Hindi News >>Home >>Odisha Politics

Maharashtra Floor Test: ସୁପ୍ରିମକୋର୍ଟର ଉଦ୍ଧବ ଠାକରେଙ୍କୁ ମିଳିଲା ଝଟକା

Maharashtra Politics: ଜୁନ ୩୦ ତାରିଖ ଗୁରୁବାର ଆସ୍ଥାଭୋଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।   

Advertisement
Maharashtra Floor Test: ସୁପ୍ରିମକୋର୍ଟର  ଉଦ୍ଧବ ଠାକରେଙ୍କୁ ମିଳିଲା ଝଟକା
Stop
Subhramjit Ray|Updated: Jun 29, 2022, 10:34 PM IST

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଆସିଛି ଏକ ବଡ଼ ଖବର। ଜୁନ ୩୦ ତାରିଖ ଗୁରୁବାର ରାଜ୍ୟ ବିଧାନସଭାରେ ହେବାକୁ ଯାଉଥିବା ଆସ୍ଥାଭୋଟ ମାମଲାରେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡ଼ି ସରକାରର ନେତୃତ୍ୱ ଶିବସେନାକୁ ଲାଗିଛି ଝଟକା। ଏନେଇ  ଶିବେସନା ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ଜୁନ ୩୦ ତାରିଖ ଗୁରୁବାର ଆସ୍ଥାଭୋଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।  

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନଜରରେ ରଖି ଜୁନ ୩୦ ତାରିଖ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରକୁ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ଏନେଇ ମହାରାଷ୍ଟ୍ର ରାଜଭବନ ପକ୍ଷରୁ କୁହାଯାଇଛି ଜୁନ ୩୦ ତାରିଖ ଗୁରୁବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରାଯାଇଛି। ସକାଳ ୧୧ ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ ଟାରେ ଶେଷ ହେବ। ଗୁରୁବାର ଦିନ ହେବାକୁ ଥିବା ଏହି ପ୍ରକ୍ରିୟାର ଭିଡିଓଗ୍ରାଫ୍ କରାଯାଇ ଏହାର ସିଧା ପ୍ରସାରଣ କରାଯିବ।
 
ମାତ୍ର ବହୁମତ ସାବ୍ୟସ୍ତ କରିବା ଲାଗି ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା ମହାବିକାଶ ଅଘାଡି଼ ସରକାରର ନେତୃତ୍ୱ ନେଉଥିବା ଶିବସେନା। ଏହି ମାମଲାରେ ଶିବସେନା ପକ୍ଷରୁ  କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପକ୍ଷ ରଖିଥିଲେ।  ଏନେଇ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ କହିଥିଲେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ଆବଶ୍ୟକ।  

ରାଜ୍ୟରେ ଆସ୍ଥା ଭୋଟ ହେବାସ ପୂର୍ବରୁ ରାଜ୍ୟର ୧୬ ଜଣ ବିଦ୍ରୋହୀ ଶିବେସନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବାକୁ ପଦକ୍ଷେପ ନେଇଥିଲେ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିରୱାଲ। ମାତ୍ର ରାଜ୍ୟ ବିଧାନସଭାର ଉପବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ ତାରିଖରେ ହେବ।  

ପ୍ରଥମେ ଜୁନ ୨୭ ତାରିଖ ସୋମବାର ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ ଉପରେ ରୋକ ଲଗାଇ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଥିଲେ ଯେ ଆମକୁ ସମସ୍ତଙ୍କୁ ଉଚିତ ସୁଯୋଗ ଦେବା ଆବଶ୍ୟକ। ଯାହା ଦ୍ୱାରା ଆମେ ସମସ୍ତ ପ୍ରଶ୍ନର ଯୋଗ୍ୟତା ଉପରେ ଉତ୍ତର ରଖିପାରିବା। ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ରାଜ୍ୟର ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଅଯୋଗ୍ୟ ଘୋଷିତ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଦ୍ରୋହୀ ଶିବସେନା ବିଧାୟରଙ୍କ ଗୋଷ୍ଠୀକୁ ମିଳିଥିଲା ଆଶ୍ୱସ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ୧୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନେଇ ରାଜ୍ୟ ବିଧାନସଭା ଉପବାଚସ୍ପତିଙ୍କ ପକ୍ଷରୁ ଜାରି କରା ଯାଇଥିବା ନୋଟିସ ଉପରେ ଜବାବ ଦେବା ପାଇଁ ବିଧାୟକଙ୍କୁ ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ୩୦ ମିନିଟ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଅଯୋଗ୍ୟ ଘୋଷଣା କରିବା ମାମଲାରେ ଜବାବ ରଖିବା ଲାଗି ବିଦ୍ରୋହୀ ବିଧାୟକଙ୍କୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରି ଜିରୱାଲ।   

Also Read: Maharashtra Politics: ଜୁନ ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ

Also Read: Maharashtra Political Crisis: ୪୮ ଘଣ୍ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟପାଳ

 

 

 

Read More
{}{}