Hindi News >>Home >>Odisha Politics

Mukhtar Abbas Naqvi: ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମ ନୁହେଁ ଦେଶର ସମସ୍ୟା

Mukhtar Abbas Naqvi on Population Explosion: ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମର ନୁହେଁ ବରଂ ସମଗ୍ର ଦେଶର ସମସ୍ୟା। ଏହାକୁ ଜାତି, ଧର୍ମ ସହ ଯୋଡି଼ବା ଠିକ୍ ନୁହେଁ।

Advertisement
Mukhtar Abbas Naqvi: ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମ ନୁହେଁ ଦେଶର ସମସ୍ୟା
Stop
Subhramjit Ray|Updated: Jul 12, 2022, 03:49 PM IST

Mukhtar Abbas Naqvi on Population Explosion: ଦେଶରେ ବଢୁଥିବା ଜନସଂଖ୍ୟା ଏବଂ ଜନସଂଖ୍ୟା ବିସ୍ଫୋରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ। ଏନେଇ ସେ କହିଛନ୍ତି ଯେ କୌଣସି ଧର୍ମକୁ ଜନସଂଖ୍ୟା ବିସ୍ଫୋରଣ ସହ ଯୋଡିବା ଠିକ୍ ନୁହେଁ। ଜନସଂଖ୍ୟା ବୃଦ୍ଧି ହେଉଛି ସମଗ୍ର ଦେଶର ସମସ୍ୟା। ଜୁଲାଇ ୧୧ ତାରିଖ ସୋମବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମତ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଏହା ଘଟିବା ଠିକ ନୁହେଁ ଯେ ଜନସଂଖ୍ୟା ବୃଦ୍ଧି କିମ୍ବା କୌଣସି ସମ୍ପ୍ରଦାୟ ପ୍ରତିଶତ ଠାରୁ ଅଧିକ ହୋଇଯାଉ। ଆମେ ମୂଳ ବାସିନ୍ଦାଙ୍କ ଜନସଂଖ୍ୟାକୁ ସ୍ଥିର କରିବା ପାଇଁ ସଚେତନତା କାର୍ଯ୍ୟ କରୁଛୁ।

ଦେଶରେ ବଢୁଥିବା ଜନସଂଖ୍ୟା ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭୀ ଟ୍ୱିଟ୍ କରି କହିଛନ୍ତି ଯେ ଜନସଂଖ୍ୟା ବିସ୍ଫୋରଣ କୌଣସି ଧର୍ମର ନୁହେଁ ବରଂ ସମଗ୍ର ଦେଶର ସମସ୍ୟା। ଏହାକୁ ଜାତି, ଧର୍ମ ସହ ଯୋଡି଼ବା ଠିକ୍ ନୁହେଁ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢୁଛି। ହେଲେ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ନ ଉପୁଜିବା ଆବଶ୍ୟକ। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସ୍ଥିରତା ସପ୍ତାହ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଯେତେବେଳେ ଆମେ ପରିବାର ନିୟୋଜନ ବାବଦରେ କହିବା ସେତେବେଳେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢିବା ଆବଶ୍ୟକ। ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ନ ଉପୁଜିବା ଆବଶ୍ୟକ। 

ଜୁଲାଇ ୧୧ ତାରିଖ ସୋମବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଦାବି ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବେଗୁସରାଇ ଲୋକସଭା ସାଂସଦ ଗିରିରାଜ ସିଂହ। ଏନେଇ ସେ କହିଛନ୍ତି ସମସ୍ତଙ୍କ ପାଇଁ ଏକ ସମାନ ଏବଂ କଠୋର ଆଇନ ରହିବା ଆବଶ୍ୟକ। ବିଗତ ୩ ଦଶନ୍ଧି ମଧ୍ୟରେ ଅର୍ଥନୈତିକ ପ୍ରଗତିରେ ଭାରତ ଚୀନ୍ ଠାରୁ ପଛରେ ପଡିଛି ହେଲେ ଜନସଂଖ୍ୟା ବୃଦ୍ଧିରେ ଆମେ ଆମର ପଡୋଶୀ ଦେଶକୁ ଅତିକ୍ରମ କରିଛୁସାରି। ଆମ ପାଖରେ ସୀମିତ ସମ୍ବଳ ରହିଛି। ୧୦-୧୦ ପିଲା ଜନ୍ମ କରିବାର ମାନସିକତାକୁ ମଧ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି।

Also Read: 'ଜନସଂଖ୍ୟା ନିୟନ୍ତ୍ରଣ ଆଇନ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସରକାର'

Also Read: Vice President Election 2022: ବିଜେପି ପ୍ରାର୍ଥୀ ହୋଇପାରନ୍ତି ମୁଖତାର ଅବ୍ବାସ ନକଭୀ

 

 

 

Read More
{}{}