Hindi News >>Home >>Odisha Politics

Meghalaya Election 2023 Result: ଏଥର ଝୁଲା ବିଧାନସଭା, ସରକାର ଗଠନ ପାଇଁ ବିଜେପି ସମର୍ଥନ ଲୋଡ଼଼ିଲା ଏନପିପି

Meghalaya Assembly Election 2023: ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ ଘୋଷଣା ହୋଇଛି। ଏଥର ରାଜ୍ୟରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମେଘାଳୟ ବିଧାନସଭା ନିର୍ବାଚନରେ ତ୍ରିଶଙ୍କୁ ସ୍ଥିତି ଉପୁଜିବା ବିଖଣ୍ଡିତ ଜନାଦେଶ ମିଳିଛି। 

Advertisement
Meghalaya Election 2023 Result: ଏଥର ଝୁଲା ବିଧାନସଭା, ସରକାର ଗଠନ ପାଇଁ ବିଜେପି ସମର୍ଥନ ଲୋଡ଼଼ିଲା ଏନପିପି
Stop
Zee Odisha Desk|Updated: Mar 02, 2023, 09:48 PM IST

Meghalaya Assembly Election Result 2023: ପ୍ରକାଶ ପାଇଛି ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩। ଏଥର ରାଜ୍ୟରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମେଘାଳୟ ବିଧାନସଭା ନିର୍ବାଚନରେ ତ୍ରିଶଙ୍କୁ ସ୍ଥିତି ଉପୁଜିବା ବିଖଣ୍ଡିତ ଜନାଦେଶ ମିଳିଛି। ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମେଘାଳୟରେ ପୁନର୍ବାର ମେଣ୍ଟ ସରକାର ଗଠନ ହେବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ରାଜ୍ୟର ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଅନ୍ୟପଟେ ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ମାତ୍ର ଦୁଇଟି ଆସନ ପାଇଛି। ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ସରକାର ଗଠନ ଲାଗି ପ୍ରୟାସ ଆରମ୍ଭ ହୋଇଯାଇଛି। 

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ନୂତନ ସରକାର ଗଠନ କରିବା ପାଇଁ ନ୍ୟାସନାଲ ପିପୁଲ୍ସ ପାର୍ଟି ବିଜେପି ସମର୍ଥନ ଲୋଡିଛି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟର ଉତ୍ତର-ପୂର୍ବ ସଂଯୋଜକ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଘଟଣାକ୍ରମରୁ ସ୍ପଷ୍ଟ ହୋଇସାରିଛି ଯେ ସରକାର ଗଠନ ପାଇଁ ମେଣ୍ଟ ସରକାର ଏକ ବିକଳ୍ପ ହୋଇପାରେ। ଭୋଟ୍ ଗଣତିର ଗୋଟିଏ ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଥିଲା ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା। ସରକାର ଗଠନ କରିବା ଲାଗି ଏନପିପି ଉଦ୍ଦେଶ୍ୟରେ ସମର୍ଥନ ଜଣାଇବାକୁ ଦଳର ମେଘାଳୟ ଶାଖାକୁ ପରାମର୍ଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

ମୋଟ ୬୦ ଆସନ ବିଶିଷ୍ଟ ମେଘାଳୟର ବିଧାନସଭାରେ କୌଣସି ଦଳକୁ ସରକାର ଗଠନ କରିବାକୁ ଲାଗି ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ ରାଜ୍ୟର ୫୯ ଆସନରେ ହୋଇଥିଲା ମତଦାନ। ଯାହାର ଫଳାଫଳ ଆସିସାରିଛି। ଅନ୍ୟପଟେ ରାଜ୍ୟର ସୋହିୟଙ୍ଗ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। 

ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩: କେଉଁ ଦଳକୁ ମିଳିଲା କେତେ ଆସନ?

  • ଟିଏମସି: ୫
  • ବିଜେପ: ୨ 
  • ହିଲ୍ସ ଷ୍ଟେଟ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି: ୨ 
  • କଂଗ୍ରେସ: ୫
  • ନେସନାଲ ପିପୁଲ୍ସ ପାର୍ଟି: ୨୬ 
  • ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ: ୨ 
  • ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି: ୧୧
  • ଭଏସ ଅଫ ଦି ପିପୁଲ୍ସ ପାର୍ଟି: ୪ 
  • ସ୍ୱାଧୀନ: ୨ 

ଏଥରର ଶାସକ ନେସନାଲ ପିପୁଲ୍ସ ପାର୍ଟି ୫୬ ଆସନରେ ନିର୍ବାଚନ ଲଢି ୨୬ ଆସନ ପାଇଛି। ବିଜେପି-କଂଗ୍ରେସ ଏକାକୀ ୫୯-୫୯ ଆସନରେ ନିର୍ବାଚନ ଲଢି ଯଥାକ୍ରମେ ୨ ଏବଂ ୫  ଆସନ ପାଇଛନ୍ତି। ସେହିପରି ୫୭ ଆସନରେ ନିର୍ବାଚନ ଲଢି ୫ ଆସନ ପାଇଛି।  ସେହିପରି ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ୪୬ ଆସନରେ ନିର୍ବାଚନ ଲଢି ୧୧ ଆସନ ପାଇଛି। ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ ୯ ଆସନରେ ନିର୍ବାଚନ ଲଢି ୨ ସିଟ ପାଇଛି। ଭଏସ ଅଫ ଦି ପିପୁଲ୍ସ ପାର୍ଟି ୧୮ ଆସନରେ ନିର୍ବାଚନ ଲଢି ୪ ଆସନ ପାଇଛି। ହିଲ୍ସ ଷ୍ଟେଟ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ୧୧ ଆସନରେ ନିର୍ବାଚନ ଲଢି ୨ ଆସନ ହାତେଇଛି।  

Read More
{}{}