Hindi News >>Home >>Odisha Politics

ଜାଣନ୍ତୁ ସାଂସଦ ହେଲେ କେଉଁ ସୁବିଧା ମିଳିବ

ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ କେତେ ଦରମା ପାଆନ୍ତି, ସେମାନଙ୍କୁ କି କି ସୁବିଧା ମିଳେ । ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ। ତେବେ ଆସନ୍ତୁ ଜାଣିବା ସାଂସଦଙ୍କ ରୋଜାଗାର ସମ୍ବନ୍ଧୀୟ କିଛି ରୋଚକ ତଥ୍ୟ...

Advertisement
member of parliament
Stop
Zee Odisha Desk|Updated: Jun 08, 2024, 01:03 AM IST

୨୦୨୪ ଲୋକସଭା ନିର୍ବାଚନରେ ଲୋକ ନିଜର ସରକାର ଚୟନ କରିଛନ୍ତି।  ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବୋଚ୍ଚ ଆଇନ ପ୍ରଣୟନ କର୍ତ୍ତା ତଥା ସାଂସଦମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତାହା ପୁଣି ବିନା କୌଣସି ଶୁଳ୍କରେ ଏବଂ ଏଥିସହ ଅନେକ ସୁବିଧାମାନ ମଧ୍ୟ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଦରମା:
ଜଣେ ସାଂସଦ ମାସିକ ୧ଲକ୍ଷ ଟଙ୍କା ଦରମା ପାଆନ୍ତି । ୨୦୧୮ରେ ଏହି ଦରମା ବୃଦ୍ଧି କରାଯାଇଥିଲା। ତେବେ ସେ ଗୋଟିଏ ଦିନ ପାଇଁ ସାଂସଦ ହୋଇଥାନ୍ତୁ ନା କାହିଁକି ସେ ଏହି ସୁବିଧା ପାଇବେ ।ଏଥିସହ ନିଜର ନିର୍ବାଚନମଣ୍ଡଳୀ ପାଇଁ ସେମାନେ ମାସିକ ୭୦ହଜାର ଟଙ୍କା ପାଇଥାନ୍ତି । ଏଥିରେ ସାଂସଦଙ୍କ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଅର୍ନ୍ତଭୁକ୍ତ । ଏହା ତାଙ୍କୁ ତାଙ୍କ ଗୃହ ସଚିବାଳୟ ଅର୍ଥାତ୍ ଲୋକସଭା ,ରାଜ୍ୟସଭା ସଚିବାଳୟ ତରଫରୁ ଦିଆଯାଇଥାଏ ।

ଅଫିସ ଖର୍ଚ୍ଚ:
ସଂସଦର ଜଣେ ସଦସ୍ୟ ଅଫିସ୍ ଖର୍ଚ୍ଚ ପାଇଁ ମାସକୁ ୬୦ହଜାର ଟଙ୍କା ପାଇଥାନ୍ତି। ଯେଉଁଥିରେ ଷ୍ଟେସନାରୀ, ଟେଲି ଯୋଗାଯୋଗ କର୍ମଚାରୀଙ୍କ ଦରମା ଇତ୍ୟାଦି ଅନ୍ତର୍ଭୁକ୍ତ ।ସାଂସଦମାନେ ସଂସଦରେ ଉପସ୍ଥିତ ରହିଲେ ଦୈନିକ ୨୦୦୦ ଟଙ୍କା ଉପସ୍ଥିତି ବାବଦରେ ସେମାନଙ୍କୁ ମିଳିଥାଏ । ଏଥିରେ ସେମାନଙ୍କର ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆଦି ରହିଥାଏ।

