Hindi News >>Home >>Odisha Politics

MCD Election 2022: କେଜ୍ରିୱାଲଙ୍କ ରାଲିରେ ୧୨ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଗାଏବ୍

MCD Election 2022 Mobiles stolen: ଗୁଜରାଟ ପରେ ଦିଲ୍ଲୀରେ ଆପ୍ ମୁଖ୍ୟ କେଜ୍ରିୱାଲ ଜୋରସୋରରେ ପ୍ରଚାର ଚଳାଇଛନ୍ତି। କିନ୍ତୁ ଏହି ପ୍ରଚାର ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କେଜ୍ରିୱାଲଙ୍କ ରାଲିରେ ୧୨ ଆପ୍ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଛି।   

Advertisement
ସୋସିଆଲ ମିଡିଆ
Stop
Shankarshan Bagh|Updated: Dec 01, 2022, 04:51 PM IST

MCD Election 2022, ନୂଆଦିଲ୍ଲୀ: ଗୁରୁବାର ଗୁଜରାଟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଛି। ଫଳରେ ଗୁଜରାଟରୁ ସାମୟିକ ସମୟ ପାଇଁ ବିରତି ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀକୁ ଫେରିଛନ୍ତି। କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ଫୁରସତ ନାହିଁ। ଡିସେମ୍ବର ୪ରେ ଦିଲ୍ଲୀ ମହନଗର ନିଗମ ନିର୍ବାଚନ ହେବ। ତେଣୁ ଗୁଜରାଟ ପରେ ଦିଲ୍ଲୀରେ ଆପ୍ ମୁଖ୍ୟ କେଜ୍ରିୱାଲ ଜୋରସୋରରେ ପ୍ରଚାର ଚଳାଇଛନ୍ତି। କିନ୍ତୁ ଏହି ପ୍ରଚାର ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କେଜ୍ରିୱାଲଙ୍କ ରାଲିରେ ୧୨ ଆପ୍ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। 

ବୁଧବାର ଉତ୍ତର ଦିଲ୍ଲୀର ମଲକାଗଞ୍ଜ ଅଞ୍ଚଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଶାଳ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ବେଳେ ଆମ ଆଦମୀ ପାର୍ଟିର ୧୨ ବିଧାୟକ ଓ ୨୦ରୁ ଊର୍ଦ୍ଧ୍ୱ ପାରିଷଦଙ୍କ ମୋବାଇଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଉତ୍ତର ଦିଲ୍ଲୀ ପୋଲିସ କମିଶନର, ସାଗର ସିଂହ କହିଛନ୍ତି ଯେ, ଆପ୍ ବିଧାୟକ ଅଖିଳେଶ ତ୍ରିପାଠୀ, ଗୁଡ୍ଡୀ ଦେବୀଙ୍କ ସମେତ ସୋମନାଥ ଭାରତୀଙ୍କ ସଚିବଙ୍କ ମୋବାଇଲ ଚୋରୀ ହୋଇଛି। FIR ରୁଜୁ କରି ପୋଲିସ ତଦନ୍ତ କରୁଛି, ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ। 

Also Read: Gujarat Election 2022: ବିଜେପି ପ୍ରାର୍ଥିନୀ ବୋହୂ ବିପକ୍ଷରେ ଭୋଟ ଦେଲେ ରବିନ୍ଦ୍ର ଜାଡେଜାଙ୍କ ପିତା

ଅରବିନ୍ଦ କେଜ୍ରିୱାଲ, ମଲକାଗଞ୍ଜ ଅଞ୍ଚଳର ଗଳିକନ୍ଦି ଯାଇ ଲୋକଙ୍କୁ ଭେଟି ଥିଲେ ଓ ଆପ୍ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ସମୟରେ ସେଠାରେ ପ୍ରବଳ ଭିଡ ଥିଲା। ତାଙ୍କୁ ଚାରିଆଡୁ ସାଧାରଣ ଜନତା ଓ ଦଳୀୟ କର୍ମୀମାନେ ଘେରି ଯାଇଥିଲେ। ଗଳି ଗୁଡିକ ଛୋଟ ଛୋଟ ଥିବାରୁ ପ୍ରବଳ ଭିଡ ହୋଇଥିଲା। ଆଉ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୩୦ରୁ ଊର୍ଦ୍ଧ୍ୱ ମୋବାଇଲକୁ ଗାଏବ କରିଥିବା ଅନୁମାନ କରାଯାଉଛି। ତେବେ ଏହି ଚୋରୀ ପଛରେ କୌଣସି ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି। ଚୋରୀ ହୋଇଥିବା ମୋବାଇଲରେ ଅନେକ ଦାମୀ ସ୍ମାର୍ଟଫୋନ ରହିଛି, ତେଣୁ ଯଥାଶୀଘ୍ର ଚୋର ଧରାପଡିବ ବୋଲି ଆଶା କରାଯାଉଛି। 

 

ସୂଚନାନୁସାରେ, ଡିସେମ୍ବର ୪ ତାରିଖରେ ଏମସିଡି ନିର୍ବାଚନ ହେବ। ୨୫୦ ସିଟ୍ ପାଇଁ ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ। ବିଗତ ୧୫ ବର୍ଷ ହେଲା ଏମସିଡିରେ ବିଜେପିର କବଜା ରହିଛି। କିନ୍ତୁ ଏଥର କେଜ୍ରିୱାଲ ଦିଲ୍ଲୀରେ ଡବଲ ଇଂଜିନ ସରକାର ଚଳାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନ୍ୟପଟେ ବିଜେପି ନିଜ ଗଡ ବଞ୍ଚାଇ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ସେ ଯାହା ବି ହେଉ ଯେଉଁ ଦଳ ଜିତିଲେ ମଧ୍ୟ ଏମସିଡିରେ ମହିଳାଙ୍କ ଦବଦବା ରହିବ। କାରଣ ପ୍ରତ୍ୟେକ ଦଳ ଅର୍ଦ୍ଧାଧିକ ସିଟରେ ମହିଳାଙ୍କୁ ଟିକଟ ଦେଇଛନ୍ତି। ଏମସିଡି ନିର୍ବାଚନରେ ମୋଟ ୭୦୯ ଜଣ ମହିଳା ଓ ୬୪୦ ଜଣ ପୁରୁଷ ପ୍ରତିଦ୍ୱନ୍ଦିତା କରୁଛନ୍ତି।

 

 

 

 

 

 

 

 

 

 

Read More
{}{}