Hindi News >>Home >>Odisha Politics

Sharad Pawar: 'ସିଂହଭାଗ ଅବଦାନ ସତ୍ତ୍ୱେ ମୁସଲମାନ ପାଇପାରୁ ନାହାଁନ୍ତି ଉଚିତ ଭାଗ'

NCP Chief on Muslim: ମୁସଲିମଙ୍କ ପାଖରେ “ଗୁଣବତ୍ତା ଏବଂ ସାମର୍ଥ୍ୟ” ରହିଛି। ହେଲେ “ସମର୍ଥନ ଏବଂ ସମାନ ସୁଯୋଗ” ରହିବା ଆବଶ୍ୟକ।

Advertisement
Sharad Pawar: 'ସିଂହଭାଗ ଅବଦାନ ସତ୍ତ୍ୱେ ମୁସଲମାନ ପାଇପାରୁ ନାହାଁନ୍ତି ଉଚିତ ଭାଗ'
Stop
Durga Madhaba Pattanayak|Updated: Oct 08, 2022, 11:39 PM IST

Sharad Pawar on Muslim Community: ଅନେକ ଯୋଗଦାନ ସତ୍ତ୍ୱେ ମୁସଲମାନଙ୍କୁ ମିଳୁନି ସେମାନଙ୍କର ଭାଗ। ନାଗପୁର ଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ଫୋରମ୍ ଦ୍ୱାରା ଆୟୋଜିତ 'ଭାରତୀୟ ମୁସଲମାନଙ୍କ ସାମ୍ନାରେ ଥିବା ସମସ୍ୟା' ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନସିପି ମୁଖ୍ୟ ଶରଦ ପାୱାର ଏହା କହିଛନ୍ତି।

ଜାତୀୟତାବାଦୀ କଂଗ୍ରେସ ପାର୍ଟି (Nationalist Congress Party) ଏନସିପି ମୁଖ୍ୟ ଶରଦ ପାୱାର(NCP chief Sharad Pawar) ଶନିବାର ମୁସଲିମ (Muslims Community) ସମ୍ପ୍ରଦାୟକୁ ସେମାନଙ୍କର “ଉଚିତ ଭାଗ” ଯୋଗାଇବାର ଉପାୟ ଖୋଜିବାକୁ ଆହ୍ୱାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ମୁସଲିମ ସମ୍ପ୍ରଦାୟର ସବୁ କ୍ଷେତ୍ରରେ ଗୁରୂତ୍ୱପୂର୍ଣ ଅବଦାନ ରହିଛି। ଭାରତୀୟ ମୁସଲମାନଙ୍କ ସାମ୍ନାରେ ଥିବା ସମସ୍ୟା' ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପାୱାର ଉର୍ଦ୍ଦୁ ପାଇଁ ଓକିଲାତି କରିଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ଭାଷା (main language) ଉପରେ ଗୁରୁତ୍ୱାରୋପ କରିଥିଲେ। ମୁସଲିମ ସମ୍ପ୍ରଦାୟର ସଦସ୍ୟଙ୍କୁ ଏହା ଲାଗୁଛି ଯେ, ସେମାନଙ୍କର ଯେତେ ଯୋଗଦାନ ରହିଲେ ମଧ୍ୟ ସେମାନଙ୍କୁ ସେମାନଙ୍କର ଉଚିତ ଭାଗ ମିଳୁନାହିଁ। ସେମାନେ ଦେଶରେ ଏକ ବଡ଼ ଅଂଶ, ଯାହା ବାସ୍ତବରେ ସତ୍ୟ। ସେମାନେ କିପରି ସେମାନଙ୍କର ଉଚିତ ଅଂଶ ପାଇପାରିବେ ସେନେଇ ଆଲୋଚନା ହେବା ଆବଶ୍ୟକ ବୋଲି ପାୱାର କହିଥିଲେ।

ଏହି କାର୍ଯ୍ୟକ୍ରମ ନାଗପୁରରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ଫୋରମ୍ (Vidarbha Muslim Intellectuals Forum) ଦ୍ୱାରା ଅନୁଷ୍ଠିତ ହୋଇଥିଲା । ମୁସଲମାନମାନଙ୍କ ମଧ୍ୟରେ ବେରୋଜଗାରର ବଢ଼ିବା ପ୍ରସଙ୍ଗରେ, ଏନସିପି ସୁପ୍ରିମୋ ଉଲ୍ଲେଖ କରିଛନ୍ତି ଯେ ଦେଶର ସମସ୍ତ ସମ୍ପ୍ରଦାୟରେ ବେକାରୀ ସମସ୍ୟା ଏକ ସମସ୍ୟା, କିନ୍ତୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଭିଯୋଗ ପ୍ରକୃତ ଏବଂ ଏହାକୁ ଦୃଷ୍ଟିରେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ଦେଶରେ ବିଭିନ୍ନି କ୍ଷେତ୍ରରେ ମୁସଲମାନଙ୍କର ଯୋଗଦାନର ସମ୍ଭାବନା ରହିଛି ବୋଲି ଶରଦ ପାୱାର କହିଛନ୍ତି। ସେ କହିଥିଲେ ଯେ ଉର୍ଦ୍ଦୁ ମାଧ୍ୟମରେ କଳା, କବିତା ଏବଂ ଲେଖା କ୍ଷେତ୍ରରେ ମୁସଲମାନ ସମ୍ପ୍ରଦାୟ ବହୁମୂଲ୍ୟ ଯୋଗଦାନ ଦେଇପାରିବେ। ମୁସଲିମଙ୍କ ପାଖରେ  “ଗୁଣବତ୍ତା ଏବଂ ସାମର୍ଥ୍ୟ”(quality and capacity) ରହିଛି। ହେଲେ “ସମର୍ଥନ ଏବଂ ସମାନ ସୁଯୋଗ”(support and equal opportunity) ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ଶୀର୍ଷକୁ ନେବାରେ ସେମାନଙ୍କର ସବୁଠାରୁ ବଡ ଅବଦାନ ରହିଛି ଏବଂ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ।

ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ସମସ୍ତ କ୍ଷେତ୍ରରେ କଳା ହେଉ, ଲେଖା ହେଉ କିମ୍ବା କବିତା ହେଉ, ସର୍ବାଧିକ ଅବଦାନ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଛି ଏବଂ ଉର୍ଦ୍ଦୁ ଭାଷାରୁ ଆସିଛି। କେରଳର ଉଦାହରଣ ଦେଇ ପାୱାର କହିଛନ୍ତି ଯେ କେରଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ବୃହତ ଅଂଶ ଅଛି ଏବଂ ସାକ୍ଷରତା ହାର(literacy rate) ସର୍ବାଧିକ ଥିବା ସେହି ରାଜ୍ୟରେ ସଂଖ୍ୟାଲଘୁ କିପରି ମୁଖ୍ୟ ଭାଷାକୁ ସମର୍ଥନ କରୁଛନ୍ତି ଏବଂ ଏଥିରୁ କେଉଁ ଲାଭ ମିଳୁଛି ତାହା ଅଧ୍ୟୟନ କରିବା ଆବଶ୍ୟକ।

Read More
{}{}