Hindi News >>Home >>Odisha Politics

Maharashtra Politics: ଛଗନ ଭୁଜବଳଙ୍କୁ ନେଇ ଉଦ୍ଧବ ଠାକରେଙ୍କୁ କଟାକ୍ଷ କଲେ ଏକନାଥ ସିନ୍ଦେ

Maharashtra Politics: ଶିବ ସେନା ସଂସ୍ଥାପକ ବାଲାସାହେବଙ୍କୁ ଗିରଫ କରାଇଥିବା ଛଗନ ଭୁଜବଳଙ୍କ ସହ ଆପଣ କ୍ୟାବିନେଟ ବୈଠକରେ ବସିବା ବେଳେ ଅସୁବିଧା ହେଉନାହିଁ।     

Advertisement
Maharashtra Politics: ଛଗନ ଭୁଜବଳଙ୍କୁ ନେଇ ଉଦ୍ଧବ ଠାକରେଙ୍କୁ କଟାକ୍ଷ କଲେ ଏକନାଥ ସିନ୍ଦେ
Stop
Subhramjit Ray|Updated: Jun 27, 2022, 07:03 PM IST

Maharashtra Politics: ମହାବିକାଶ ଅଘାଡ଼ି ସରକାରଙ୍କ ମନ୍ତ୍ରୀ ଛଗନ ଭୁଜବଳଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରିଛନ୍ତି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ। ଏନେଇ ସୋମବାର ଟ୍ୱିଟ କରି ସେ ସହିଛନ୍ତି ଶିବ ସେନା ସଂସ୍ଥାପକ ବାଲାସାହେବଙ୍କୁ ଗିରଫ କରାଇଥିବା ଛଗନ ଭୁଜବଳଙ୍କ ସହ ଆପଣ କ୍ୟାବିନେଟ ବୈଠକରେ ବସିବା ବେଳେ ଅସୁବିଧା ହେଉନାହିଁ।     

ଏହି ପ୍ରଶ୍ନ ସୁଭାଷ ସାବେନ ପଚାରିଥିବା ଟ୍ୱିଟ କରି କହିଛନ୍ତି ଏକନାଥ ସିନ୍ଦେ। ଯିଏ ବିଦ୍ରୋହୀ ବିଧାୟକ ଗୋଷ୍ଠୀରେ ସାମିଲ ଅଛନ୍ତି। ଏହି ଭିଡ଼ିଓ ସେୟାର କରି ସେହି ପୁରୁଣା ଦିନକୁ ମନେ ପକାଇ ଦେଇଛି ସିନ୍ଦେ ଗୋଷ୍ଠୀ। ଯେତେବେଳେ ଛଗନ ଭୁଜବଳ  ଶିବ ସେନା ସଂସ୍ଥାପକ ବାଲା ସାହେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଲା ସାହେବଙ୍କୁ ଗିରଫ କରିବା ପରେ ଛଗନ ଭୁଜବଳଙ୍କୁ ବର୍ଷେ ଲାଗି ନିଲମ୍ବିତ କରାଯାଇଥିଲା। 

ଏ ପ୍ରସଙ୍ଗରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯିଏ ଶିବସେନା ମୁଖ୍ୟ ବାଲା ସାହେବ ଠାକରେଙ୍କୁ ଜେଲ ପଠାଇଥିଲା ଆପଣ ବର୍ତ୍ତମାନ ଆଜି ତାଙ୍କ ସହ କ୍ୟାବିନେଟ ବୈଠକରେ ବସୁଛନ୍ତି। ଅନ୍ତତଃପକ୍ଷେ ଆମ ଭଳି ୧୨ ଜଣ ଶୈବ ସୈନିକଙ୍କୁ ଏହି ଘଟଣା ଲାଗି ଏକ ବର୍ଷ ପାଇଁ ବହିଷ୍କାର କରାଯାଇଥିଲା। ଏକଥା ଆପଣଙ୍କର ମନେ ଅଛି। 

ଗତ ୨୦୦୦ ମସିହା ଜୁଲାଇ ମାସରେ ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଲ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୨ ଡିସେମ୍ବରରୁ ୧୯୯୩ ଜାନୁୟାରୀ ପର୍ଯ୍ୟନ୍ତ ଦଳର ମୁଖପାତ୍ର ସାମନା ସମ୍ପାଦକୀୟ ଲେଖିବା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିରେ ସେ ବାବ୍ରି ମସଜିଦ ଭାଙ୍ଗିବା ପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଲାଗି ଉସକାଇଥିଲେ। ବାଲ ଠାକରେଙ୍କୁ ୨୦୦୦ ମସିହା ଜୁଲାଇ ୨୫ ତାରିଖରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଚିଫ୍  ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସାମ୍ନାରେ ହାଜର କରାଯାଇଥିଲା ହେଲେ ବାାଲା  ସାହେବଙ୍କୁ ତୁରନ୍ତ ମୁକ୍ତ କରାଯାଇଥିଲା।

ଗତ ୧୯୯୧ ମସିହାରେ ଛଗନ ଭୁଜବଳ ୮  ସମର୍ଥକ ବିଧାୟକଙ୍କ ଦଳ ଛାଡିଥିଲେ। ଶିବ ସେନା ସଂସ୍ଥାପକ ବାଲା ସାହେବ ଠାକରେ ନେତୃତ୍ୱରେ ପ୍ରଭାବିତ ହୋଇ ଛଗନ ଭୁଜବଳ ଜଣେ ଶିବ ସୈନିକ ଭାବେ ରାଜନୀତି ଆରମ୍ଭ କରିଥିଲେ। ହେଲେ ଶିବ ସେନା ଛାଡିବା ପରେ ସେ କଂଗ୍ରେସ ହାତ ଧରିଥିଲେ।   ମାତ୍ର ପରେ ସେ କଂଗ୍ରେସ ଛାଡ଼ି ଶରଦ ପାୱାରଙ୍କ ନେତୃତ୍ୱାଧିନ ଏନସିପି ହାତ ଧରିଥିଲେ।

Also Read: Maharashtra Political Crisis: ୪୨ ବିଧାୟକଙ୍କ ସହ ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ

 

 

 

Read More
{}{}