Hindi News >>Home >>Odisha Politics

MP Election 2023 Result: ବିଜୟ ପଥରେ ମାଡ଼ି ଚାଲିଛି ବିଜେପି; କିଏ ହେବେ ମୁଖ୍ୟମନ୍ତ୍ରୀ?

Next Chief Minister of Madhya Pradesh: ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ପଥରେ ଅଗ୍ରସର ହେଉଛି। ରାଜ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

Advertisement
MP Election 2023 Result: ବିଜୟ ପଥରେ ମାଡ଼ି ଚାଲିଛି ବିଜେପି; କିଏ ହେବେ ମୁଖ୍ୟମନ୍ତ୍ରୀ?
Stop
Updated: Dec 03, 2023, 04:56 PM IST

Madhya Pradesh New Chief Minister: ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟଗଣତି। ନିର୍ବାଚନ ଫଳାଫଳ ଧାରା ଅନୁସାରେ ବିଜେପି ବହୁମତ ହାସଲ କରୁଥିବାର ଜଣାପଡିଛି। ଦଳ ୪ ସିଟ୍ ଜିତି ସାରିଥିବା ବେଳେ ୧୬୧ ଆସନରେ ଆଗୁଆ ରହିଛି। ମୋଟ ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶରେ ସରକାର ଗଢିବା ପାଇଁ ୧୧୬ ଆସନ ଆବଶ୍ୟକ। ଦଳ ସରକାର ଗଢିବା ପାଇଁ ଆବଶ୍ୟକୀୟ ବହୁମତ ଠାରୁ ଅଧିକ ୪୯ ଆସନରେ ଅଗ୍ରଣୀ ରହିଛି। ଅନ୍ୟପଟେ କଂଗ୍ରେସ ଗୋଟିଏ ସିଟ୍ ଜିତିଥିବା ବେଳେ ୬୨ ଆସନରେ ଅଗ୍ରଣୀ ରହିଛି। ଭାରତୀୟ ଆଦିବାସୀ ପାର୍ଟି ୧ ସିଟ୍ ଜିତିଥିବା ବେଳେ ବିଏସପି ଗୋଟିଏ ଆସନରେ ଅଗ୍ରଣୀ ରହିଛି।

ପ୍ରାରମ୍ଭିକ ଧାରାରେ ବିଜେପି ଆଗରେ ରହିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ରାଜ୍ୟରେ ସେ ପୁଣିଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ହେଲେ ଏହା ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ  ଯଦି ମଧ୍ୟ ପ୍ରଦେଶରେ ବିଜେପି ସରକାର ଗଠନ କରେ ତାହାଲେ କ'ଣ ପୁଣି ଥରେ ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ନାଁ ଦଳର ଅନ୍ୟ କୌଣସି ନେତାଙ୍କୁ କମାଣ ମିଳିବ। ଡାଣନ୍ତୁ  ଶିବରାଜ ସିଂହ ଚୌହାନଙ୍କ ବ୍ୟତୀତ ଆଉ କିଏ ହୋଇପାରନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ?

ପ୍ରଚଣ୍ଡ ବହୁମତରେ ଶିବରାଜ ସିଂହଙ୍କ ଦାବିଦାରୀ 
୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବାକୁ ଯାଉଛି। ଦଳ ପୁଣିଥରେ ବହୁମତ ସହ ସରକାର ଗଠନ କରିବା ଦିଗରେ ଅଗ୍ରସର ହେଉଛି। ଏହି ସମୟରେ ଶିବରାଜ ସିଂହ ଚୌହାନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଆଶା କରାଯାଉଛି। ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ହେଉଛନ୍ତି ସବୁଠାରୁ ମଜବୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ ଶିବରାଜ ସିଂହଙ୍କ ଅମଳରେ କାର୍ଯ୍ୟକାରୀ ହୋଇଥିବା ଯୋଜନାର ଲାଭ ବିଜେପି ଉଠାଇଛି। ଅଧିକରୁ ଅଧିକ ଆସନରେ ଯାଇ ନିର୍ବାଚନ ପ୍ରଚାର କରିବାର ଲାଭ ଶିବରାଜ ସିଂହଙ୍କୁ ମିଳିଛି।

ଯଦି ଶିବରାଜ ନୁହଁନ୍ତି ତାହେଲେ କିଏ ହେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ?
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଏଥର ଯଦି ବିଜେପି ଜିତେ ତାହେଲେ ମୁଖ୍ୟମନ୍ତ୍ରୀ ବଦଳିପାରେ। ଶିବରାଜ ସିଂହ ଚୌହ୍ୱାନଙ୍କ ସ୍ଥାନରେ ଅନ୍ୟ କାହାକୁ ସୁଯୋଗ ଦିଆଯାଇପାରେ। ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନେ ହେଉଛନ୍ତି ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଏବଂ ଫଗନ ସିଂହ କୁଲସ୍ତେ। ଏହା ବ୍ୟତୀତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆଙ୍କ ପରି ଭେଟେରାନ ନେତା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ​​ଅଛନ୍ତି। ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏବଂ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି।

ବିଜୟର ଶ୍ରେୟ କାହାକୁ ଦେଲେ ଶିବରାଜ ସିଂହ ଚୌହ୍ୱାନ?
୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଯାହା ଶ୍ରେୟ ଉଭୟ ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଯୋଜନାକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ଏନେଇ ଶିବରାଜ ସିଂହ କହିଛନ୍ତି ଯେ ଲାଡଲି ବହନା ଯୋଜନା ଏବଂ ମାତୃ ବନ୍ଦନା ଯୋଜନା ଦ୍ୱାରା ମା ଭଉଣୀ ବହୁତ ଉପକୃତ ହୋଇଥିଲେ। ବିଜେପି ଆରମ୍ଭରୁ କହିଛି ଯେ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି। ଭୋଟ ଗଣତି ଶେଷ ହେବା ପରେ, ଯେତେବେଳେ ବିଜେପି ବିଧାୟକ ଦଳ ବୈଠକ ବସିବ ସେତେବେଳେ ମୁଖ୍ୟମନ୍ତ୍ରୀ ନାମରେ ମୋହର ମରାଯିବ।

Read More
{}{}