦଳରେ ହଠାତ ଏପରି ପଦକ୍ଷେପ ନେବା ପଛରେ କେଉଁ କାରଣ ରହିଛି ତାହାର କୌଣସି କାରଣ ପ୍ରକାଶ କରିନାହାଁନ୍ତି ଏନସିପି ନେତା ପ୍ରଫୁଲ ପଟେଲ। ହେଲେ ଅନୁମାନ କରାଯାଉଛି ଯେ ଶିବସେନାରେ ହୋଇଥିବା ବିଦ୍ରୋହକୁ ନଜରରେ ରଖି ଏନସିପି ସୁପ୍ରିମୋ ଶରଦ ପାୱାର ଏହି ପଦକ୍ଷେପ ନେଇଛନ୍ତି।

ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ପତ୍ତନ ହେବାର ୩ ସପ୍ତାହ ପରେ ଏନସିପି ସୁପ୍ରିମୋ ଶରଦ ପାୱାର ଏପରି ନିଷ୍ପତ୍ତି ନେଇଛନ୍ତି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗଠିତ ମହାବିକାଶ ଅଘାଡି ସରକାରରେ କଂଗ୍ରେସ ବ୍ୟତୀତ ଏନସିପି ଏକ ମେଣ୍ଟ ସହଯୋଗୀ ଦଳ ରହିଥିଲା। ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକ ଦଳରେ ବିଦ୍ରୋହ କରି ପରେ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଥିଲେ। 

ଦଳରେ ହୋଇଥିବା ବିଦ୍ରୋହ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଦାୟୀ କରିଥିଲେ ଶିବସେନା ନେତା ରାମଦାସ କାଦାମ। ଏନେଇ ସେ କହିଥିଲେ ଏନସିପି ସୁପ୍ରିମୋ ଶରଦ ପାୱାର ଶେଷରେ ଶିବସେନାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ତାଙ୍କର ଯୋଜନା ସଫଳ ହୋଇଛି। ବାଲାସାହେବ ଜୀବିତ ରହିଥିବା ବେଳେ ଶରଦ ପାୱାର ଯାହା କରିପାରି ନଥିଲେ ତାହା ସେ ଉଦ୍ଧବ ଠାକରେଙ୍କ ସହ କରିଥିଲେ। ଆମେ ଭାଗ୍ୟବାନ ଯେ ଶିବସେନାରେ ଏହି ବିଭାଜନ ଅଢେଇ ବର୍ଷରେ ଘଟିଥିଲା। ନଚେତ୍ ସମଗ୍ର ଶିବସେନା ଆଗାମୀ ୫ ବର୍ଷ ମଧ୍ୟରେ ସମାପ୍ତ ହୋଇ ଯାଇଥାନ୍ତା। ଆମକୁ ବହିଷ୍କାର କରିବା ପରିବର୍ତ୍ତେ ଭବିଷ୍ୟତରେ ବିଜେପି ସହିତ ଆସିବାକୁ ଚେଷ୍ଟା କରିବା ଆବଶ୍ୟକ। ଗୌହାଟି ଯିବା ପରେ ମୁଁ ଏକନାଥ ସିନ୍ଦେଙ୍କ ସହ ଉଦ୍ଧବ ଠାକରେ ଫେରିବାର ସମ୍ଭାବନା ବାବଦରେ ଆଲୋଚନା କରିଲି। ସେ ରାଜି ମଧ୍ୟ ହୋଇଥିଲେ। ହେଲେ ଉଦ୍ଧବ ଠାକରେଙ୍କ ପାଖ ଲୋକ ଦଳର ବିଦ୍ରୋହୀ ବିଧାୟକଙ୍କୁ ଷଣ୍ଢ, କୁକୁର, ଗୁଣ୍ଡା କହିବାକୁ ଲାଗିଲେ। ଏପରିକି ଦଳର ମହିଳା ବିଧାୟକଙ୍କୁ କଟାକ୍ଷ କରିବାକୁ ପଛାଇନଥିଲେ। ଯାହା ଫଳରେ ଏହି ଉଦ୍ୟମ ବିଫଳ ହୋଇଥିଲା।

