Hindi News >>Home >>Odisha State

ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଚଢ଼ା ବିବାଦ: ମନ୍ତ୍ରୀ କହିଲେ କୁଚକ୍ରୀ ଦେଉଛନ୍ତି ବିଭ୍ରାନ୍ତିକର ତଥ୍ୟ

VK Pandian:  ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ତାହାର ପ୍ରତିକାର ପାଇଁ ତତ୍‍କ୍ଷଣାତ୍‍ ପଦକ୍ଷେପ ନେବାର ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ସାଧାରଣ ଲୋକେ ବିଭିନ୍ନ  ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଅଭିଯୋଗ ଶୁଣାଣି ସମାରୋହରେ ଯୋଗ ଦେଇ ନିଜର ମନ କଥା କହିଥିଲେ।  

Advertisement
ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଚଢ଼ା ବିବାଦ: ମନ୍ତ୍ରୀ କହିଲେ କୁଚକ୍ରୀ ଦେଉଛନ୍ତି ବିଭ୍ରାନ୍ତିକର ତଥ୍ୟ
Stop
Zee Odisha Desk|Updated: Sep 03, 2023, 01:41 PM IST

ଭୁବନେଶ୍ୱର, (ଜୀ ଓଡ଼ିଶା ନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାବଦରେ ଯେଉଁମାନେ କଟୁ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ମୁଣ୍ଡ ଖରାପ ହୋଇଛି। ଏପରିକି ଏପରି ବୟାନ କୁଚକ୍ରୀଙ୍କ ବିଭ୍ରାନ୍ତିମୂଳକ ତଥ୍ୟ ପ୍ରଦାନର ଏକ ଧାରା ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟ ସରକାରଙ୍କ ଏଯାଏ ବିମାନ ଖର୍ଚ୍ଚକୁ ସେ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଜଣାଇବା ସହ ବିଧାନସଭା ଅଧିବେଶନରେ ସବୁ ସ୍ପଷ୍ଟ କରିବେ ବୋଲି କହିଛନ୍ତି। 

ଗତକାଲି ବିଜେପି ପକ୍ଷରୁ  ସଚିବ ଭିକେ ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଉଡ଼ା ବିଷୟରେ ସାମ୍ବାଦିକମାନଙ୍କୁ ତଥ୍ୟ ଦିଆାଯାଇଥିଲା। ଯାହା ଆଜି ବିଭିନ୍ନ ମିଡିଆରେ ପାଠକଙ୍କ ଧ୍ୟାନ ଆକର୍ଷଣ କରିଛି। ସୂଚନା ଅଧିକାର ଆଇନ ବଳରେ ଏହି ସୂଚନା ମିଳିଥିବା ବିଜେପି ନେତା ଅନୀଲ ବିଶ୍ୱାଳ କହିଥିଲେ। ଏପରିକି ଶ୍ରୀ ପାଣ୍ଡିଆନ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ପାଣ୍ଠି ଖର୍ଚ୍ଚ କରୁଛନ୍ତି ଏବଂ ସରକାରୀ ସୁବିଧା ସୁଯୋଗକୁ ବ୍ୟବହାର କରୁଛନ୍ତି ବୋଲି ଅଭିଯେଗ କରିଥିଲେ। ଏହାର କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ। 

ସେ କହିଛନ୍ତି,'କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ତାହାକୁ ଦେଖି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି।’ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ତାହାର ପ୍ରତିକାର ପାଇଁ ତତ୍‍କ୍ଷଣାତ୍‍ ପଦକ୍ଷେପ ନେବାର ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ସାଧାରଣ ଲୋକେ ବିଭିନ୍ନ  ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଅଭିଯୋଗ ଶୁଣାଣି ସମାରୋହରେ ଯୋଗ ଦେଇ ନିଜର ମନ କଥା କହିଥିଲେ। ତାହାର ଅନେକ ଏବେ ସମାଧାନ ହୋଇଥିବା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

ଶ୍ରୀମତି ସାହୁ କହିଛନ୍ତି, ‘ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି।’ ହେଲିକପ୍ଟର ଗସ୍ତ ସମ୍ବନ୍ଧରେ ସେ କହିଛନ୍ତି, ‘କିଏ କହୁଛି ହେଲିକପ୍ଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି’। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ବିଧାନସଭା ଅଧିବେଶନରେ ସେ ଏବାବଦରେ ସବୁ ତଥ୍ୟ ରଖିବେ ବୋଲି କହିଛନ୍ତି। ସେତେବେଳେ ଏହି ବିରୋଧୀ ଗୋଷ୍ଠୀଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ ବୋଲି ସେ କହିଛନ୍ତି। 

ବିରୋଧୀ କାହିଁକି ଏପରି ଅପପ୍ରଚାର କରୁଛନ୍ତି ସେ ପ୍ରଶ୍ନର ଉତ୍ତର ବି ଶ୍ରୀମତୀ ସାହୁ  ରଖିଛନ୍ତି।  ‘ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡି଼ଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ’ ବୋଲି ସେ କହିଛନ୍ତି।  

Also Read: Weather Update: ରାଜ୍ୟରେ ବଜ୍ରାଘାତ ନେଲା ୧୦ ଜୀବନ, ଆଜି ପ୍ରବଳ ବର୍ଷା ନେଇ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More
{}{}