Hindi News >>Home >>Odisha Politics

UP Politics: ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହେବା ପରେ ପଦ ଛାଡିଲେ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ

UP BJP Unit:  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟ ଶାଖାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି ବିଜେପି। ଏହି କ୍ରମରେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। 

Advertisement
UP Politics: ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହେବା ପରେ ପଦ ଛାଡିଲେ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ
Stop
Subhramjit Ray|Updated: Aug 30, 2022, 11:00 PM IST

Bhupendra Singh Chaudharys Resignation: ବିଜେପି ରାଜ୍ୟ ଶାଖା ସଭାପତି ଭାବେ ନିଯୁକ୍ତ ହେବା ପରେ ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଭୂପେନ୍ଦ୍ର ସିଂହ ଚୌଧୁରୀ। ଉତ୍ତର ପ୍ରଦେଶ ବିଜେପି ସଭାପତି ନିଯୁକ୍ତ ହେବା ପୂର୍ବରୁ ସେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜେ ଟ୍ୱିଟ୍ କରି ଏନେଇ ଜଣାଇଛନ୍ତି। ଏହି ଅବସରରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ (UP BJP President) ଭୂପେନ୍ଦ୍ର ସିଂହ ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟ ଶାଖା ସଭାପତି ଦାୟିତ୍ୱ ନିର୍ବାହ ପାଇଁ ମୁଁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛି। ରାଜ୍ୟବାସୀଙ୍କୁ ସେବା କରିବା ଲାଗି ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ଏବଂ ପରେ  କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ଦ୍ୱାରା ସମୟ ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମା ତଥା ଅନେକ ସମୟରେ ପ୍ରେରଣାଦାୟକ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା

ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ଆଧାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଭୁପେନ୍ଦ୍ର ସିଂହ ଚୌଧୁରୀ ଦଳୀୟ କାର୍ଯ୍ୟାଳୟର ପଦାଧିକାରୀଙ୍କ ସହ ରାଜ୍ୟ ବିଜେପି ମୁଖ୍ୟାଳୟ ଠାରେ ପହଞ୍ଚିଥିଲେ। ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଆସନ୍ତା ପୌର ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ଏକ ରେକର୍ଡ ବିଜୟ ହାସଲ କରିବ। 

ଗତ ଅଗଷ୍ଟ ୨୫ ତାରିଖରେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ (Uttar Pradesh BJP President) ଭାବେ ନିଯୁକ୍ତ ହୋଇଥିଲେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ (Uttar Pradesh Panchayatiraj Minister) ଭୂପେନ୍ଦ୍ର ସିଂହ ଚୌଧୁରୀ (Bhupendra Singh Chaudhary)। 

Also Read: UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟ ଶାଖାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି ବିଜେପି। ଏହି କ୍ରମରେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ରାଜନୈତିକ ରୂପରେ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ ଲାଗି ଏକ ପ୍ରୟାସ ଭାବେ ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦଶରେ  ସେଠାରେ ରହୁଥିବା ଜାଟ ସମ୍ପ୍ରଦାୟର ଭୋଟର ବିଜେପି ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। ଏଭଳି ପରିସ୍ଥିତିରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସଭାପତି ଦାୟିତ୍ୱ ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ହସ୍ତାନ୍ତର କରି ପଶ୍ଚିମ ଉତ୍ତର ପ୍ରଦେଶରେ ବସବାସ କରୁଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ କରିବାକୁ ଯୋଜନା କରିଛି ବିଜେପି। 

କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିକୁ ଦୃଢ ବିରୋଧର ସାମ୍ନା କରିବାକୁ ପଡିଥିଲା। ଏପରିକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କୃଷକ ବିରୋଧି ବୋଲି ଅଭିଯୋଗ ହୋଇଥିଲା। ଏହା ସହିତ ଆନ୍ଦୋଳନ କରୁଥିବା କୃଷକ ନେତା କହିଛନ୍ତି ଯେ ସେମାନେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଭଳି ଦଳକୁ ଏକ ଶିକ୍ଷା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଯଦିଓ କୃଷକଙ୍କ ବିରୋଧ ପରେ କେନ୍ଦ୍ର ସରକାର ଏହି ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି, ହେଲେ ଏପରି ଏକ ବଡ଼ ବିଭାଗ ଅଛି ଯିଏ ବିଜେପି ଉପରେ କ୍ରୋଧିତ ରହିଥିବା କୁହାଯାଉଛି। 

ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରି ଜାଟ ବହୁ ପଶ୍ଚିମ ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ-ସମାଜବାଦୀ ପାର୍ଟି ମେଣ୍ଟକୁ ମାତ ଦେବାକୁ ଚେଷ୍ଟା କରୁଛି ବିଜେପି। ଜାଟ୍ ଭୋଟର ପଶ୍ଚିମ ଉତ୍ତର ପ୍ରଦେଶର ପ୍ରାୟ ୧୫ ଲୋକସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶର ମୋଟ ୮୦ ସିଟ୍ ମଧ୍ୟରୁ ବିଜେପି ଏକାକୀ ୬୨ ଆସନ ଜିତିଥିଲା। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ୨୦୧୯ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ଦୋହରାଇବାକୁ ଚାହୁଁଛି ବିଜେପି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଉତ୍ତର ପ୍ରଦେଶ ମୁରାଦାବାଦ, ବିଜନୌର, ନଗିନା, ସମ୍ଭଲ, ଆମରୋହା ଏବଂ ରାମପୁର ଲୋକସଭା ଆସନରେ ପରାସ୍ତ ହୋଇଥିଲା ବିଜେପି। 

ଜାଟ ନେତା ଭୂପେନ୍ଦ୍ର ଚୌଧୁରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏହା ସହିତ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଜଣେ ଜାଟ ନେତାଙ୍କୁ ଉତ୍ତର ପ୍ରଦେଶ ବିଜେପି ସଭାପତି କରାଯାଇଛି। ଭୂପେନ୍ଦ୍ର ଚୌଧୁରୀ ପ୍ରାୟ ୩ ଦଶନ୍ଧି ଧରି ବିଜେପି ସହ ଜଡିତ ରହିଥିଲେ। ଗତ ଲୋକସଭା ନିର୍ବାଚନରେ ସେ ​​ସମ୍ବଲ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତାଙ୍କର ରାଜନୈତିକ ଯାତ୍ରା ଛାତ୍ର ନେତା ଭାବେ ଆରମ୍ଭ ହୋଇଥିଲା। ଏହା ପରେ ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ବିଜେପି କ୍ଷେତ୍ରୀୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ୩ ଥର ଲାଗି ପଶ୍ଚିମ ଉତ୍ତର ପ୍ରଦେଶର ଆଞ୍ଚଳିକ ସଭାପତି ରହିଥିଲେ। ଏହା ପରେ ୨୦୧୬ ବର୍ଷରେ ସେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ  ନିର୍ବାଚିତ ହୋଇଥିଲେ।

 

Read More
{}{}