ଶିବସେନା ବିଧାୟକ ରାମଦାସ କାଦାମ କହିଛନ୍ତି ଯେ ଯଦି ଏକନାଥ ସିନ୍ଦେ ଏପରି ପଦକ୍ଷେପ ନେଇ ନଥାନ୍ତେ ତାହେଲେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ପାଖରେ ୧୦ ଜଣ ବିଧାୟକ ମଧ୍ୟ ନଥାନ୍ତେ। ଏକନାଥଙ୍କ ସହ ଆସିଥିବା ବିଧାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଦେବି। ମୁଁ ୫୨ ବର୍ଷ ଧରି ଦଳ ପାଇଁ କାମ କରିଛି ହେଲେ ପରେ ମୋତେ ବହିଷ୍କାର କରାଗଲା। ବର୍ତ୍ତମାନ ମୁଁ ଏକନାଥ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି।

ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ବିଧାୟକ ରାମଦାସ କାଦାମ କହିଛନ୍ତି ଶିବସେନା ସଂସ୍ଥାପକ ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ଏନସିପି-କଂଗ୍ରେସ ମନ୍ତ୍ରୀଙ୍କ ସହ ବସିବେ ତାହା ଆମ ଭିତରୁ କାହା ଲାଗି ଗ୍ରହଣୀୟ ନଥିଲ। ଶରଦ ପାୱାର ହିଁ  ଆମ ଦଳକୁ (ଶିବସେନା)  ଭାଙ୍ଗିଥିଲେ। ସେ ବାଲା ସାହେବଙ୍କ ସମୟରୁ ଆମ ଦଳକୁ ଧ୍ୱଂସ କରିବାରେ ନିୟୋଜିତ ହୋଇଥିଲେ। ହେଲେ ସେତେବେଳେ ତାଙ୍କୁ ଗୋଟିଏ ହେଲେ ସୁଯୋଗ ମିଳିଲା ନାହିଁ। ବର୍ତ୍ତମାନ ସେ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ସମୟରେ ଉଦ୍ଧବ ଠାକରେ କୋରୋନା ମହାମାରୀ ବେଳେ ବାହାରକୁ ଯାଇ ନଥିଲେ। ସେ ୬ ମାସ ପର୍ଯ୍ୟନ୍ତ ଅସୁସ୍ଥ ରହିଥିଲେ। ଉଦ୍ଧବ ଠାକରେଙ୍କ ଅସୁସ୍ଥତାର ଫାଇଦା ଶରଦ ପାୱାର ଉଠାଇଥିଲେ ବୋଲି କହିଛନ୍ତି ଶିବସେନା ନେତା ରାମଦାସ କାଦାମ।

 ଏନସିପି ମୁଖପାତ୍ର ମହେଶ ତାପସୀ ଶିବସେନା ନେତା ରାମଦାସ କାଦାମ ଆଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଶିବସେନାରେ ହୋଇଥିବା ବିଦ୍ରୋହ ପଛରେ ବିଜେପି ରହିଛି। ବିଦ୍ରୋହୀ ନେତାମାନେ ଶରଦ ପାୱାରଙ୍କୁ ଆକ୍ରମଣ କରି ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛନ୍ତି। ସେପଟେ ଶିବସେନାର ଏକନାଥ ସିନ୍ଦେ ଦଳ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦଳର ନିର୍ବାଚନ ପ୍ରତୀକ ଧନୁ-ତୀର ପ୍ରଦାନ କରିବାକୁ ଦାବି କରିଛନ୍ତି।

Also Read: 'ରାଜ୍ୟରେ ଅନୁଷ୍ଠିତ ହୋଇପାରେ ମଧ୍ୟାବଧି ନିର୍ବାଚନ; ନିର୍ବାଚନ ଲାଗି ପ୍ରସ୍ତୁତ ରୁହ'

 

 

Read More
{}{}