Hindi News >>Home >>Odisha Politics

Ernest Mawrie: 'ସମସ୍ତେ ଖାଉଛନ୍ତି ଗୋମାଂସ, ମୁଁ ମଧ୍ୟ ଖାଉଛି, କେହି ଏହାକୁ ବନ୍ଦ କରିପାରିବେ ନାହିଁ'

Meghalaya BJP President on Beef:  ବିଜେପି ଏକ ଖ୍ରୀଷ୍ଟିଆନ ବିରୋଧୀ ଦଳ ବୋଲି କିଛି ରାଜନୈତିକ ଦଳ ଦେଇଥିବା ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ମେଘାଳୟ ବିଜେପି ମୁଖ୍ୟ ଏର୍ନେଷ୍ଟ ମାୱରୀ କହିଛନ୍ତି ଯେ ଏହା କେବଳ ରାଜନୈତିକ ପ୍ରଚାର। ବିଗତ ୯ ବର୍ଷ ଧରି ଦେଶରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାସୀନ ରହିଛି। ହେଲେ ଏହି ସମୟରେ ଦେଶରେ ଏପରିକି କୌଣସି ଚର୍ଚ୍ଚ ଉପରେ ଆକ୍ରମଣ କରାଯାଇନାହିଁ କିମ୍ବା ଟାର୍ଗେଟ କରାଯାଇ ନାହିଁ। ବିରୋଧୀ ରାଜନୈତିକ ଦଳର ଅଭିଯୋଗ ହେଉଛି ଯେ ବିଜେପି ଏକ ଖ୍ରୀଷ୍ଟିଆନ ବିରୋଧୀ ଦଳ। ହେଲେ ଏହା କେବଳ ବିରୋଧୀଙ୍କ ନିର୍ବାଚନ ପ୍ରଚାର। ଆମେ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ ମେଘାଳୟରେ ରହୁଛୁ। ଏଠାରେ ସମସ୍ତେ ଚର୍ଚ୍ଚ ଯାଇଥାନ୍ତି।  

Advertisement
Ernest Mawrie: 'ସମସ୍ତେ ଖାଉଛନ୍ତି ଗୋମାଂସ, ମୁଁ ମଧ୍ୟ ଖାଉଛି, କେହି ଏହାକୁ ବନ୍ଦ କରିପାରିବେ ନାହିଁ'
Stop
Zee Odisha Desk|Updated: Feb 23, 2023, 03:30 PM IST

Meghalaya BJP President Ernest Mawrie: ଗୋମାଂସ ପ୍ରସଙ୍ଗରେ ରଖିଥିବା ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ମେଘାଳୟ ବିଜେପି ମୁଖ୍ୟ ଏର୍ନେଷ୍ଟ ମାୱରୀ। ଏନେଇ ପ୍ରତିକ୍ରିୟା ରଖି ମେଘାଳୟ ବିଜେପି ସଭାପତି କହିଛନ୍ତି ଯେ ରାଜ୍ୟରେ ଗୋମାଂସ ଖାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ ଏବଂ ସେ ମଧ୍ୟ ଗୋମାଂସ ଖାଉଛନ୍ତି। ଏଏନଆଇ ସହିତ କଥାବାର୍ତ୍ତା ବେଳେ ଏର୍ନେଷ୍ଟ ମାୱରୀ କହିଛନ୍ତି, "ମୁଁ ଅନ୍ୟ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ସଂକଳ୍ପ ଉପରେ କୌଣସି ବିବୃତ୍ତି ଦେଇପାରିବି ନାହିଁ। ଆମେ ମେଘାଳୟରେ ଅଛୁ। ଏଠାରେସ ସମସ୍ତେ ଗୋମାଂସ ଖାଉଛନ୍ତି ଏବଂ ଏହାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ହଁ, ମୁଁ ମଧ୍ୟ ଗୋମାଂସ ଖାଏ। ଗୋମାଂସ ଖାଇବା ଉପରେ ମେଘାଳୟରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ଲୋକଙ୍କ ଜୀବନଶୈଳୀ, ଏହାକୁ କେହି ଅଟକାଇ ପାରିବେ ନାହିଁ। ଭାରତରେ ମଧ୍ୟ ସେପରି କୌଣସି ନିୟମ ନାହିଁ। କେତେକ ରାଜ୍ୟ ମଧ୍ୟ କିଛି କାର୍ଯ୍ୟ କରିଛନ୍ତି। ମେଘାଳୟରେ କଂସେଇଖାନା ରହିଛି। ସମସ୍ତେ ଏଠାକୁ ଗାଈ କିମ୍ବା ଘୁଷୁରୀ ନେଇ ଆଣିଥାନ୍ତି। 