ଭ୍ରମଣ ଭତ୍ତା:
ସେହିପରି ଦେଶତମାମ ଯାତ୍ରା କରିବା ପାଇଁ ଅନଲିମିଟେଡ୍ ଥର ପ୍ରଥମ ଶ୍ରେଣୀ ରେଳଯାତ୍ରା ଏବଂ ଏସି-ଦ୍ୱିତୀୟ ବଗିରେ ଅନ୍ୟ କାହା ସହିତ ଯିବାର ସୁବିଧା ମଧ୍ୟ ପାଇଥାନ୍ତି ସାଂସଦମାନେ । ଏହା ବ୍ୟତୀତ ବାର୍ଷିକ ୩୪ ଥର ଉଡା ଯାହାଜରେ ସାଂସଦମାନେ ଯାତ୍ରା କରିପାରିବେ ଏବଂ ବାର୍ଷିକ ୮ ଥର ସାଂସଦଙ୍କ ସହିତ ତାଙ୍କ ପତି କିମ୍ବା ପତ୍ନୀ ତଥା ପରିବାର ବର୍ଗ ମଧ୍ୟ ଯାତ୍ରା କରି ପାରିବେ ।

ଗୃହ:
ସାଂସଦମାନଙ୍କୁ ସେମାନଙ୍କର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପ୍ରମୁଖ ଅଞ୍ଚଳରେ କ୍ୱାର୍ଟର୍ସ ଦିଆଯାଏ । ବରିଷ୍ଠତା ଆଧାରରେ ସେମାନେ ବଙ୍ଗଳା, ଫ୍ଲାଟ କିମ୍ବା ହଷ୍ଟେଲ ରୁମ୍ ପାଇପାରନ୍ତି । ଯେଉଁମାନେ ସରକାରୀ କ୍ୱାର୍ଟର୍ସ ବ୍ୟବହାର ନକରନ୍ତି, ସେମାନେ ମାସକୁ ୨ଲକ୍ଷ ଟଙ୍କା ଘର ଭଡ଼ା ବାବଦ ଭତ୍ତା ଦାବି କରିପାରିବେ ।

ସ୍ଵାସ୍ଥ୍ୟ:
ସାଂସଦ ଏବଂ ସେମାନଙ୍କର ପରିବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS) ଅଧୀନରେ ମାଗଣା ଚିକିତ୍ସା ସେବା ପାଇବାକୁ ହକଦାର । ଏଥିରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଏବଂ ଏହି ଯୋଜନା ଅଧୀନରେ ଆସୁଥିବା ଘରୋଇ ଡାକ୍ତରଖାନା ମଧ୍ୟ ଅନ୍ତର୍ଭୁକ୍ତ।

ପେନସନ୍‌:
ସାଂସଦଙ୍କୁ ପେନସନ ବାବଦରେ ୨୫ହଜାର ଟଙ୍କା ଦିଆଯାଏ। ଜଣେ ଏକାଧିକ ଥର ସଂସଦକୁ ନିର୍ବାଚିତ ହେଲେ ତାଙ୍କର ଅବସର ଗ୍ରହଣ ପରେ ତାଙ୍କ ଭତ୍ତାର ପରିମାଣ ବାର୍ଷିକ ୨ହଜାର ଟଙ୍କା ଲେଖାଏଁ ବୃଦ୍ଧି ପାଇଥାଏ 

ଟେଲିଫୋନ:ଜଣେ ସାଂସଦ ପ୍ରତିବର୍ଷ ୧,୫୦,୦୦୦ ମାଗଣା ଫୋନ୍ କଲ୍ କରି ପାରିବେ । ସେମାନଙ୍କର କ୍ୱାର୍ଟର୍ସ ଏବଂ କାର୍ଯ୍ୟାଳୟରେ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରାଯାଏ। ଏଥିସହ ମାଗଣା ପେଟ୍ରୋଲ, ଚିକିତ୍ସା, ପାଣି, ବିଜୁଳି ତଥା ଅନ୍ୟାନ୍ୟ ସୁବିଧା ମାନ ମିଳିଥାଏ । ଏହାସହିତ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ମଧ୍ୟ ସେମାନଙ୍କୁ ମିଳିଥାଏ । ବିଦ୍ୟୁତ୍ ତ୍ସାଂସଦମାନଙ୍କୁ ବାର୍ଷିକ ୫୦ହଜାର ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଏବଂ ବାର୍ଷିକ ୪୦୦୦ କିଲୋଲିଟର ପର୍ଯ୍ୟନ୍ତ ମାଗଣା ଜଳ ଯୋଗାଇ ଦିଆଯାଉଛି ।

{}{}