Hindi News >>Home >>Odisha Politics

Maharashtra Politics: ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ବିରୋଧରେ ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ, ଜାଣନ୍ତୁ କାରଣ...

Maharashtra Police:  ଥିଏଟର ମଧ୍ୟରେ ପ୍ରବେଶ କରି ଗଣ୍ଡଗୋଳ କରିବା ଘଟଣାରେ ମହାରାଷ୍ଟ୍ର ପୋଲିସ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ସମେତ ଦଳର ୧୦୦ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ରାଜ୍ୟର ବର୍ତକ ନଗର ଥାନାରେ ମାମଲା କରୁି

Advertisement
Maharashtra Politics: ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ବିରୋଧରେ ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ, ଜାଣନ୍ତୁ କାରଣ...
Stop
Updated: Nov 08, 2022, 05:04 PM IST

Jitendra Avhad: ପୂର୍ବତନ ମନ୍ତ୍ରୀ ତଥା ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ବିରୋଧରେ ମାମଲା ରୁଜୁ କରିଛି ମହାରାଷ୍ଟ୍ର ପୋଲିସ। ଏନସିପି ବିଧାୟକଙ୍କ ସମେତ ଦଳର ୧୦୦ କର୍ମକର୍ତ୍ତାଙ୍କ ବିରୋଧରେ ଠାଣେ ପୋଲିସ ବିଳମ୍ବିତ ରାତିରେ ଏକ ମାମଲା ରୁଜୁ କରିଛି। ଏନସିପି ବିଧାୟକ ଦଳୀୟ କର୍ମକର୍ତ୍ତାଙ୍କ ସହ ଠାଣେ ସ୍ଥିତ ଭିଭିଆନା ମଲ୍ ଭିତରେ ଏକ ଥିଏଟର ମଧ୍ୟରେ ପ୍ରବେଶ କରିଥିଲେ। ସେଠାରେ ଉପସ୍ଥିତ ଦର୍ଶକଙ୍କୁ “ହର ହର ମହାଦେବ” ଚଳଚ୍ଚିତ୍ର ଦେଖିବାକୁ ଅନୁମତି ଦିଆଯାଇନଥିଲ ଏବଂ ସେମାନଙ୍କ ସହ ମାରପିଟ ମଧ୍ୟ କରାଯାଇଥିଥିଲା।

ଏହି ମାମଲାରେ ଅଭିଯୋଗକାରୀ ପରିକ୍ଷୀତ ଧୁର୍ବେ ଫିଲ୍ମ ଦେଖିବା ପାଇଁ ଆସିଥିଲେ ବୋଲି ସେ ତାଙ୍କ ବିବୃତ୍ତିରେ ବର୍ତ୍ତକ ନଗର ଥାନାକୁ କହିଛନ୍ତି। ଏନେଇ ସେ କହିଛନ୍ତି ନଭେମ୍ବର ୭ ତାରିଖ ରାତି ପ୍ରାୟ ଦଶଟା ସମୟରେ ସେ ତାଙ୍କ ପତ୍ନୀଙ୍କ ସହ ଫିଲ୍ମ ଦେଖୁଥିଲେ। ସେହି ସମୟରେ ଫିଲ୍ମ ବନ୍ଦ କରିବା ପାଇଁ ଥିଏଟର ପହଞ୍ଚିଥିଲେ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ। ସେଠାରେ ପହଞ୍ଚି ଏନସିପି ବିଧାୟକ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଭୁଲ ତଥ୍ୟ ପ୍ରଦର୍ଶିତ କରାଯାଉଛି। ଏହି କାରଣରୁ ତୁରନ୍ତ ଏହି ଫିଲ୍ମ ବନ୍ଦ କରାଯିବା ଆବଶ୍ୟକ।

ଏଫ୍ଆଇଆର୍ ଅନୁଯାୟୀ ଅଭିଯୋଗକାରୀ କହିଛନ୍ତି ଯେ, ଥିଏଟର ଠାରେ ଜଣେ ଦର୍ଶକ କହିଥିଲେ ଯେ ଏହି ଚଳଚ୍ଚିତ୍ରକୁ କିପରି ବନ୍ଦ କରିହେବ। ଏକଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଏନସିପି କର୍ମକର୍ତ୍ତା କ୍ରୋଧିତ ହୋଇଉଠିବା ସହ ଦର୍ଶକଙ୍କ ଆଡ଼କୁ ମାଡ଼ି ଯାଇ ସେମାନଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। କେବଳ ସେତେବେଳେ ୮-୧୦ ଲୋକ ପ୍ରଥମେ ଅଭିଯୋଗକାରୀ ଏବଂ ତାଙ୍କ ପତ୍ନୀଙ୍କ ନିକଟକୁ ଆସିଥିଲେ। ଏନସିପି କର୍ମକର୍ତ୍ତା ସେମାନଙ୍କୁ ଠେଲି ପେଲା କରି ମାରପିଟ କରିଥିଲେ।

