Hindi News >>Home >>Odisha Politics

'ମହାରାଷ୍ଟ୍ରରେ ପୁଣି ପଲଟିବ ବାଜି, ଉଦ୍ଧବଙ୍କ ସହ ଯୋଗାଯୋଗରେ ଅଛନ୍ତି ସିନ୍ଦେ ଗୋଷ୍ଠୀର ଅନେକ ବିଧାୟକ'

 Maharashtra Politics: ଏକନାଥ ସିନ୍ଦେ ନିଜ ବିଧାୟକଙ୍କ ସହ ବିଜେପି ବିଧାୟକଙ୍କ ସହାୟତାରେ ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ କରିଛନ୍ତି । ଜୁନ ୩୦ରେ ସିନ୍ଦ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

Advertisement
'ମହାରାଷ୍ଟ୍ରରେ ପୁଣି ପଲଟିବ ବାଜି, ଉଦ୍ଧବଙ୍କ ସହ ଯୋଗାଯୋଗରେ ଅଛନ୍ତି ସିନ୍ଦେ ଗୋଷ୍ଠୀର ଅନେକ ବିଧାୟକ'
Stop
Tamal Bakchi|Updated: Jul 29, 2022, 07:57 AM IST

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ର ରାଜନୀତିରେ ପ୍ରତିଦିନ ନୂଆ ନୂଆ ଘଟଣା ସବୁ ଘଟିବାରେ ଲାଗିଛି । ଗୋଟିଏ ପଟେ ଶିବସେନା (Shiv Sena) ରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ରହିଥିବାବେଳେ ଅନ୍ୟପଟେ ବିଜେପି (BJP) ସହାୟତାରେ ଏକନାଥ ସିନ୍ଦେ (Eknath Shinde) ସରକାର ଗଠନ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରୀ ମଣ୍ଡଳର ବିସ୍ତାର ହୋଇପାରି ନାହିଁ । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହି ସମୟରେ ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ (Sanjay Raut) ଦାବି କରିଛନ୍ତି ଯେ, ଏକନାଥ ସିନ୍ଦେ ଗୋଷ୍ଠୀ (Shinde Camp) ର ଅନେକ ବିଧାୟକ ଆମ ସହ ଯୋଗାଯୋଗ କରୁଛନ୍ତି । କେବଳ ଏତିକି ନୁହେଁ, ଏହା ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହୋଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକନାଥ ସିନ୍ଦେ ନିଜ ବିଧାୟକଙ୍କ ସହ ବିଜେପି ବିଧାୟକଙ୍କ ସହାୟତାରେ ମହାରାଷ୍ଟ୍ରରେ ଏକ ନୂତନ ସରକାର ଗଠନ କରିଛନ୍ତି । ଜୁନ ୩୦ରେ ସିନ୍ଦ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଶିବସେନା ସେନା ବିଧାୟକମାନେ ଏକନାଥ ସିନ୍ଦେଙ୍କ ସହ ଚାଲିଯିବା ପରେ ଓ ମହାରାଷ୍ଟ୍ରର ମହା ବିକାଶ ଆଗଡି ସରକାରଙ୍କ ପତନ ପରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଏହାପୂର୍ବରୁ ଗୁରୁବାର ନିଜେ ସଂଜୟ ରାଉତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟତା ଘୋଷିତ କରିବାର ଦାବି କରିଛନ୍ତି । ଲୋକସଭାର ଏହି ୧୨ ଶିବସେନା ସାଂସଦ ଏକନାଥ ସିନ୍ଦେ ଗୋଷ୍ଠୀ ସହିତ ଅଛନ୍ତି । ବୈଠକ ପରେ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଲୋକସଭାରେ ୧୨ ଶିବସେନା ସାଂସଦଙ୍କ ଅଯୋଗ୍ୟତା ଦାବି କରିଛି ।

ଲୋକସଭାରେ ଶିବସେନା ଏହି ୧୨ ସାଂସଦ ରାହୁଲ ଶେୱାଲେଙ୍କୁ ସେମାନଙ୍କର ନେତା ଘୋଷଣା କରିଛନ୍ତି । ଭବନ ଗାୱଲିଙ୍କୁ ଦଳର ମୁଖ୍ୟ ସଚେତକ କରିଛନ୍ତି । ଶେୱାଲେ ଜୋର ଦେଇଛନ୍ତି ଯେ, ୧୨ ସାଂସଦ ଲୋକସଭାରେ ପୃଥକ ଦଳ ଗଠନ କରିନାହାଁନ୍ତି ବରଂ କେବଳ ବିନୟ ରାଉତଙ୍କୁ ଦଳର ନେତା ଭାବରେ ବଦଳାଇଛନ୍ତି । ଲୋକସଭାର ବାଚସ୍ପତି ଶେୱାଲେଙ୍କୁ ଲୋକସଭାରେ ଶିବସେନାର ନେତା ଭାବରେ ସ୍ୱୀକୃତି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍

ଏହା ବି ପଢ଼ନ୍ତୁ:-ଗ୍ୟାସ ସିଲିଣ୍ଡରର ତଳ ଭାଗରେ କାହିଁକି ରହିଥାଏ ଏସବୁ ଛିଦ୍ର? ୯୯ ପ୍ରତିଶତ ଲୋକ ଜାଣନ୍ତି ନାହିଁ ଏହାର କାରଣ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ସାଂସଦ, ସଂସଦରେ ଭାରି ହଙ୍ଗାମା

 

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ଘଟଣାକ୍ରମ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ଗୁଜୁରାଟର ସୁରଟକୁ ଯାଇ ଆସାମର ଗୁଆହାଟୀରେ ପହଞ୍ଚିଥିଲେ । ଅନେକ ଦିନର ଉତ୍ତେଜନା ପରେ ଯେତେବେଳେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଥିଲେ ସେତେବେଳେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳି ନଥିଲା । ଏହା ପରେ ସେ ଇସ୍ତଫା ଦେଇଥିଲେ । ତା’ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ ।

Read More
{}{}