Hindi News >>Home >>Odisha Politics

Maharashtra Politics: ସିନ୍ଦେ-ଠାକରେ ରାଜନୈତିକ ଯୁଦ୍ଧ ଉପରେ ଲାଗିବ ବିରାମ


Maharashtra Politics: ଶିବସେନା ବିଧାୟକ ଦଳରେ ବିଦ୍ରୋହ ଆରମ୍ଭ ହେବା ପର ଠାରୁ ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ଅପର ଗୋଷ୍ଠୀରେ ସାମିଲ ରହିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

Advertisement
 Maharashtra Politics: ସିନ୍ଦେ-ଠାକରେ ରାଜନୈତିକ ଯୁଦ୍ଧ ଉପରେ ଲାଗିବ ବିରାମ
Stop
Subhramjit Ray|Updated: Jul 19, 2022, 08:08 PM IST

Maharashtra Politics: ମହାରାଷ୍ଟ୍ର ରାଜନୀତିରେ ଠାକରେ-ସିନ୍ଦେ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ରାଜନୈତିକ ବିବାଦ। ଏହି ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ଆବେଦନ ବିଚାରାଧିନ ରହିଛି। ଏହି ସମସ୍ତ ଆବେଦନ ଉପରେ ସୁପ୍ରିମକୋର୍ଟ ଜୁଲାଇ ୨୦ ତାରିଖରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ। ସୋମବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାରେ କୌଣସି ନିଷ୍ପତ୍ତି ନ ନେବାକୁ କହିଥିଲେ।

ଶିବସେନା ବିଧାୟକ ଦଳରେ ବିଦ୍ରୋହ ଆରମ୍ଭ ହେବା ପର ଠାରୁ ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ଅପର ଗୋଷ୍ଠୀରେ ସାମିଲ ରହିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଜୁଲାଇ ୨୦ ତାରିଖ ବୁଧବାର କରିବେ। ମହାରାଷ୍ଟ୍ର ବିଧାନସଭା ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହା ମଧ୍ୟରୁ ୪୦ ନୋଟିସ ସିନ୍ଦେ ଗୋଷ୍ଠୀ ଏବଂ ଅନ୍ୟ ୧୩ ନୋଟିସ ଠାକରେ ଗୋଷ୍ଠୀକୁ ଜାରି କରାଯାଇଛି। ଉଭୟ ଗୋଷ୍ଠୀ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀରେ ସାମିଲ ହୋଇଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ବେଆଇନ ବୋଲି ଠାକରେ ଗୋଷ୍ଠୀ ଦାବି କରିଛି। ଅନ୍ୟପଟେ ସିନ୍ଦେ ଗୋଷ୍ଠୀ ଦାବି କରିଛି ପ୍ରକୃତ ସଂଖ୍ୟାବଳ ଦୃଷ୍ଟିରୁ ସେମାନେ ହେଉଛନ୍ତି ପ୍ରକୃତ ଶିବସେନା। ମଙ୍ଗଳବାର ଦିନ ଠାକରେ ଗୋଷ୍ଠୀ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଅନୁରୋଧ କରି କହିଛି ସିନ୍ଦେ ସରକାରର କୌଣସି ମନ୍ତ୍ରୀଙ୍କୁ ଶପଥ ଦିଆନଯାଉ। କାରଣ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିର କୌଣସି ଆଇନଗତ ବୈଧତା ନାହିଁ। 

ଠାକରେ ଗୋଷ୍ଠୀ ଯୁକ୍ତି କରିଛି ଯେ ସିନ୍ଦେ ଗୋଷ୍ଠୀର ଆଭିମୁଖ୍ୟ ହେଉଛି ବେଆଇନ। ଦଳ ବଦଳ ନିରୋଧ ଆଇନ ଅନୁସାରେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ। ସେମାନଙ୍କର ବିଜେପିରେ ବିଲୟ ହୋଇନାହିଁ। ଜୁଲାଇ ୧୮ ତାରିଖରେ ଅନୁଷ୍ଠିଚ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଶେଷ ହେବା ପରେ ରାଜ୍ୟର ନୂତନ କ୍ୟାବିନେଟ ଗଠନ କରାଯାଇ ପାରେ। ବର୍ତ୍ତମାନ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ କେବଳ ୨ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ।

Also Read: Maharashtra Politics: ସିନ୍ଦେ-ଠାକରେ ରାଜନୈତିକ ଯୁଦ୍ଧ ଉପରେ ଲାଗିବ ବିରାମ 

Also Read: Supreme Court: ଉଦ୍ଧବ ଠାକେରଙ୍କ ଗୋଷ୍ଠୀକୁ ମିଳିଲା ନାହିଁ ତତ୍କାଳ ଆଶ୍ୱସ୍ତି, ୧୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

 

 

Read More
{}{}