Hindi News >>Home >>Odisha Politics

Sukanta Nayak: ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ବିଜେଡିରେ ଯୋଗ ଦେଇପାରନ୍ତି

ତେବେ ସେ କାହା ଡାକରାରା ପୁଣି ଦଳକୁ ଫେରିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଯାଏ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

Advertisement
Sukanta Nayak: ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ବିଜେଡିରେ ଯୋଗ ଦେଇପାରନ୍ତି
Stop
Zee Odisha Desk|Updated: Mar 29, 2024, 01:52 PM IST

Sukanta Nayak: ଭୁବନେଶ୍ୱର: ନୀଳଗିରି ବିଧାୟକ ତଥା ବିଜେପି ନେତା ସୁକାନ୍ତ ନାୟକ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। “ଆଜି ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି। ଦଳର ସଭାପତିଙ୍କୁ ଏହି ଇସ୍ତଫାପତ୍ର ପଠାଇଛି। କର୍ମୀ ଓ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ଜଣାଇବି। ଇସ୍ତଫାର କାରଣ ବି ପଛରେ କହିବି” ବୋଲି କହିଛନ୍ତି ସୁକାନ୍ତ।  

୨୦୧୯ ନିର୍ବାଚନ ସମୟରେ ସୁକାନ୍ତ ପ୍ରତାପ ଷଡ଼ଙ୍ଗୀଙ୍କ ଆହ୍ୱାନରେ ବିଜେପିରେ ଯୋଗ ଦେଇଥିଲେ। ସେତେବେଳେ ବିଜେଡି ନେତା ତଥା ତତ୍‍କାଳୀନ ସାଂସଦ ରବୀନ୍ଦ୍ର ଜେନାଙ୍କ ସହ ତାଙ୍କର ଅପଡ଼ ହୋଇଥିବା ଚର୍ଚ୍ଚା ହେଉଥିଲା। ବିଜେପିରେ ଯୋଗ ଦେବା ପରେ ସେ ମାତ୍ର ୧୬୭୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠୁ ବିଜୟ ହୋଇଥିଲେ। ଏବେ ତାଙ୍କ ଇସ୍ତଫା ବିଜେଡି ଶିବିରରେ ଘର ବାହୁଡ଼ାର ଇଙ୍ଗିତ ଦେଉଛି। 

ତେବେ ସେ କାହା ଡାକରାରା ପୁଣି ଦଳକୁ ଫେରିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଯାଏ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

Read More
{}{}