Hindi News >>Home >>Odisha Politics

ଉଦ୍ଧବ ଠାକରେଙ୍କୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ୧୯ରୁ ୧୨ ଶିବସେନା ସାଂସଦ ସିନ୍ଦେ ଗୋଷ୍ଠୀରେ ହେବେ ସାମିଲ

Maharashtra Politics: ମହାରାଷ୍ଟ୍ରରେ ଶିବସେନା ବିଧାୟକ (Shiv Sena MLA) ଙ୍କ ବିଦ୍ରୋହର ପ୍ରାୟ ଏକ ମାସ ପରେ ଦଳର ଅନେକ ସାଂସଦ (Shiv Sena MP) ମଧ୍ୟ ଗୋଷ୍ଠୀ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଶିବସେନା ସାଂସଦ ଓ ସିନ୍ଦେ କ୍ୟାମ୍ପ ସୂତ୍ର ନିଶ୍ଚିତ କରିଛନ୍ତି ଯେ, ୧୯ ଶିବସେନା ସାଂସଦଙ୍କ ମଧ୍ୟରୁ ଅତି କମରେ ୧୨ ଜଣ ମଙ୍ଗଳବାର&nbs

Advertisement
ଉଦ୍ଧବ ଠାକରେଙ୍କୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ୧୯ରୁ ୧୨ ଶିବସେନା ସାଂସଦ ସିନ୍ଦେ ଗୋଷ୍ଠୀରେ ହେବେ ସାମିଲ
Stop
Zee Odisha Desk|Updated: Jul 19, 2022, 09:38 AM IST

ନୂଆଦିଲ୍ଲୀ: Maharashtra Politics: ମହାରାଷ୍ଟ୍ରରେ ଶିବସେନା ବିଧାୟକ (Shiv Sena MLA) ଙ୍କ ବିଦ୍ରୋହର ପ୍ରାୟ ଏକ ମାସ ପରେ ଦଳର ଅନେକ ସାଂସଦ (Shiv Sena MP) ମଧ୍ୟ ଗୋଷ୍ଠୀ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଶିବସେନା ସାଂସଦ ଓ ସିନ୍ଦେ କ୍ୟାମ୍ପ ସୂତ୍ର ନିଶ୍ଚିତ କରିଛନ୍ତି ଯେ, ୧୯ ଶିବସେନା ସାଂସଦଙ୍କ ମଧ୍ୟରୁ ଅତି କମରେ ୧୨ ଜଣ ମଙ୍ଗଳବାର  ଲୋକସଭାରେ ପୃଥକ ଗୋଷ୍ଠୀ ଗଠନ କରିବାର ସମ୍ଭାବନା ରହିଛି । ଏକ ଶୀର୍ଷ ସୂତ୍ର ନିଶ୍ଚିତ କରିଛି ଯେ, ସାଂସଦମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଆନୁଷ୍ଠାନିକ ଚିଠି ହସ୍ତାନ୍ତର କରିବେ । ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେ (Eknath Shinde) ମଙ୍ଗଳବାର ଦିଲ୍ଲୀ ଗସ୍ତ କରିବେ ଓ ତାଙ୍କୁ ସମର୍ଥନ କରିଥିବା ସାଂସଦମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । 

ସୂଚନାନୁସାରେ, ସୋମବାର ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ପ୍ରାୟ ୧୨ ଶିବସେନା ସାଂସଦ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଲୋକସଭାରେ ଏକ ପୃଥକ ଗୋଷ୍ଠୀ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଜଣେ ସୂତ୍ର କହିଛି ଯେ, ଗୋଷ୍ଠୀ ଗଠନ କରିବା ଓ ରାହୁଲ ଶେୱାଲେଙ୍କୁ ଏହାର ନେତା କରିବାର ନିଷ୍ପତ୍ତି ନିଆଯାଇଛି । ଦି ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ସିଏମ୍ ସିନ୍ଦେ ଓ ସାଂସଦଙ୍କ ସହ ବୈଠକ ହେବ ଓ ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀରେ ଏ ସମ୍ପର୍କରେ ଏକ ଆଧିକାରୀକ ଘୋଷଣା କରାଯିବ । ତିନିଜଣ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ, ଯିଏ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଭାବନା ଗାୱଲି, ଯିଏ ଇଡି ତଦନ୍ତ ରାଡାରରେ ଥିଲେ ଓ ତାଙ୍କୁ ଚଳିତ ମାସ ଆରମ୍ଭରେ ଶିବସେନା ସଂସଦୀୟ ଦଳର ମୁଖ୍ୟ ସଚେତକ ପଦରୁ ହଟାଇ ଦିଆଯାଇଥିଲା ଏବଂ ପୁଣେ ସାଂସଦ ସଞ୍ଜୟ ମାଣ୍ଡଲିକ ଯିଏ ସିନ୍ଦେଙ୍କ ପ୍ରତି ତାଙ୍କର ବିଶ୍ୱସନୀୟତା ରଖିଥାଏ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ସାଂସଦ ସନ୍ନି ଦେଓଲ ସମେତ ୯ ଜଣ ସାଂସଦ ଦେଇପାରିଲେନି ଭୋଟ୍, ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!

ଏହା ବି ପଢ଼ନ୍ତୁ:-କେଉଁଠି ମଟନ୍ ବିରିୟାନୀ ତ କେଉଁଠି ଚିକେନ୍, ଭାରତର ଏସବୁ ମନ୍ଦିରରେ ମିଳିଥାଏ ଆମିଷ ଭୋଗ

ଆଉ ଜଣେ ସୂତ୍ରରୁ ଜଣାପଡିଛି ଯେ, ଗାୱଲିଙ୍କୁ ଦଳର ମୁଖ୍ୟ ସଚେତକ କରାଯିବ । ଅନ୍ୟପଟେ ମୁମ୍ବାଇ ସାଂସଦ ଶେୱାଲେଙ୍କୁ ଗୋଷ୍ଠୀର ନେତା କରାଯିବ । ଦୁଇ ସପ୍ତାହ ପୂର୍ବେ ଶିବସେନା ଗାୱଲିଙ୍କୁ ଦଳର ସଚେତକ ପଦରୁ ହଟାଇ ଦେଇଥିଲା, କାରଣ ଏଥର ସାଂସଦମାନଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ବିଦ୍ରୋହର ଆଶଙ୍କା ଥିଲା । ଏହି ସମୟରେ ୧୨ ସାଂସଦଙ୍କ ପୃଥକ ଗୋଷ୍ଠୀ ଗଠନ ଦାବିକୁ ପ୍ରତ୍ୟାଖ୍ୟାନ କରି ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଲୋକସଭାରେ ଶିବସେନା ଏକଜୁଟ ଅଛି ଓ ଯଦି କେହି ପୃଥକ ଗୋଷ୍ଠୀ ସହ ସାକ୍ଷାତ କରୁଛନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Read More
{}{}