Hindi News >>Home >>Odisha Politics

Maharashtra Politics : 'ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ, ଛଅ ମାସରେ ଭାଙ୍ଗିବେ ସିନ୍ଦେ ସରକାର..'

ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଏକ ବଡ଼ ଦାବି କରିଛନ୍ତି। ଶିବସେନାଙ୍କ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସରକାର ପାଞ୍ଚରୁ ଛଅ ମାସ ଚାଲିବ। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jul 04, 2022, 09:45 AM IST

Maharashtra Politics : ସୋମବାର ମହାରାଷ୍ଟ୍ର ରାଜନୀତିରେ ଜବନିକା ପାଡିବ। ବିଧାନ ସଭାରେ ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର, ସିନ୍ଦେ ସରକାରର ଭବିଷ୍ୟବାଣୀ କରିଛନ୍ତି। ସେ ଦାବି କରିଛନ୍ତି ଯେ, ସିନ୍ଦେ ସରକାର ମାତ୍ର ଛଅ ମାସ ଚାଲିବ। ତେଣୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ ତାଙ୍କ ବିଧାୟକମାନଙ୍କୁ ମାର୍ଗଦର୍ଶନ କରିବାବେଳେ ସେ କହିଛନ୍ତି।

ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଏକ ବଡ଼ ଦାବି କରିଛନ୍ତି। ଶିବସେନାଙ୍କ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ସରକାର ପାଞ୍ଚରୁ ଛଅ ମାସ ଚାଲିବ। କୁହାଯାଉଛି ଯେ, ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏହା କହିଛନ୍ତି। ତେବେ ଶରଦ ପାୱାରଙ୍କ ଦାବି ପରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଉଷ୍ମତା ଫେରିଛି। ସିନ୍ଦେ ଗୋଷ୍ଠୀରେ ମଧ୍ୟ ବିଦ୍ରୋହ ଅନୁମାନ କରାଯାଉଛି।  

Also Read: Maharashtra Floor Test: ଆଜି ଏକନାଥ ସିନ୍ଦେଙ୍କ ଅସଲି ପରୀକ୍ଷା, ଶକ୍ତି ପ୍ରଦର୍ଶନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଝଟକା

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଅନେକ ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ପରିସ୍ଥିତିରେ ଅସନ୍ତୁଷ୍ଟ ଅଛନ୍ତି। କ୍ୟାବିନେଟ ବିଭାଗ ବଣ୍ଟନ ପରେ ସବୁ ସ୍ପଷ୍ଟ ହେବ, ଆଉ ଏହା ହିଁ ସରକାର ପତନର କାରଣ ହେବ। ଆଉ ସେହି ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ମୂଳ ପାର୍ଟିକୁ ଫେରିବେ। ଅର୍ଥାତ ଉଦ୍ଧବଙ୍କ ନେତୃତ୍ୱାଧିନ ଶିବସେନାକୁ ଫେରିବେ। ଏକନାଥ ସିନ୍ଦେ ସଂଖ୍ୟା ଗରିଷ୍ଠତା ହରାଇବେ। ଫଳରେ ରାଜ୍ୟରେ ପୁଣି ଥରେ ନିର୍ବାଚନ ହେବ ବୋଲି ପାୱାର ଦାବି କରିଛନ୍ତି।

ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ସରକାର ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ। ଗୋଟିଏ ଦିନ ପୂର୍ବରୁ ବାଚସ୍ପତି ନିର୍ବାଚନ ​​ଜିତି ସିନ୍ଦେ ସରକାର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ସୋମବାର ସିନ୍ଦେ ସରକାରଙ୍କ ପ୍ରକୃତ ପରୀକ୍ଷା ହେବ। ଆଜିର ନିଷ୍ପତ୍ତି ପରେ, ଜୁନ୍ ୨୧ରୁ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ଶେଷ ହେବ। ଅର୍ଥାତ୍ ବିଧାନସଭାରେ ସିନ୍ଦେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।

 

 

 

 

 

 

 

Read More
{}{}