Hindi News >>Home >>Odisha Politics

Maharashtra floor Test: ଶକ୍ତି ପରୀକ୍ଷାର ଆବଶ୍ୟକ ନାହିଁ କହିଲେ ରାଜ୍ୟପାଳ

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସେପଟେ ସୁରଥରୁ ଗୌହାଟୀ ଯାଇଥିବା ବିଦ୍ରୋହୀ ଶିବସେନା ବିଧାୟକ ତଥା ଏକନାଥ ସିନ୍ଦେଙ୍କ ସମର୍ଥକମାନେ ଭାୟା ଗୋଆ ହୋଇ ଗୁରୁବାର ମୁମ୍ବାଇ ଯିବାର ଯୋଜନା କରିଛନ୍ତି।     

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: Jun 30, 2022, 09:50 AM IST

Maharashtra floor Test: ମହାରାଷ୍ଟ୍ରରେ ମହା ଅଘାଡି ବିକାଶ ମେଣ୍ଟ ସରକାରର ଅନ୍ତ ସ୍ପଷ୍ଟ ହୋଇଯାଇଛି। ଫ୍ଲୋର ଟେଷ୍ଟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ ପିଟିସନ ବୁଧବାର ଖାରଜ ହୋଇଛି। ତା ପରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପ୍ରଦର୍ଶନ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଫ୍ଲୋର ଟେଷ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ମହାରାଷ୍ଟ୍ର ରାଜ୍ୟପାଳ କହିଛନ୍ତି।

ମହାରାଷ୍ଟ୍ରରେ ବର୍ତ୍ତମାନ ଫ୍ଲୋର ଟେଷ୍ଟର କୌଣସି ଆବଶ୍ୟକତା ନାହିଁ। ଏହି କଥା ରାଜ୍ୟପାଳ ଭଗତ ସିଂହ କୋସିୟାରୀ କହିଛନ୍ତି। ଏନେଇ ଗୁରୁବାର ମହାରାଷ୍ଟ୍ର ବିଧାନସଭା ସଚିବ ରାଜେନ୍ଦ୍ର ଭାଗୱତ ସମସ୍ତ ବିଧାୟକଙ୍କୁ ଅବଗତ କରାଇଛନ୍ତି। ବିଧାନସଭା ସଚିବ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଫ୍ଲୋର ଟେଷ୍ଟର କୌଣସି ଆବଶ୍ୟକତା ନାହିଁ। ତେଣୁ ଗୁରୁବାର ସରିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ବସିବ ନାହିଁ। 

Also Read: ମୁଁ ସମୁଦ୍ର, ପୁଣି ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ଫଡନାଭିସଙ୍କ ଟ୍ୱିଟ୍

ସେପଟେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସେପଟେ ସୁରଥରୁ ଗୌହାଟୀ ଯାଇଥିବା ବିଦ୍ରୋହୀ ଶିବସେନା ବିଧାୟକ ତଥା ଏକନାଥ ସିନ୍ଦେଙ୍କ ସମର୍ଥକମାନେ ଭାୟା ଗୋଆ ହୋଇ ଗୁରୁବାର ମୁମ୍ବାଇ ଯିବାର ଯୋଜନା କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ଶିବସେନାର ବିଧାୟକମାନେ ଗୁରୁବାର ମୁମ୍ବାଇ ଆସନ୍ତୁ ନାହିଁ, ସେମାନେ ସିଧାସଳଖ ଶପଥ ଗ୍ରହଣ ଦିନ ଆସନ୍ତୁ। ତେବେ ଗୁରୁବାର ବିଜେପି ପକ୍ଷରୁ କିଛି ବଡ ଘୋଷଣା କରିବାର ସମ୍ଭାବନା ଅଛି। 

ଗୁରୁବାର ହେବାକୁ ଥିବା ଫ୍ଲୋର ଟେଷ୍ଟ ରୋକିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଶକ୍ତି ପ୍ରଦର୍ଶନରେ ଜେଲରେ ଥିବା ଏନସିପିର ଦୁଇ ବିଧାୟକ ନୱାବ ମଲ୍ଲିକ ଓ ଅନିଲ ଦେଶମୁଖଙ୍କୁ ବିଧାନସଭାରେ ହାଜର ହେବାକୁ ଅନୁମତି ଦେଇଥିଲେ। କଡା ସୁରକ୍ଷା ସହ ସେମାନଙ୍କୁ ଫ୍ଲୋର ଟେଷ୍ଟରେ ଭାଗ ନେବାର ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ। ଉଭୟ ବିଧାୟକ ବର୍ତ୍ତମାନ ଇଡି ଓ ସିବିଆଇ କଷ୍ଟଡିରେ ଅଛନ୍ତି।

 

 

 

 

 

 

 

 

 

Read More
{}{}