Hindi News >>Home >>Odisha Politics

MP Urban Body Election 2022: ବାଜି ମାରିନେଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

AIMIM in MP Election 2022:  ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଖଣ୍ଡୱା, ଭୋପାଳ, ଇନ୍ଦୋର ଏବଂ ଜବଲପୁର ଠାରେ ନିର୍ବାଚନୀ ସଭା କରିଥିଲେ।

Advertisement
MP Urban Body Election 2022: ବାଜି ମାରିନେଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ
Stop
Subhramjit Ray|Updated: Jul 21, 2022, 08:06 PM IST

AIMIM in MP Election 2022: ମଧ୍ୟ ପ୍ରଦେଶର ନଗର ନିଗମ, ନଗରପାଳିକା, ନଗର ପଞ୍ଚାୟତରେ ନିର୍ବାଚନରେ ଜବରଦସ୍ତ ଏଣ୍ଟ୍ରି ମାରିଛି ଅସାଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ। ଏହି ନିର୍ବାଚନରେ ଦଳକୁ ୭ ଆସନ ମିଳିଛି। ବୁଧବାର ଘୋଷିତ ହୋଇଥିବା ଫଳାଫଳ ପରେ ୩  ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ପ୍ରଥମେ ଦଳର ୪ ଜଣ ସାଂସଦ ପ୍ରାର୍ଥୀ ନିର୍ବାଚନରେ ବାଜିମାତ କରିଥିଲେ।

ମଧ୍ୟପ୍ରଦେଶରେ (Madhya Pradesh) ବିଭିନ୍ନ ସ୍ୱାୟତ୍ତ ଶାସିତ ଅଞ୍ଚଳ (Urban Local Body) ଲାଗି ଜୁଲାଇ ୬ ଏବଂ ୧୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗଣନା ଜୁଲାଇ ୧୭ ତାରିଖରେ କରାଯାଇଥିଲା। ଯେଉଁଥିରେ ୪ ଜଣ ଏଆଇଏମଆଇଏମ କାଉନସିଲର ପ୍ରାର୍ଥୀ ଜିତିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦଳର ୩ ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନ ଜିତିଥିବା ୨୦ ତାରିଖ ବୁଧବାର ଅନୁଷ୍ଠିତ ହୋଇଥିବା ମତଗଣନାରୁ ଜଣାପଡିଛି।

ବୁଧବାର ହୋଇଥିବା ଗଣନାରୁ ଜଣାପଡ଼ିଛି ଦଳ ତିନୋଟି ସିଟ ଖାରଗୋନ ନଗର ପାଳିକାରେ ହାତେଇଛି। ଏହି ପୌରସଂସ୍ଥାର ୨ ନମ୍ବର ୱାର୍ଡରୁ ଏଆଇଏମଆଇଏମ ପ୍ରାର୍ଥୀ ଅରୁଣା ବାଇ ଉପାଧ୍ୟାୟ ବିଜେପି ପ୍ରାର୍ଥୀ ସୁନୀତା ଦେବୀଙ୍କୁ ୩୧, ୧୫ ନମ୍ବର ୱାର୍ଡରୁ ଏଆଇଏମଆଇଏମ ପ୍ରାର୍ଥୀ ଶକିଲ ଖାନ ସ୍ୱାଧୀନ ପ୍ରାର୍ଥୀ ଆସିଫ ଖାନଙ୍କୁ ୬୬୨, ୨୭ ନମ୍ବର ୱାର୍ଡରୁ ଶବନମ ଆଦିବ ସ୍ୱାଧୀନ ପ୍ରାର୍ଥୀ ଶକିଲା ଖାନଙ୍କୁ ୭୭୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ଦଳର ଏହି ବିଜୟ ପାଇଁ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଖାରଗୋନ ନଗର ପାଳିକା ନିର୍ବାଚନରେ ବିଜେପି ୧୮, କଂଗ୍ରେସ ୪, ସ୍ୱାଧିନ ୮, ଏଆଇଏମଆଇଏମ ୩ ଆସନ ପାଇଛନ୍ତି। ଏହି ଦଳ ପ୍ରଥମ ଥର ପାଇଁ ବିଜେପି ଶାସିତ ମଧ୍ୟ ପ୍ରଦେଶରେ ପୌରସଂସ୍ଥା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛି। ମଧ୍ୟ ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ (Madhya Pradesh Election Commssion) ରିପୋର୍ଟ ଅନୁଯାୟୀ ରବିବାର ପ୍ରଥମ ପର୍ଯ୍ୟାୟ ମତଦାନରେ ଖଣ୍ଡୱା, ବୁରହାନପୁର, ଜବଲପୁର ନଗର ନିଗମରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୪ ଜଣ ଏଆଇଏମଆଇଏମ ପ୍ରାର୍ଥୀ ଜିତିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଦଳର ୨ ପ୍ରାର୍ଥୀ ଜବଲପୁର ଏବଂ ଜଣେ ବୁରହାନପୁର ଏବଂ ଅନ୍ୟଜଣେ ଖଣ୍ଡୱାରେ ଜିତିଛନ୍ତି।

ଏହି ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଖଣ୍ଡୱା, ଭୋପାଳ, ଇନ୍ଦୋର ଏବଂ ଜବଲପୁର ଠାରେ ନିର୍ବାଚନୀ ସଭା କରିଥିଲେ। ମଧ୍ୟପ୍ରଦେଶରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬ ନଗର ନିଗମ, ୯୯ ନଗର ପାଳିକା, ୨୯୮ ନଗର ପରିଷଦ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Also Read: MP Civic Body Election 2022: ଖାତା ଖୋଲିଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ

 

Read More
{}{}