Hindi News >>Home >>Odisha Politics

Revolt in Shiv Sena: ପୂର୍ବରୁ ଶିବ ସେନା ବିରୋଧରେ ବିଦ୍ରୋହ କରିସାରିଛନ୍ତି ଏହି ଶିବ ସୈନିକ

Shiv Sainik revolted against Shiv Sena: ମହାରାଷ୍ଟ୍ର ରାଜନୀତି ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କୌଣସି ଶିବ ସୈନିକ ଶିବ ସେନା ବିରୋଧରେ ବିଦ୍ରୋହ କରିଛନ୍ତି। 

Advertisement
Revolt in Shiv Sena: ପୂର୍ବରୁ ଶିବ ସେନା ବିରୋଧରେ ବିଦ୍ରୋହ କରିସାରିଛନ୍ତି ଏହି ଶିବ ସୈନିକ
Stop
Subhramjit Ray|Updated: Jun 21, 2022, 07:51 PM IST

Shiv Sainik revolted against Shiv Sena: ଦଳ ବିରୋଧରେ ବିଦ୍ରୋହ କରି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ। ଦଳୀୟ ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପାଇଁ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରର ଅସ୍ଥିତ୍ୱ ବିପଦରେ ପଡ଼ିଯାଇଛି। ମହାରାଷ୍ଟ୍ର ରାଜନୀତି ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କୌଣସି ଶିବ ସୈନିକ ଶିବ ସେନା ବିରୋଧରେ ବିଦ୍ରୋହ କରିଛନ୍ତି। 

ବିଦ୍ରୋହୀ ଶିବ ସେନା ନେତା ଏକନାଥ ସିନ୍ଦେଙ୍କୁ ପ୍ରାୟ ୩୫ ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ସେମାନେ ମହାବିକାଶ ଅଘାଡ଼ି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ମନସ୍ଥ କରିସାରିଛନ୍ତି। ଦଳ ସାମ୍ନାରେ ଦଳୀୟ ବିଦ୍ରୋଦୀ ନେତା ସର୍ତ୍ତ ରଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରନ୍ତୁ। ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯଦି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ସରକାର ଗାଦିଚ୍ୟୁତ କରିବାରେ ସଫଳ ହୁଅନ୍ତି ତାହାଲେ ଶିବ ସେନା ଇତିହାସରେ ଏହା ସର୍ବବୃହତ୍ତ ବିଭାଜନ ହେବ। 

ଏକନାଥ ସିନ୍ଦେଙ୍କ ପୂର୍ବରୁ ୧୯୯୧ ମସିହାରେ ଛଗନ ଭୁଜବଳ ୮  ସମର୍ଥକ ବିଧାୟକଙ୍କ ଦଳ ଛାଡିଥିଲେ। ଶିବ ସେନା ସଂସ୍ଥାପକ ବାଲା ସାହେବ ଠାକରେ ନେତୃତ୍ୱରେ ପ୍ରଭାବିତ ହୋଇ ଛଗନ ଭୁଜବଳ ଜଣେ ଶିବ ସୈନିକ ଭାବେ ରାଜନୀତି ଆରମ୍ଭ କରିଥିଲେ। ଶିବ ସେନା ଛାଡିବା ପରେ ସେ କଂଗ୍ରେସ ହାତ ଧରିଥିଲେ।   

ସେହିପରି ମହାରାଷ୍ଟ୍ର ବିଜେପି ଶାଖାର ପୁରୁଖା ନେତା ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଜଣେ ଶିବ ସୈନିକ ଭାବେ ରାଜନୀତି ଆରମ୍ଭ କରିଥିଲେ। ଗତ ୧୯୯୪-୧୯୯୯ ମସିହାରେ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଥିବା ବେଳେ ସେ ପ୍ରଥମେ ରାଜସ୍ୱ ଏବଂ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ୧୯୯୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ କଂଗ୍ରେସ-ଏନସିପି ମେଣ୍ଟ ଠାରୁ ପରାସ୍ତ ହେବା ପରେ ନାରାୟଣ ରାଣେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ସମ୍ପର୍କରେ ଫାଟ ପଡିଥିଲା। ଏହା ପରେ ୨୦୦୫ ବର୍ଷରେ ୧୦ ସମର୍ଥକ ବିଧାୟକଙ୍କ ସହ ଦଳ ଛାଡିଥିଲେ। ଏହା ପରେ ୨୦୧୯ ବର୍ଷରେ ସେ ବିଜେପି ହାତ ଧରିଥିଲେ।  

କେବେ ଜଣେ ଚର୍ଚ୍ଚିତ ଶିବସୈନିକ ଭାବେ ପରିଚୟ ହାସଲ କରିଥିବା ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ ୨୦୦୬ ବର୍ଷରେ ଶିବ ସେନା ଠାରୁ ଦୂରେଇ ଯାଇ ମହାରାଷ୍ଟ୍ର ନବନିର୍ମାଣ ସେନା ନାମରେ ଅନ୍ୟ ଏକ ଦଳ ଗଠନ କରିଥିଲେ। ମହାରାଷ୍ଟ୍ର  ରାଜନୀତିରେ ହିନ୍ଦୁତ୍ୱବାଦୀ ରାଜନେତା ଭାବେ ଜଣାଶୁଣା ରାଜ ଠାକରେ।

Also Read: Maharashtra Congress Crisis: ମନ୍ତ୍ରୀପଦ ଛାଡିବେ ବାଲା ସାହେବ ଥୋରାଟ

Also Read: Maharashtra Politics: ଶିବସେନା ଆଗରେ ଏହି ବଡ ସର୍ତ୍ତ ରଖିଲେ ଦଳର ବିଦ୍ରୋହୀ ବିଧାୟକ

 

 

Read More
{}{}