ଗୋମଂସକୁ ନେଇ ମେଘାଳୟ ପଡୋଶୀ ତଥା ବିଜେପି ଶାସିତ ରାଜ୍ୟ ଆସାମରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆସାମ ପରି ବିଜେପି ଶାସିତ ରାଜ୍ୟ ଗୋରୁ ହତ୍ୟା, ପରିବହନ ଏବଂ ଗୋମାଂସ ବିକ୍ରୟକୁ ନିୟନ୍ତ୍ରଣ କରିବା ପାଇଁ ଏକ ବିଲ୍ ପାରିତ କରିଥିଲେ। ଦେଶର ପୂର୍ବୋତ୍ତର ଭାଗରେ ବିଜେପି ମଙ୍ଗୁଆଳ କୁହାଯାଉଥିବା  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକଙ୍କୁ ନିବେଦନ କରିଛନ୍ତି ହିନ୍ଦୁ ଜନବହୁଳ ଅଞ୍ଚଳରେ ଗୋମାଂସ ଖାଇବାରୁ ଦୂରେଇ ରୁହନ୍ତୁ। 

ବିଜେପି ଏକ ଖ୍ରୀଷ୍ଟିଆନ ବିରୋଧୀ ଦଳ ବୋଲି କିଛି ରାଜନୈତିକ ଦଳ ଦେଇଥିବା ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ମେଘାଳୟ ବିଜେପି ମୁଖ୍ୟ ଏର୍ନେଷ୍ଟ ମାୱରୀ କହିଛନ୍ତି ଯେ ଏହା କେବଳ ରାଜନୈତିକ ପ୍ରଚାର। ବିଗତ ୯ ବର୍ଷ ଧରି ଦେଶରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାସୀନ ରହିଛି। ହେଲେ ଏହି ସମୟରେ ଦେଶରେ ଏପରିକି କୌଣସି ଚର୍ଚ୍ଚ ଉପରେ ଆକ୍ରମଣ କରାଯାଇନାହିଁ କିମ୍ବା ଟାର୍ଗେଟ କରାଯାଇ ନାହିଁ। ବିରୋଧୀ ରାଜନୈତିକ ଦଳର ଅଭିଯୋଗ ହେଉଛି ଯେ ବିଜେପି ଏକ ଖ୍ରୀଷ୍ଟିଆନ ବିରୋଧୀ ଦଳ। ହେଲେ ଏହା କେବଳ ବିରୋଧୀଙ୍କ ନିର୍ବାଚନ ପ୍ରଚାର। ଆମେ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ ମେଘାଳୟରେ ରହୁଛୁ। ଏଠାରେ ସମସ୍ତେ ଚର୍ଚ୍ଚ ଯାଇଥାନ୍ତି। 

ଗୋଆ ବିଜେପି ଦ୍ୱାରା ଶାସିତ ହେଉଛି। ହେଲେ ଏଠାରେ ଗୋଟିଏ ହେଲେ ଚର୍ଚ୍ଚ ଉପରେ ଆକ୍ରମଣ କରାଯାଇ ନାହିଁ। ନାଗାଲାଣ୍ଡରେ ମଧ୍ୟ ସମାନ ପରିସ୍ଥିତି ରହିଛି। ବିଜେପି ଏକ ଖ୍ରୀଷ୍ଟିଆନ ବିରୋଧୀ ଦଳ ବୋଲି ବିରୋଧୀଙ୍କ ପକ୍ଷରୁ ଯେଉ ଅଭିଯୋଗ କରାଯାଉଛି ତାହା କେବଳ ନିର୍ବାଚନ ପ୍ରଚାର। ଏଭଳି ଅଭିଯୋଗ ଆଣୁଥିବା ଦଳ ହେଉଛନ୍ତି କଂଗ୍ରେସ, ଟିଏମସି ଏବଂ ଆମର କିଛି ସହଯୋଗୀ। ହେଲେ ଏହା ସତ୍ୟ ନୁହେଁ। ମୁଁ ମଧ୍ୟ ଜଣେ ଖ୍ରୀଷ୍ଟିଆନ। କେହି ମୋତେ ଚର୍ଚ୍ଚ ଯାଉ ନାହିଁ ବୋଲି କହିନାହଁନ୍ତି। 

ଏଥ ମେଘାଳୟରେ ବିଜେପି ସରକାର ଗଢିବ। ମେଘାଳୟବାସୀ ପରିବର୍ତ୍ତନ ଚାହୁଁଛନ୍ତି। ଆମର ସର୍ବେକ୍ଷଣ ଅନୁଯାୟୀ, ଆମେ ଦୁଇ ଅଙ୍କରେ ମ୍ୟାଜିକ୍ ନମ୍ବର ପାଇ ସରକାର ଗଠନ କରିବୁ ବୋଲି କହିଛନ୍ତି ମେଘାଳୟ ବିଜେପି ସଭାପତି। ଆସନ୍ତା ୨୭ ଫେବୃଆରୀରେ ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି ମତଦାନ।
  

Read More
{}{}