Hindi News >>Home >>Odisha Politics

Congress President Election: ମଲ୍ଲିକାର୍ଜୁନ ଖାର୍ଗେ ବନାମ ଶଶୀ ଥରୁର ଲଢେଇରେ କିଏ ମାରିବ ବାଜି?

Congress President Post:  ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ହେଲେ ଏହି ନିର୍ବାଚନରେ କିଏ ମାରିବ ବାଜି ତାହାର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

Advertisement
Congress President Election: ମଲ୍ଲିକାର୍ଜୁନ ଖାର୍ଗେ ବନାମ ଶଶୀ ଥରୁର ଲଢେଇରେ କିଏ ମାରିବ ବାଜି?
Stop
Subhramjit Ray|Updated: Sep 30, 2022, 10:00 PM IST

Mallikarjun Kharge vs Shashi Tharoor: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଛନ୍ତି ଦଳର ରାଜ୍ୟସଭ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ,ଲୋକସଭା ସାଂସଦ ଶଶୀ ଥରୁର ଏବଂ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ କେ.ଏନ ତ୍ରିପାଠୀ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦଳର ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରୁଥିବା ଏହି ୩ ଜଣ କଂଗ୍ରେସ ନେତାଙ୍ ମଧ୍ୟରେ ରକିଏ ମାରିବ ବାଜି।
 
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ଲାଗି ନାମାଙ୍କନ ଦାଖଲ କରାଯିବା ପରେ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନରେ ଦଳର ରାଜ୍ୟସଭ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେଙ୍କ (Mallikarjun Kharge) ବିଜୟ ପ୍ରାୟ ନିଶ୍ଚିତ। କାରଣ ତାଙ୍କୁ ଗାନ୍ଧୀ ପରିବାରର (Gandhi Family) ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି। ଏପରିକି ଦଳର ଅଧିକାଂଶ ନେତା ତାଙ୍କୁ ସମର୍ଥନ କରୁଛନ୍ତି।

ମଲ୍ଲିକାର୍ଜୁନ ଖାର୍ଗେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ  ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଯଦି ସେ ଦଳର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳର କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନାହାଁନ୍ତି।

ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦଳୀୟ ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରି କଂଗ୍ରେସ ଦେଶର ୨୨ ପ୍ରତିଶତ ଦଳିତଙ୍କୁ ଦଳ ସହ ଯୋଡିବାକୁ ଚେଷ୍ଟା କରିବ। ଏହା ସହିତ ଦଳ ଦକ୍ଷିଣ ଭାରତୀୟ ରାଜନୀତିରେ ସ୍ଥିତି ମଜବୁତ କରିବାକୁ ପ୍ରୟାସ କରିବ। ତାଙ୍କର ଦୀର୍ଘ ଦିନର  ରାଜନୈତିକ ଅଭିଜ୍ଞତା ଅନ୍ୟ ଦଳ ସହ ଯୋଗାଯୋଗ କରିବାରେ ବେଶ ସହାୟକ ହେବ।

Also Read: Congress President Post: ଆଗକୁ ବଢିଲେ ମଲ୍ଲିକାର୍ଜୁନ ଖାର୍ଗେ, ହଟିଲେ ଦିଗବିଜୟ ସିଂହ

ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ନାମାନଙ୍କନ ଦାଖଲ କରିବା ପରେ  ପ୍ରତିକ୍ରିୟା ରଖି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ମୁଁ ସର୍ବଦା ବଞ୍ଚିତ ଲୋକଙ୍କ ଅଧିକାର ପାଇଁ ଲଢିଛି ଏବଂ କଂଗ୍ରେସ ଦଳର ନୀତିକୁ ସମର୍ଥନ କରିବା ପାଇଁ ମୁଁ ଅଧିକ ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛି ଯାହା ସହିତ ମୁଁ ପିଲାଦିନରୁ ଜଡିତ ରହିଛି। ମୁଁ  ଦଳର ସେହି ସମସ୍ତ ନେତା, କର୍ମକର୍ତ୍ତା, ପଦାଧିକାରୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ ନାମାଙ୍କନ ସମୟରେ ମୋ ସହିତ ଉପସ୍ଥିତ ରହିଛନ୍ତି। ଆସନ୍ତା ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ନିର୍ବାଚନର ଫଳାଫଳ ଆସିବ। ମୁଁ ଆଶା କରୁଛି ଯେ ମୁଁ ଏହି ନିର୍ବାଚନରେ ​​ଜିତିବି।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପ୍ରସଙ୍ଗରେ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସାରିଛନ୍ତି  ଶଶୀ ଥରୁର (Congress MP Shashi Tharoor)। ଏନେଇ ସେ କହିଛନ୍ତି ଦଳୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କ ପାଖରେ ସମଗ୍ର ଦେଶର କଂଗ୍ରେସ କର୍ମକର୍ତ୍ତାଙ୍କ ସମର୍ଥନ ମୋ ପ୍ରତି ରହିଛି। ଏହି ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ୱ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଦଳର ସାଂସଦ କହିଛନ୍ତି ଯେ ଯେତେବେଳେ ମୁଁ ମୋର ନାମାଙ୍କନ ପତ୍ର ଦାଖଲ କରିବି, ସେତେବେଳେ ଆପଣ ଦେଖିବେ ଯେ ମୋତେ କେତେ ସମର୍ଥନ ମିଳିଛି। ଯଦି ମୁଁ ଅଧିକାଂଶ ରାଜ୍ୟରୁ ଦଳୀୟ କର୍ମୀଙ୍କ ସମର୍ଥନ ମିଳେ, ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ନିର୍ବାଚନରେ ଅଂଶଗ୍ରହଣ କରିବି। ଦେଶର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମକର୍ତ୍ତା ମୋତେ ଦଳର ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଅନୁରୋଧ କରିଛନ୍ତି। ମୁଁ ଦଳର ସଭାପତି ପଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ରହିଛି। 

ସେହି କଂଗ୍ରେସ ନିର୍ବାଚନରୁ ଓହରି ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦିଗବିଜୟ ସିଂହ (Digvijay Singh) କହିଛନ୍ତି ଯେ ମୁଁ  ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ। ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି ଏବଂ ଆଗକୁ ଏହା ଜାରି ରଖିବି। ମୁଁ ତିନୋଟି ଜିନିଷ ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ। ତାହା ହେଉଛି ଦଳିତ, ଆଦିବାସୀ ଏବଂ ଗରିବଙ୍କ ପାଇଁ ଠିଆ ହେବା। ଯେଉଁମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗାଡ଼ିବାକୁ ଚେଷ୍ଚା କରୁଛନ୍ତି ସେମାନଙ୍କ ବିରୋଧରେ ମୁଁ ସ୍ୱର ଉଠାଇବା ଏବଂ ଗାନ୍ଧୀ-ପରିବାର ପ୍ରତି ସମର୍ପଣ। 

ମଲ୍ଲିକାର୍ଜୁନ ଖାର୍ଗେ ହେଉଛନ୍ତି ମୋର ସିନିୟର। ଗତକାଲି ମୁଁ ତାଙ୍କ ବାସଭବନକୁ ଯାଇ କହିଥିଲି ଯେ ଯଦି ସେ କଂଗ୍ରେସ ସଭାପତି ପଦ (Congress President Post) ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି, ତାହେଲେ ମୁଁ କରିବି ନାହିଁ। ଏହା ପରେ ସେ ମୋତେ କହିଥିଲେ ଯେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରୁନାହାଁନ୍ତି। ଏହା ପରେ ମୁଁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲି ଯେ ମଲ୍ଲିକାର୍ଜୁନ ଖାର୍ଗେ ଏହି ପଦ ପାଇଁ ପ୍ରାର୍ଥୀ ହେଉଛନ୍ତି। ମୁଁ ତାଙ୍କୁ କହିଲି ଯେ ମୁଁ ତାଙ୍କ ସହିତ ଛିଡା ହୋଇଛି ଏବଂ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ମୁଁ ତାଙ୍କର ପ୍ରସ୍ତାବକ ହେବି। 

Also Read: Congress President Election: ଦୌଡରୁ ହଟିଲେ ଅଶୋକ ଗେହୋଲତ, କାହା କାହା ମଧ୍ୟରେ ହେବ ମୁକାବିଲା?

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କହିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖାର୍ଗେଙ୍କ ସମ୍ପର୍କରେ ଏକ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କର ପ୍ରସ୍ତାବକ ହେବି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବା ସମେତ ସମସ୍ତ ପ୍ରସଙ୍ଗରେ ସେ ଦଳୀୟ ନିର୍ଦ୍ଦେଶ ପାଳନ କରିବେ।

 

Read More
{}{}