Hindi News >>Home >>Odisha Politics

ଶୁକ୍ରବାର ହିଂସା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁସଲିମ ସାଂସଦ

 ଗତ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁସଲିମ ସାଂସଦ।

Advertisement
ଶୁକ୍ରବାର ହିଂସା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁସଲିମ ସାଂସଦ
Stop
Subhramjit Ray|Updated: Jun 13, 2022, 08:56 PM IST

Friday Violence:ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ଦେବାକୁ ନେଇ ଗତ ଶୁକ୍ରବାର ଜୁମା ନମାଜ ପରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁସଲିମ ସାଂସଦ। କେହି ଏହି ଘଟଣାକୁ ସହଜ ପ୍ରତିକ୍ରିୟା କହୁଥିବା ବେଳେ କେହି ଇସଲାମ ଶାନ୍ତିର ଧର୍ମ ବୋଲି କହିବାରେ ଲାଗିଛନ୍ତି।
 
ଶୁକ୍ରବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଶଫିକୁର୍ର ରହମାନ ବର୍କ କହିଛନ୍ତି ମୁସଲମାନ ସମ୍ପ୍ରଦାୟ ବିଭିନ୍ନ ସ୍ଥାନରେ ନିଜର ଭାବନା ଅନୁଯାୟୀ ପ୍ରଦର୍ଶନ କରୁଛି। ମୁସଲିମ ସମ୍ପ୍ରଦାୟ ଅନୁଭବ କରୁଛି ଯେ ଏହାର ସଂସ୍ଥାପକଙ୍କୁ ଅପମାନିତ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ସମସ୍ତେ ନାରାଜ ହୋଇଉଠିଛନ୍ତି। ମୁଁ ସମସ୍ତ ମୁସଲମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରୁଛି। ନପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପର୍ଯ୍ୟନ୍ତ କିଛି ସମୟ ଅପେକ୍ଷା କରନ୍ତୁ। ଦେଶରେ ବିଜେପି-ଆରଏସଏସ ଦ୍ୱାରା ଘୃଣା ବିସ୍ତାର କରାଯାଉଛି। ବିରୋଧ ପ୍ରଦର୍ଶନ ସମୟରେ ସାଧାରଣ ଜନତା ଆହତ ହେବା ଅତ୍ୟନ୍ତ ଦୁଃଖର ବିଷୟ। ଆମେ ଦାବି କରୁଛୁ ଯେ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କୁ ଗିରଫ କରାଯାଉ। ସେମାନେ ଆମର ପୈଗମ୍ବରଙ୍କ ବିରୋଧରେ ଅସଦାଚରଣ କରିଛନ୍ତି। ଯଦିଓ ସେମାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହେଲେ ବର୍ତ୍ତମାନ ଆହୁରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ।

Also Read: 'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'

ଅନ୍ୟପଟେ ଶୁକ୍ରବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ଔରଙ୍ଗାବାଦ ଲୋକସଭା ଆସନର ଏଆଇଏମଆଇଏମ ସାଂସଦ ଇମତିଆଜ ଜଲୀଲ କହିଛନ୍ତି ଇସଲାମ ହେଉଛି ଶାନ୍ତିର ଧର୍ମ। ଇସଲାମ ଲୋକଙ୍କୁ ଭାଙ୍ଗିବା ନୁହେଁ ଯୋଡି଼ବା ଶିଖାଇ ଥାଏ। ଲୋକଙ୍କୁ ଉତ୍ତେଜିତ କରିବା ଭଳି ସେ କହିଛନ୍ତି ଯେ ନୁପୁର ଶର୍ମାଙ୍କୁ ଫାଶୀ ଦିଆଯାଉ। ଏଆଇଏମଆଇଏମ ସାଂସଦ ଧମକ ଦେଇଛନ୍ତି ଯେ ଯଦି ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହଲେ ହିଂସା ବନ୍ଦ ହେବ ନାହିଁ।

Also Read: NCP ନେତା ନବାବ ମଲ୍ଲିକଙ୍କ ସମର୍ଥନରେ ଆସିଲେ AIMIM ସାଂସଦ ଇମତିଆଜ ଜଲୀଲ

 

 

 

Read More
{}{}