Also Read: Maharashtra Politics: ଦେବୀ ସରସ୍ୱତୀଙ୍କ ବାବଦରେ ବିବାଦୀୟ ବୟାନ ରଖି ବିବାଦରେ ଏନସିପି ନେତା ଛଗନ ଭୁଜବଳ

 

ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ବର୍ତକ ନଗର ପୋଲିସ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ସମେତ ପ୍ରାୟ ୧୦୦ ଜଣ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆଇପିସି ଧାରା ୧୪୧, ୧୪୩, ୧୪୬, ୧୪୯, ୩୨୩, ୫୦୪ ଏବଂ ମହାରାଷ୍ଟ୍ର ପୋଲିସ ଧାରା ୩୭ (୩) ଏବଂ ୧୩୫ ଆଧାରରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏନସିପି ନେତା ମେହବୁବ ଇବ୍ରାହିମ ଶେଖ କହିଛନ୍ତି ଯେ “ହର ହର ମହାଦେବ” ଚଳଚ୍ଚିତ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ଆମ ଦଳର ନେତା ଜିତେନ୍ଦ୍ର ଆହ୍ୱାଡ଼ ଏହାର ବିରୋଧ କରିଥିଲେ। ଥିଏଟର ଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ଅନୁରୋଧ କରିଥିଲେ ସେ। ହେଲେ ସେଠାରେ କୌଣସି ଦର୍ଶକଙ୍କ ସହ ମାରପିଟ କରାଯାଇନାହିଁ। ଆମେ ଏହି ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛୁ। ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ଅଛି। ଦଳ ସର୍ବଦା ଛତ୍ରପତି ଶିବାଜୀ ମହାରାଜଙ୍କ ଇତିହାସକୁ ଭୁଲ ଭାବରେ ଉପସ୍ଥାପିତ କରିବାରେ ଲାଗିଛି।

ଫିଲ୍ମ ନିର୍ଦ୍ଦେଶକ ଅଭିଜିତ୍ ଦେଶପାଣ୍ଡେ କହିଛନ୍ତି ଏହି ପ୍ରସଙ୍ଗରେ ଆମେ ଆମର ପକ୍ଷ ସେନ୍ସର ବୋର୍ଡ ଆଗରେ ରଖିସାରିଛୁ। ସେନ୍ସର ବୋର୍ଡ ପକ୍ଷରୁ ଆମକୁ କିଛି ପ୍ରଶ୍ନ ପଚରା ଯାଇଥିଲା। ଯାହାର ଜବାବ ଆମେ ସମ୍ପୃକ୍ତ ଇତିହାସରେ ଲିଖିତ ପୃଷ୍ଠା ଦେଖାଇ ଦେଇଥିଲୁ। ଯାହା ପରେ ସେନ୍ସର ବୋର୍ଡ ଆମକୁ ପ୍ରମାଣପତ୍ର ଦେଇଥିଲା। ଏହି କାରଣରୁ ମୁଁ ଅଧିକ କିଛି କହିବି ନାହିଁ। ବିରୋଧ କରାଯାଉଥିବା ସମସ୍ତ ବିଷୟ ବିଷୟରେ ଆମେ ସେନ୍ସର ବୋର୍ଡ ପାଖରେ ସ୍ପଷ୍ଟୀକରଣ ଦେଇଛୁ। ଆମେ ସବୁ କଥାର ଉତ୍ତର ଦେବୁ ନାହିଁ। ହେଲେ ଆମେ ଏକ ଔପଚାରିକ ବିବୃତ୍ତି ଜାରି କରିବୁ। ଏହି ଚଳଚ୍ଚିତ୍ର ୧୯୦୫ ମସିହାରେ ଐତିହାସିକ କୃଷ୍ଣଜୀ ଅର୍ଜୁନ କେଲୁସ୍କରଙ୍କ ଦ୍ୱାରା ଲିଖିତ ପୁସ୍ତକ ଉପରେ ଆଧାରିତ। 

Also Read: Maharashtra Politics: ମହିଳାଙ୍କୁ ମାଡ଼ ମାରି ବିବାଦରେ ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମକର୍ତ୍ତା

 

ମୋତେ ରାଜ୍ୟର ସମସ୍ତ ଲୋକଙ୍କୁ କହିବାକୁ ପଡିବ ଯେଉଁମାନେ ଏହି ଫିଲ୍ମ ଦେଖନ୍ତୁ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ନିଶ୍ଚୟ ଏହି ଫିଲ୍ମ ଦେଖି ନଥିବେ। ଲୋକେ ଏହି ଚଳଚ୍ଚିତ୍ରକୁ ଶନିବାର ଏବଂ ରବିବାର ଦିନ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଯଦି ଏହି ଫିଲ୍ମ ଭୁଲ ତାହେଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ଚଳଚ୍ଚିତ୍ରରେ ଗୋଟିଏ  ମଧ୍ୟ ଅପମାନିତ ଶବ୍ଦ ବ୍ୟବହାର କରାଯାଇ ନାହିଁ। ଆମେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଛତ୍ରପତି ସମ୍ଭାଜୀ ରାଜେଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛୁ।

 

{}{}