Hindi News >>Home >>Odisha Politics

Election Result 2023: ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ସଭାପତି ଖଡ୍ଗେ ଦେଲେ ପ୍ରଥମ ପ୍ରତିକ୍ରିୟା, କହିଲେ- 'ଏହା ନିରାଶାଜନକ, କିନ୍ତୁ ...'

Assembly Election Result 2023: ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡର ନିର୍ବାଚନ ଫଳାଫଳ ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଯେ ଭୋଟ୍ ଦେଇଥିବା ଲୋକଙ୍କୁ ଧନ୍ୟବାଦ ।

Advertisement
Assembly Election Result 2023
Stop
Jagdish Barik|Updated: Dec 03, 2023, 04:44 PM IST

Assembly Election Result 2023: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ (Mallikarjun Kharge) ରବିବାର ଦିନ (୩ ଡିସେମ୍ବର) ତେଲେଙ୍ଗାନାରେ ଦଳର ବମ୍ପର ବିଜୟ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସର ପରାଜୟକୁ ସ୍ୱିକାର କରିବା ସହ ସେ କହିଛନ୍ତି, ଆମକୁ ଭୋଟ୍ ଦେଇଥିବାରୁ ଧନ୍ୟବାଦ ।

ମଲ୍ଲିକାର୍ଜୁନ ଖଡ୍ଗେ ସୋସିଆଲ ମିଡିଆ X ରେ ଲେଖିଛନ୍ତି, "ମୁଁ ତେଲେଙ୍ଗାନାର ଲୋକଙ୍କୁ ସେମାନଙ୍କ ଠାରୁ ମିଳିଥିବା ଜାନଦେଶ ପାଇଁ ଧନ୍ୟବାଦ ଦେଉଛି । ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁମାନେ ଆମକୁ ଭୋଟ୍ ଦେଇଛନ୍ତି ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ଏହି ତିନୋଟି ରାଜ୍ୟରେ ଆମର ପ୍ରଦର୍ଶନ ନିଃସନ୍ଦେହରେ ନିରାଶାଜନକ ହୋଇଛି, କିନ୍ତୁ ନିଷ୍ଠା ସହିତ ଆମେ ଏହି ତିନୋଟି ରାଜ୍ୟରେ ପୁନରୁତ୍ଥାନ ପାଇଁ ଦୃଢ଼ ସଂକଳ୍ପ ନେଇଛୁ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚାରିଟି ରାଜ୍ୟରେ କଂଗ୍ରେସ ପାର୍ଟି ଜୋରଦାର ନିର୍ବାଚନ ପ୍ରଚାର କରିଛି । ଆମ କାର୍ଯ୍ୟକର୍ତ୍ତାମାନଙ୍କ ଲକ୍ଷ ଲକ୍ଷ ଉଦ୍ୟମକୁ ମୁଁ ସ୍ୱୀକାର କରେ ଏବଂ ପ୍ରଶଂସା କରେ । ଆମେ ଅସ୍ଥାୟୀ ଅସଫଳତାକୁ ଦୂର କରିବୁ ଓ ଇଣ୍ଡିଆ ଗଠବନ୍ଧନ ସହିତ ଲୋକସଭା ନିର୍ବାଚନ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବୁ ।"

Read More
{}{}